TV ଇଣ୍ଡଷ୍ଟ୍ରିର ଫେମସ Actor ମାନଙ୍କର ଏମାନେ ହେଉଛନ୍ତି Real life ଭାଇ-ଭଉଣୀ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମସ୍ତେ ଛୋଟ ପରଦାରେ ପ୍ରସାରିତ ହେଉଥିବା ଧାରବାହିକ କୁ ଦେଖିବା କୁ ବେଶୀ ପସନ୍ଦ କରୁଛନ୍ତି ସିନେମା ଅପେକ୍ଷା । ପ୍ରସାରିତ ହେଉଥିବା ଧାରାବାହିକ ଏବେ ଘରେ ଘରେ ପରିଚିତ । ଏବଂ ସେଥିରେ ଅଭିନୟ କରୁଥିଲେ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ବହୁତ ଲୋକପ୍ରିୟତା ପାଉଛନ୍ତି । ଧାରବାହିକ ରେ ଥିବା ନାୟକ ନାୟିକା ଙ୍କ ଯୋଡି କୁ ମଧ୍ୟ ଦର୍ଶକ ମାନେ ଭଲ ପାଇବା ପ୍ରଦାନ କରୁଛନ୍ତି ।

ନିଜର ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବାକୁ ଆଗ୍ରହ ମଧ୍ୟ ରଖୁଛନ୍ତି । ସେମାନଙ୍କ ବାସ୍ତବ ଜୀବନରେ ଘଟୁଥିବା ସମସ୍ତ ଘଟଣା କୁ ସେମାନେ ଜାଣିବାକୁ ଚାହିଁ ଥାନ୍ତି । ସେମାନଙ୍କ ଜୀଵନ ଶୈଳୀ ସେମାନଙ୍କ ର କାର୍ଯ୍ୟ କଳାପ ଆଦି । ତେବେ ଆଜି ଆମେ ଛୋଟ ପରଦାର କିଛି ଲୋକପ୍ରିୟ କଳାକାର ଙ୍କ ବାସ୍ତବ ଜୀବନର ଭାଇ ଏବଂ ଭଉଣୀ ଙ୍କ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣି ନେବା ସେମାନଙ୍କ ଭାଇ ଭଉଣୀ କିଏ?

୧- ପ୍ରଥମ କଳାକାର ହେଉଛନ୍ତି ବରୁଣ ଶୋବତୀ । ବରୁଣ ଷ୍ଟାର ପ୍ଲସ ରେ ପ୍ରସାରିତ ହୋଇଥିବା ଧାରବାହିକ ଇସ୍ ପ୍ୟାର କୋ କ୍ୟା ନାମ ଦୁ ରେ ଅଭିନୟ କରିଥିଲେ । ଏବଂ ସେହି ଅଭିନୟ ଏବଂ ଧାରାବାହିକ ଜରିଆରେ ସେ ଲକ୍ଷ ଲକ୍ଷ ଦର୍ଶକ ଙ୍କ ହୃଦୟ କୁ ମଧ୍ୟ ଜିଣିବାରେ ସଫଳ ହୋଇଥିଲେ ।

ବରୁଣ ଙ୍କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଥିଲେ । ଏବଂ ସେ ତା ଛଡା ସିନେମାରେ ମଧ୍ୟ କାମ କରିଛନ୍ତି । ତେବେ ତାଙ୍କ ବାସ୍ତବ ଜୀଵନ ର ଭାଇ ଭଉଣୀ ଙ୍କ ବିଷୟରେ କହିଲେ ତାଙ୍କ ର ଜଣେ ଭଉଣୀ ଅଛନ୍ତି ଯାହାଙ୍କର ନାମ ହେଉଛି ରିଚା ଅରୋଡା । ସେ ଜଣେ ହାଉସ ୱାଇଫ । ଦୁହେଁ ଭାଇ ଭଉଣୀ ଦୁହେଁ ଙ୍କୁ ବହୁତ ଭଲ ପାଆନ୍ତି ।


୨- ଦ୍ୱିତୀୟ କଳାକାର ହେଉଛନ୍ତି ଏରିକା ଫ୍ରନାଡେଜ । ଏରିକା ଷ୍ଟାର ପ୍ଲସ ର ଲୋକପ୍ରିୟ ଧାରାବାହିକ କସୋଟି ଜିନ୍ଦେଗି କି ରେ ଅଭିନୟ କରି ଦର୍ଶକ ମାନଙ୍କ ର ପ୍ରଥମ ପସନ୍ଦ ହୋଇ ପାରିଛନ୍ତି । ସେ ଏହା ଛଡା ଅନେକ ଅନ୍ୟ ଧାରାବାହିକ ରେ ମଧ୍ୟ କାମ କରିଛନ୍ତି । ତାଙ୍କର ଭାଇ ଭଉଣୀ ଙ୍କ ବିଷୟରେ ଆଲୋଚନା କଲେ ତାଙ୍କର ଜଣେ ଭାଇ ଅଛନ୍ତି ଯାହାର ନାମ ହେଉଛି ଜର୍ମନ ଫ୍ରନାଦେଜ । ଏବଂ ନିଜ ଭଉଣୀ କୁ ମଧ୍ୟ ଖୁବ ଭଲ ପାଆନ୍ତି ଏବଂ ତାଙ୍କ ପାଇଁ କିଛି ବି କରି ପାରନ୍ତି ।


୩- ତୃତୀୟ କଳାକାର ହେଉଛନ୍ତି ଧୀରଜ ଧୂପର । କୁଣ୍ଡଳି ଭାଗ୍ୟ ଧାରାବାହିକ ରେ ଅଭିନୟ କରି ଧୀରଜ ବହୁତ ଲୋକ ପ୍ରିୟତା ଏବଂ ଭଲ ପାଇବା ପାଇଛନ୍ତି । ତାଙ୍କ ଅଭିନୟ ଏବଂ ଲୁକ କୁ ଲୋକମାନେ ଖୁବ ପସନ୍ଦ କରନ୍ତି । ଧୀରଜ ଙ୍କର ଜଣେ ଭଉଣୀ ଅଛନ୍ତି । ଯାହା ଙ୍କର ନାମ ହେଉଛି ଶିଲା ଧୂପର । ଦୁହେଁ ଭାଇ ଭଉଣୀ ଙ୍କ ଭିତରେ ବହୁତ ଗଭୀର ସଂପର୍କ ଅଛି ।


୪- ଚତୁର୍ଥ କଳାକାର ହେଉଛନ୍ତି ଦୃଷ୍ଟି ଧାମି । ମଧୁବାଲା ଭଳି ଲୋକପ୍ରିୟ ଏବଂ ପ୍ରସିଦ୍ଧ ଧାରାବାହିକ ରେ ଅଭିନୟ କରି ସେ ବହୁତ ଚର୍ଚ୍ଚିତ ଥିଲେ । ଏବଂ ନିଜର ସୁନ୍ଦର ଅଭିନୟ ରେ ସେ ଦର୍ଶକ ମାନଙ୍କ ହୃଦୟ ରେ ଘର ମଧ୍ୟ କରି ପାରିଥିଲେ । ଦୃଷ୍ଟି ଙ୍କ ଭାଇଙ୍କ ନାମ ହେଉଛି ଜୈଶୀଳ ଧାମୀ । ଦୁଇ ଜଣଙ୍କ ଭିତରେ ବହୁତ ଭଲ ସଂପର୍କ ଦେଖିବାକୁ ମିଳିଥାଏ ।


୫- ପଞ୍ଚମ କଳାକାର ହେଉଛନ୍ତି ସାହିର ଶେଖ । ମହାଭାରତ ଧାରାବାହିକ ରେ ଅର୍ଜୁନ ଚରିତ୍ର ରେ ନିଜର ଦମଦାର ଅଭିନୟ ରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏବଂ ତାଙ୍କ ଲୁକ କୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରୁଥିଲେ । ତାଙ୍କର ଦୁଇ ଜଣ ଭଉଣୀ ଅଛନ୍ତି ଜଣଙ୍କ ନାମ ହେଉଛି ଅଲିଫା ଏବଂ ଅନ୍ୟ ଜଣଙ୍କ ନାମ ହେଉଛି ଇଫରାକ ।


୬-ଷଷ୍ଠ କଳାକାର ହେଉଛନ୍ତି ରୂପାଲି ଗାଙ୍ଗୁଲି । ଷ୍ଟାର ପ୍ଲସ ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ଅନୁପମା ରେ ରୂପାଲି ନିଜର ଦମଦାର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି । ଏବେ ତାଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ । ତାଙ୍କର ଭାଇଙ୍କ ନାମ ହେଉଛି ବିଜୟ ଗାଙ୍ଗୁଲି ସେ ଜଣେ ଅଭିନେତା ଏବଂ ସିନେମା ପ୍ରଯୋଜକ ମଧ୍ୟ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *