ଗିରଫ ହେଲା ଉଦିତ ନାରାୟଣ ନାଏକ, ପୋଲିସ ହାତରୁ ଖସି ଚାଲିଯାଇ ପାରିଲା ନାହିଁ Untalented Guy!

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୋଲିସ ହାତରେ ଧରା ପଡିଲା Untalented Guy । ତେବେ ପିକୁ ନାମକ ଯୁବକଙ୍କୁ ଗୁଳି ମାଡ କରି ଫେରାର ହୋଇଯାଇଥିବା Untalented Guy ଓରଫ ଉଦିତ ନାଏକଙ୍କୁ ପୋଲିସ ବାନ୍ଧିଛି । ତେବେ ଯୂଟ୍ଯୂବର ଉଦିତ ନାଏକ ଜିଏକି ସବୁ ସମୟରେ ଖରାପ ଭାଷାରେ କନେଣ୍ଟ ପ୍ରସ୍ତୁତ କରି ଭିଡିଓ ପ୍ରସ୍ତୁତ କରୁଥିଲା । ଏହାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲା ।

ସେହି Untalented Guy ନିକଟରେ ବାଲେଶ୍ଵର ରେମୁଣା ଓଭରବ୍ରିଜ ତଳେ ଜଣେ ଯୁବକଙ୍କୁ ନିଜର ସାଥି ମାନଙ୍କ ସହ ମିଶି ଆଟାକ କରିଥିଲା । ଉକ୍ତ ଯୁବକଙ୍କୁ ଗୁଳି ମାରିବା ସହ ଛୁରୀରେ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲା । ଏସବୁ କରିବା ପଛରେ ଉଦିତ ନାଏକ ଓ ଉକ୍ତ ପୀଡିତ ଯୁବକଙ୍କ ମଧ୍ୟରେ ପ୍ରେମକେ ନେଇ କିଛି ବିବାଦ ଥିବାର ଖବର ମିଳିଥିଲା । ଇନଷ୍ଟାଗ୍ରାମ ପ୍ରେମ ପାଇଁ ଗୁଣ୍ଡା ସାଜିଯାଇଥିଲା Untalented Guy ।

ତେବେ ନିଜର କିଛି ନିକଟତର ସାଥି ସହଯୋଗୀଙ୍କୁ ନେଇ ଉଦିତ ପିକୁ ଓ ତା’ ର ଜଣେ ସାଥିକୁ ଆଟାକ କରି ସେହି ସ୍ଥାନରୁ ଫେରାର ହୋଇଯାଇଥିଲେ । ତେବେ ଏନେଇ ଉକ୍ତ ପୀଡିତ ଯୁବକଙ୍କର ଘର ଲୋକ ଓ ଗ୍ରାମବାସୀ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ଏହା ସହ ଥାନାରେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଥାନା ପୋଲିସ ଏହି ବିଷୟରେ ତଥ୍ୟ ଯୋଗାଡ କରି ଉଦିତ ନାଏକ ଓ ତା’ ର ସାଥି ସହଯୋଗୀକୁ ଖୋଜିବା ପାଇଁ ସର୍ଚ ଅପରେସନ ଜାରୀ କରିଦେଇଥିଲେ ।

ତେବେ ଗତକାଲି ଉଦିତ ନାରାୟଣ ନାଏକ ଓରଫ Untalented Guy  ଓ ତା’ ର 5 ଜଣ ସହଯୋଗୀ ଯେଉଁ ମାନେ କି ତାକୁ ଏହି କାମରେ ସହଯୋଗ କରିଥିଲେ । ତାଙ୍କୁ ଥାନା ପୋଲିସ ବାନ୍ଧିବାରେ ସକ୍ଷମ ହୋଇପାରିଛନ୍ତି । ଉଦିତ ଓ ତାଙ୍କ ସାଥିଙ୍କୁ ଥାନାରେ ଅଟକ ରଖି ତାଙ୍କ ଠାରୁ ତଦନ୍ତ ପାଇଁ ଅଧିକରୁ ଅଧିକ ପଚରା ଉଚରା କାର୍ଯ୍ୟ ମଧ୍ୟ ଜାରୀ ରଖିଛନ୍ତି ପୋଲି ।

ଏହା ସହ ଉଦିତ ଗୁଳିମାଡ କରିଥିବା ବନ୍ଧୁକକୁ ମଧ୍ୟ ଉଦିତଙ୍କ ଠାରୁ ପୋଲିସ ଜବତ କରିଛି । ଏହା ସହିତ Untalented Guy ର ଯୂଟ୍ଯୂବ ଓ ଇନଷ୍ଟାଗ୍ରାମ ଚାନେଲକୁ ବ୍ୟାନ କରିବା ପାଇଁ ପୋଲିସ ମଧ୍ୟ ଧମକ ଦେଇଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *