Uric ଏସିଡର ଲକ୍ଷଣ କଣ ? ଜାଣନ୍ତୁ କଣ ଖାଇବେ ଓ କଣ ଖାଇବେନି ଓ ଏହାର ସରଳ ଘରୋଇ ଉପଚାର (Dr Jyoti Ranjan Parida)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ଆଧୁନିକ ଜୀବନଶୈଳୀ ରେ ବହତ ଅଧିକ ଲୋକ ୟୁରିକ ଏସିଡ ର ସମସ୍ୟା ରେ ପୀଡିତ ଅଛନ୍ତି । କେତେକ ଲୋକଙ୍କୁ ଅଧିକ ଯନ୍ତ୍ରଣା ହୋଇଥାଏ ତ ଆଉ କେତେକ ଲୋକଙ୍କର ଶରୀର ଫୁଲିଯାଇଥାଏ । ଏହଭଳି କ୍ଷେତ୍ରରେ ଲୋକେ ଜାଣିବାକୁ ପ୍ରୟାସ କରିଥାନ୍ତି ଯେ ୟୁରିକ ଏସିଡ କୁ କିଭଳି କମାଇବେ ତଥା କିଭଳି ସେ ସବୁରୁ ମୁକ୍ତି ପାଇବେ । ୟୁରିକ ଏସିଡ ଏକ ପଦାର୍ଥ ଅଟେ ଯାହା ଶରୀରରେ ବନିଥାଏ । ଏହା ଏକ ଟକ୍ସିକ ମେଟାବେଲିଜିୟମ ଅଟେ ।


ଅର୍ଥାତ ଶରୀରରେ ଯେଉଁ ମେଟାବେଲିଜିୟମ ରହିଥାଏ ସେଥିରୁ ଉତ୍ପାଦନ ହେଉଥିବା ଏକ କର୍ଣ୍ଣ ଅଟେ । ଯାହା କିଡ୍ନି ଦ୍ଵାରା ଫିଲ୍ଟର ହୋଇଯାଇଥାଏ । ଏହା ଯଦି ଶରୀରରେ ଜମା ହୋଇଯାଇଥାଏ ତେବେ ବହୁତ ପ୍ରକାରର ସମସ୍ୟା ର ସମୁଖିନ ହେବାକୁ ପଡିଥାଏ । ୟୁରିକ ଏସିଡ ଅଧିକ ହେବା ଏହା ଏକ ଜେନେଟିକ ଜିନିଷ ହୋଇପାରେ ମାତ୍ର ଏହା ବଢିବା ପଛରେ ଅନେକ କାରଣ ମାନ ରହିଅଛି ।

ତେବେ ୟୁରିକ ଏସିଡ ଅଳ୍ପ ବଢିଲେ ବିଶେଷ କିଛି କ୍ଷତି ହୋଇ ନଥାଏ, ମାତ୍ର ଆମ୍ଭେ ଧ୍ୟାନ ନ ଦେଲେ ଗାଉଜ ଭଳି ବିମରି ଅଥବା କିଡ୍ନି ଷ୍ଟୋନ ଭଳି ବିମାରୀ ହୋଇଥାଏ । ଯଦି କାହାକୁ ଡାଇବେଟିକ ଅଛି ଅଥବା ଥାଇରଏଡ ର ବିମାରୀ ରହିଅଛି ତେବେ ସେମାନଙ୍କ ଠାରେ ୟୁରିକ ଏସିଡ ବଢିବାର ଆଶଙ୍କା ବହୁତ ଅଧିକ ରହିଥାଏ ।

ତେବେ ମାତ୍ର ଯେଉଁ ଲୋକଙ୍କର ଡାଇବେଟିକ ଅଛି ତଥା ଥାଏରଏଡ ର ବିମାରୀ ଅଛି ସେମାନଙ୍କୁ ଅଧିକ ଧ୍ୟାନ ଦେବା ଆବଶ୍ୟକ । ୟୁରିକ ଏସିଡ ବଢିଥିଲେ ଆପଣ କିଛି ଜିନିଷ ଖାଇବା ଠାରୁ ବଞ୍ଚିତ ରୁହନ୍ତୁ । ପ୍ରଥମେ ଆପଣ ଭଲ ଭାବରେ ପାଣି ସେବନ କରନ୍ତୁ । ଏହାପରେ ଭିଟାମିନ-ସି ଯେଉଁ ଫଳ ରେ ରହିଥିବ ସେହିଭଳି ଜିନିଷ କୁ ସେବନ କରନ୍ତୁ ।

ଏହାଦ୍ଵାରା ୟୁରିକ ଏସିଡ ବଢୁଥିଲେ ତାହା କମିଯାଇଥାଏ । ୟୁରିକ ଏସିଡ କିଛି ବିଶେଷ ଜିନିଷ ଖାଇବା ଦ୍ଵାରା ବଢିଥାଏ ଯଥା ସାମୁଦ୍ରିକ ଖାଦ୍ୟ । ୟୁରିକ ଏସିଡ ବଢିବାରେ କୌଣସି ବୟସ ସୀମା ନ ଥାଏ । ମାତ୍ର ବୟସ ବଢିବା ଫଳରେ ଲୋକେ ଅନେକ ଜିନିଷ ଭୁଲି ଯାଇଥାନ୍ତି ପାଣି ସେବନ କରିବା ଭୁଲିଯାନ୍ତି ।

ଏହି କାରଣ ବଶତ ବୃଦ୍ଧ ବୟସ ମାନଙ୍କରେ ଆଶଙ୍କା ଅଧିକ ରହିଥାଏ । ଯେଉଁ ମାନେ କିମୋଥେରାପି ନେଇଥାନ୍ତି ସେମାନଙ୍କ ମଧ୍ୟରେ ମଧ୍ୟ ୟୁରିକ ଏସିଡ ବଢିବାର ଆଶଙ୍କା ଅଧିକ ରହିଥାଏ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *