ଉତ୍ତମ ମହାନ୍ତିଙ୍କ ମୁହଁରୁ ଶୁଣନ୍ତୁ ତାଙ୍କ Love Story…କିପରି ଓ କେଉଁଠି Aparajita ଙ୍କ ସହ ହୋଇଥିଲା ପ୍ରଥମ ଦେଖା…ଦେଖନ୍ତୁ Videp 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଉତ୍ତମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ତେବେ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଉତ୍ତମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତାଙ୍କୁ ପ୍ରେମ ବିବାହ କରିଛନ୍ତି । ଗୋଟେ ସମୟରେ ଉଭୟଙ୍କ ପ୍ରେମକୁ ନେଇ ଅନେକ ଚର୍ଚ୍ଚା ହୋଇଛି ।

ଅପରାଜିତା ମଧ୍ୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ତେବେ ଗତ କିଛି ଦିନ ତଳେ ଉତ୍ତମ ଏକ ରିଆଲିଟି ସୋକୁ ଯାଇଥିଲେ ଆଉ ସେଠାରେ ସେ ନିଜ ପ୍ରେମ କାହାଣୀ କହିଥିଲେ । ଉତ୍ତମ ମହାନ୍ତି ଆଉ ଅପରାଜିତାଙ୍କ ପ୍ରେମ କାହାଣୀ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଉତ୍ତମ ମହାନ୍ତି କହିଛନ୍ତି-‘ମୁଁ କେବେ ପ୍ରେମ ନିବେଦନ କରିଥିଲି ତାହା ତ ମନେ ନାହିଁ ହେଲେ ପ୍ରଥମେ ଦେଖିଥିଲି ଆମେ ଗୋଟେ ଅଶାନ୍ତ ଗୃହ ଫିଲ୍ମ କରିବା ପାଇଁ ସମ୍ବଲପୁର ଯାଇଥିଲୁ । ସେତେବେଳେ ମହେଶ୍ଵତା ମୋର ହିରୋଇନ ଥିଲେ ଆଉ ଏ ମହେଶ୍ଵତାଙ୍କ ଭଉଣୀ ହେବେ । ଟିକିର ମାମୁ ହେଉଛନ୍ତି ମହେଶ୍ଵତାଙ୍କ ବାପା ସେହି ହିସାବରେ ଏମାନେ ଆସିଥିଲେ ଆମେ ଯେଉଁ ହୋଟେଲରେ ରହୁଥିଲୁ କାରଣ ମହେଶ୍ଵତାଙ୍କ ବାପା ଟିକେ ଅସୁସ୍ଥ ହୋଇପଡିଥିଲେ ।

ସେହି ଦିନ ମୁଁ ପ୍ରଥମେ ତାଙ୍କୁ ଦେଖିଥିଲି । ମୋତେ ସେଦିନ ବହୁତ ଭଲ ଲାଗିଥିଲା ଆଉ ମୁଁ ମହେଶ୍ଵତାଙ୍କୁ କହିଥିଲି ଯେ, ବାହା ହେବ ତ ଏମିତି ଝିଅକୁ ବାହା ହେବ । ତା ପରେ ମୁଁ ତାଙ୍କ ସହ ଫିଲ୍ମ କରିଲି ଚାରି ପାଞ୍ଚଟି ଫିଲ୍ମ କରିବା ପରେ ଆସ୍ତେ ଆସ୍ତେ ଆଶକ୍ତି ବଢିଲା । ତା ପରେ ମୁଁ ପ୍ରେମ ନିବେଦନ କିଛି କରିନି ମୁଁ ତାଙ୍କ ମାଆଙ୍କୁ କହିଲି ତା ପରେ ବାହାଘର ହେଲା ଆଉ ।

ଆମେ ଏଠି ଥିଏଟରରେ ଡବିଙ୍ଗ କରୁଥିଲୁ ସେତେବେଳେ ମୁଁ ପ୍ରଥମେ ଟିକିଙ୍କୁ ପଚାରିଲି ସେ କହିଲେ ମାଆଙ୍କୁ ପଚାରନ୍ତୁ । ତା ପରେ ତ ଆମର ବାହାଘର ହେଲା ଆଉ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଉତ୍ତମ ମହାନ୍ତି ନିଜ ପ୍ରେମ କାହାଣୀ ବିଷୟରେ କହିଛନ୍ତି । ତେବେ ଆପଣ ମାନଙ୍କୁ ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *