Ucrane ରେ ଫସିଥିବା ଭାରତୀୟ ଛାତ୍ରୀ କହିଲେ ଧ୍ଵସ୍ତବିଧ୍ଵସ୍ତ ୟୁକ୍ରେନର ଛାତିଥରା କାହାଣୀ ! ଶୁଣିଲେ ଆପଣ ବି ଭୟରେ ଥରିବାକୁ ଲାଗିବେ ! ଦେଖନ୍ତୁ Video

ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହୋଇ ଯିବା କାରଣରୁ ସେଠିକାର ସ୍ଥିତି ବହୁତ ଭୟଙ୍କର ହୋଇ ଯାଇଛି । ଅଚାନକ ଯୁଦ୍ଧ କାରଣରୁ ୟୁକ୍ରେନରେ କିଛି ଭାରତୀୟ ଛାତ୍ରଛାତ୍ରୀମାନେ ବି ଫସି ଯାଇଛନ୍ତି । ଯେଉଁମାନେ କି ୟୁକ୍ରେନରେ ପଢିବା ପାଇଁ ଯାଇ ଥିଲେ । ଜଣେ ଛାତ୍ରୀ ଭିଡିଓ କଲ କରି ସେଠିକାର ସ୍ଥିତି ବିଷୟରେ ଏକ ନ୍ୟୁଜ ଚ୍ଯାନେଲକୁ କହିଛନ୍ତି । ସେଇ ଛାତ୍ରୀ ଜଣକ ହେଉଛନ୍ତି ରିୟା ଯିଏକି ୟୁକ୍ରେନରେ ଏମବିବିଏସ କରିବା ପାଇଁ ଯାଇଛନ୍ତି ।

ରିୟା କହିଲେ କି ଆମେ ବର୍ତ୍ତମାନ ଗୋଟିଏ ସୁରକ୍ଷିତ ସ୍ଥାନରେ ଅଛୁ । ଯେଉଁଠି କି ଆମେ ୨୪ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିବୁ । ପରିସ୍ଥିତି ଅନୁଯାୟୀ ଆମକୁ ସ୍ଥାନାନ୍ତରିତ କରାଯିବ । ଛାତ୍ରୀ ଜଣକ ଆଗକୁ କହିଲେ କି ସରକାରକୁ ମୋର ଅନୁରୋଧ କି ସରକାର ଯେମିତି ଆଫଗାନିସ୍ଥାନରୁ ଭାରତୀୟମାନଙ୍କୁ ବାହାର କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ ।

ସେହିଭଳି ୟୁକ୍ରେନରେ ବି କରିବା ଉଚିତ । ଆମର ଏଠି ୧୮ ହଜାରରୁ ବି ଅଧିକ ଭାରତୀୟ ଛାତ୍ର ଛାତ୍ରୀ ଅଛନ୍ତି । ଯେଉଁମାନେ କି ଯୁଦ୍ଧ କାରଣରୁ ୟୁକ୍ରେନରେ ଫସି ଯାଇଛନ୍ତି । ସରକାରଙ୍କୁ କିଛି ତ ପଦକ୍ଷେପ ନେବା ଉଚିତ । ସରକାର ଯେତେ ଡେରି କରିବେ ସ୍ଥିତି ଆହୁରି ଭୟଙ୍କର ହୋଇ ଯିବ । ଭାରତର ସବୁ ନ୍ୟୁଜ ଚ୍ଯାନେଲରେ ଏଠିକାର ପରିସ୍ଥତି ବିଷୟରେ କୁହାଯାଉଛି । ଯାହାକୁ ଦେଖିବା ପରେ ପ୍ରତି ଘଣ୍ଟାରେ ଆମର ମାତା ପିତା ଆମକୁ ଫୋନ କରୁଛନ୍ତି ।

ସେମାନେ ବି ଏଠିକାର ସ୍ଥିତି ଦେଖି ଭୟଭୀତ ହୋଇ ଯାଇଛନ୍ତି । ଆମେ ନିଜ ପାଖରେ କିଛି ଶୁଖିଲା ଖାଦ୍ୟ ରଖିଛୁ । ଯାହାକି ୪୮ ଘଣ୍ଟା ପର୍ଯ୍ୟନ୍ତ ଆମ କାମରେ ଆସିଯିବ । ପାଣିର ଜାର ବି ରଖିଛୁ । ଛାତ୍ରୀ ଜଣକ ଆଗକୁ କହିଥିଲେ କି ଆମେ ସକାଳେ ଏଟିଏମରୁ ଟଙ୍କା ବାହାର କରିବା ପାଇଁ ଯାଇ ଥିଲୁ । କିନ୍ତୁ ଏଠି ଭାରତୀୟ ଏଟିଏମ କାର୍ଡ କାମ କରୁ ନାହିଁ । ବହୁତ ପିଲାମାନଙ୍କ ପାଖରେ ଟଙ୍କା ନାହିଁ ।

ମୋର ମାତା ପିତା ଆଜି ସକାଳେ ମୋ ଆକାଉଣ୍ଟରେ ଟଙ୍କା ପଠାଇଛନ୍ତି । କିନ୍ତୁ ମୁଁ ଯେତେବେଳେ ଟଙ୍କା ଉଠାଇବା ପାଇଁ ଯାଇଥିଲି ତେବେ ପ୍ରଥମେ ତ ୩ ଘଣ୍ଟା ପର୍ଯ୍ୟନ୍ତ ଲାଇନରେ ଛିଡା ହେଲି । ଯେତେବେଳେ ଆମର ନମ୍ବର ଆସିଲା ତେବେ ଜଣା ପଡିଲା କି ଆମର ଇଣ୍ଡିଆନ ଏଟିଏମ କାର୍ଡ କାମ କରୁ ନାହିଁ ।

Leave a Reply

Your email address will not be published. Required fields are marked *