‘ବର୍ଷା ଅନୁଭବ ୨ ଘଣ୍ଟା ପାଇଁ ହେବେ ତାଲାବନ୍ଦ , ବାହାରେ ଜଗିବେ ସୁର…’ Varsha ଓ Anubhav ଙ୍କ ମାମଲାରେ Sura ଭାଇ ଯାହା କହିଲେ ଶୁଣିଲେ ହସି ହସି ଗଡିବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ଜଣେ ରାଜନେତା ହୋଇ ସୁର ଭାଇ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅଧିକାଂଶ ସମୟ ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ କିଛି ଅଲଗା କାରଣ ପାଇଁ ସୁର ଭାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।

ବନ୍ଧୁଗଣ ସୁର ଭାଇ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ତେବେ ଆଗରୁ ମଧ୍ୟ ସୁର ଭାଇ ଏହି ଦୁଇଜଣଙ୍କୁ ନେଇ ଅନେକ ଥର ବୟାନ ଦେଇ ଆସିଛନ୍ତି । ହେଲେ ଏବେ ଯେଉଁ ବୟାନଟି ସୁର ଭାଇ ଦେଇଛନ୍ତି ତାହା ଏବେ ସାରା ଓଡିଶା ରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବନ୍ଧୁଗଣ ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଅନୁଭବ ହେଉଛି ମୋ ନାତି ଆଉ ବର୍ଷା ହେଉଛି ମୋ ନାତୁଣୀ । ଦୁଇଜଣ ଦେଖିବାକୁ ଭାରି ସୁନ୍ଦର ସେ ବି ସୁନ୍ଦର ଏ ବି ସୁନ୍ଦର । ଏ ବି ହିରୋ ଏ ବି ହିରୋଇନ । ସେ ବି ସୋସିଆଲ କାମ କରୁଛି ଏ ବି ସୋସିଆଲ କାମ କରୁଛି । ଉଭୟ ଦିବ୍ୟାଙ୍ଗ ଓ ଗରିବ ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି । ପିଲା ମାନଙ୍କୁ ପାଠ ପଢାଉ ଛନ୍ତି ।

ତେଣୁ ଦୁଇଜଣଙ୍କର ଭଲ ରୋଲ ଖାଲି ମିଛରେ ଉପରେ ଡ୍ରାମା । ମୁଁ ଭାବୁଛି ଦୁଇଜଣଙ୍କୁ ମୁଁ ଦିନେ ଡାକିବି ସେ ନାତୁଣୀ ଏ ନାତି । ଦୁଇଜଣଙ୍କୁ ଗୋଟେ ଘରେ ପୁରେଇକି ବାହାରେ ତାଲା ଦେଇ ମୁଁ ବାହାରେ ରହିବି ଦୁଇ ଘଣ୍ଟା । ସେ ଯାହା ତାଙ୍କ କଥାବାର୍ତ୍ତା ହେବା କଥା ଭିତରେ ହୁଅନ୍ତୁ ଲାଇନ କ୍ଲିୟର କରନ୍ତୁ । ଜନସାଧାରଣ ସଚେତନ ରୁହନ୍ତୁ ଯେ ଏଭଳିଆ ବଡ ବଡ ଲୋକ ରୋୟାଲ ଫାମିଲିରେ ଦୁଇଜଣଙ୍କ ଜନ୍ମ ।

ରୋୟାଲ ଦୁଇଜଣ ହିରୋ ହିରୋଇନ । ତାଙ୍କ ଦୁଇଜଣଙ୍କ ମଧ୍ୟରେ ଯଦି ଆପଶ ବୁଝାବଣା ହେଇଗଲା ତା ହେଲେ ଗୋଟେ ବଢିଆ କାର୍ଯ୍ୟ ହେବ । ମୁଁ ଭାବୁଛି ଦିନେ ଏଇଆ କରିବି ତାଙ୍କୁ ଡାକିକି ଘରେ ପୁରେଇବି’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *