ନମସ୍କାର ବନ୍ଧୁଗଣ ତେବେ ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ । ସିସିଟିଭି ଭିଡ଼ିଓରେ ଉଭୟ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ । କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ତାଲା ଆଣି ଚାବି ଖୋଲୁଥିବା ଦେଖିବାକୁ ମିଳିଛି । ଏହାସହ ବର୍ଷା ବାହାରୁ ଘରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।
ଏହି ସମୟରେ ବର୍ଷାଙ୍କ ସହ ଜଣେ ମହିଳା ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ କେବଳ ବର୍ଷାଙ୍କ ପାଖରେ ନୁହେଁ ବରଂ ଅନୁଭବଙ୍କ ପାଖରେ ମଧ୍ୟ ଜଣେ କେହି ଛିଡ଼ା ହୋଇଛନ୍ତି । କିନ୍ତୁ ତାଙ୍କର ମୁହଁ ସିସିଟିଭିରେ ଦେଖାଯାଉନାହିଁ । ଅନୁଭବ ବର୍ଷା କହୁଛନ୍ତି, ଏହି ଚାବିରେ ଏହି ତାଲା ଖୋଲୁଛି । ଆପଣ ଆଖି ସାମ୍ନାରେ ଦେଖୁଛନ୍ତି । ପୁଣି କେମିତି କହୁଛନ୍ତି ବୋଲି ଅନୁଭବ କହୁଥିବା ଶୁଣାଯାଉଛି ।
ଏହାସହ ଅନୁଭବ କହୁଛନ୍ତି, ସନ୍ଧ୍ୟାବେଳଠାରୁ ଯିବା ପାଇଁ ଅପେକ୍ଷା କରିଛି କିନ୍ତୁ ମୁଁ ନିଜ ଘରକୁ ବି ଯାଇପାରୁନି । ଘରେ ଗୋଟିଏ ଚାବି ରହୁ, ଆଉ ମୁଁ ଯେତେବେଳେ ଚାହିଁବି ଘରକୁ ଯାଇପାରିବି ବୋଲି ଅନୁଭବ କହୁଥିବାର ଶୁଣିବାକୁ ମିଳିଛି । ତେବେ ଏହି ଭିଡ଼ିଓଟି ପୂର୍ବ ବର୍ଷର ବୋଲି କୁହାଯାଉଛି । ତେବେ ଏହା ଛଡା ଅନୁଭବ ଏହି ଭିଡିଓ କୁ ଟ୍ୱିଟ କରି ନ୍ୟାୟ ମାଗିଥିଲେ ଏବଂ ଏହି ଭିଡିଓ ଟି ଗତ ୨୦୨୦ ଡିସେମ୍ବର ମାସ ୧୮ ତାରିଖ ରାତି ୧୦ଟା ସମୟର ।
ତେବେ ଅନୁଭବ କହିଛନ୍ତି କି ଏହି ଘଟଣାକୁ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ ନ୍ୟାୟ ମିଳିନଥିବାରୁ ଭିଡ଼ିଓ ଜାରି କରିଥିବା ଟ୍ଵିଟରେ ସୂଚନା ଦେଇଛନ୍ତି ଅନୁଭବ ମହାନ୍ତି ।ତେବେ ଆପଣ ମାନେ ଜାଣିଥିବେ ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଯୋଡି ଭାବରେ ଅନୁଭବ ଏବଂ ବର୍ଷା ବେଶ ପରିଚିତ ଥିଲେ କିନ୍ତୁ ଗତବର୍ଷ ଦୁହିଁଙ୍କ ଛାଡ଼ପତ୍ର କଥା ପ୍ରକାଶ ହେବା ପରେ ଦୁହେଁ ବହୁତ ଚର୍ଚ୍ଚା ରେ ମଧ୍ୟ ଆସି ଯାଇଥିଲେ ।
ତେବେ ବର୍ଷା ନିଜ ଉପରେ ଅତୟା-ଚାର ହେଉଥିବାର ଅଭିଯୋଗ କରିଥିଲେ ଏବଂ ଅନୁଭବ ତାଙ୍କୁ ମାନସିକ ଚାପ ରେ ରଖା ଯାଉଛି ଵୋଲି ବର୍ଷା ଙ୍କ ନାମ ରେ ଅଭିଯୋଗ କରିଥିଲେ ।
ତେବେ କାଉନସେଲିଂ ରେ ମଧ୍ୟ ଦୁହିଁଙ୍କ ସମସ୍ୟା ସମାଧାନ ହୋଇ ନଥିଲା ଏବଂ ଦୁହିଁଙ୍କ ସମ୍ପର୍କ ବିଗିଡିବାରେ ମଧ୍ୟ ଲାଗିଛି । ତେବେ ବର୍ଷା ଓଲିଉଡ ରେ ଅନେକ ହିଟ ସିନେମା ରେ ଅଭିନୟ କରିଛନ୍ତି ଯେପରି ନେଇ ଯା ରେ ମେଘ ମୋତେ, ଛାତିରେ ଲେଖିଛି ତୋ ରି ନାଁ, ତତେ ମୋ ରାଣ, କୁଇନ ଆଦି ଅନେକ ସିନେମା ରେ ସେ ସୁନ୍ଦର ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି ।
ଏହା ସହ ଅନୁଭବ ମଧ୍ୟ ଆଇ ଲଭ ୟୁ, ବାଳୁଙ୍ଗା ଟୋକା, ଅଭୟ, ଅଗସ୍ତ୍ୟ, ବେବି ଆଦି ଅନେକ ହିଟ ସିନେମା ଓଲିଉଡ କୁ ପ୍ରଦାନ କରିଛନ୍ତି କିନ୍ତୁ ବର୍ତ୍ତମାନ ସେ ବିଜେଡି ଦଳ ର ଜଣେ ସାଂସଦ ଭାବରେ କାମ କରୁଛନ୍ତି । ତେବେ ଲୋକପ୍ରିୟ ଯୋଡି ବର୍ଷା ଅନୁଭବ ଙ୍କ ର ଏଭଳି ଝଗଡା ଲୋକ ମାନଂକୁ ବହୁତ ନିରାଶ ମଧ୍ୟ କରିଥିଲା ତେବେ ବର୍ତ୍ତମାନ ସମସ୍ତ ଙ୍କ ନଜର ଦୁହିଁଙ୍କ ସମସ୍ୟା ସମାଧାନ ହେବ କିମ୍ବା ନାହିଁ । ତେବେ ଏହି ଲେଖା ଉପରେ ଆପଣ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।