ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ଏକ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ପାଦ ତଳୁ ମାଟି ଖସିଯିବ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପୋଲିସ ଏକ ମହିଳାଙ୍କୁ ପଚାରୁ ଛନ୍ତି କେମିତି ନିଜ କୁନି ପୁଅକୁ ମଆରିଲ ଆଉ ମହିଳା ଜଣକ ଗୋଟି ଗୋଟି କରି ସବୁ କଥା କହୁଛନ୍ତି । ଟ୍ୟୁସନ ସାରଙ୍କ ପ୍ରେମରେ ଏମିତି ପାଗେଳି ହେଲା ଏ ମାଆଟି ନିଜର କୁନି ପୁଅଟିକୁ ମଆରିବା ପାଇଁ ବି ତାର ହାତ ଥରିଲାନି ।
ଆଉ ଏ ସବୁ ଦୃଶ୍ୟ ଦେଖିଥିଲା ତାର ଝିଅ । ଝିଅଟି ନିଜ ମାମୁ ଘରକୁ ଏହି ଘଟଣାର ସୂଚନା ଦେଇଥିଲା ହେଲେ ଏହି ଘଟଣା ଉପରେ କେହି ବି ବିଶ୍ଵାସ କରିପାରିଲେ ନାହିଁ । ପ୍ରେମ ପାଇଁ ପାଗଳ ହେଇଗଲା ମାଆ ଆଉ ନିଜ ପ୍ରେମକୁ ସଫଳ କରିବା ପାଇଁ ପୁଅକୁ ପାଠ ପଢାଉ ଥିବା ଲକ୍ଷ୍ମୀଧରଙ୍କ ସହ ମିଶି ନିଜ ଛୁଆକୁ ଜୀବନରୁ ସବୁଦିନ ପାଇଁ ଶେଷ କରିଦେଲା । ଗାଧୁଆ ଘରେ ପୁଅର ହତୟଆ କରି ଅଭିନୟ କଲା ଯେ, ପୁଅଟି ଛାତ ଉପରୁ ପଡି ମରଇଯାଇଛି ।
ଦର୍ଶକ ବନ୍ଧୁ ଏଭଳି ଏକ ଘଟଣା ଘଟି ଯାଇଛି କେନ୍ଦ୍ରପଡା ପଟାମୁଣ୍ଡେଇ ଥାନା ଅନ୍ତର୍ଗତ ମାଟିଆପଡା ଗାଁରେ । ବନ୍ଧୁଗଣ ଉକ୍ତ ମହିଳା ଜଣକ ହେଲେ ସସ୍ମିତା ନାଥ ମାଟିଆପଡା ଗାଁର ସୁଶାନ୍ତଙ୍କୁ ବିବାହ କରିଥିଲେ । ତାଙ୍କ ସ୍ଵାମୀ ବାହାରେ ଦାଦନ ଖଟନ୍ତି ଆଉ ସସ୍ମିତାଙ୍କର ତିନୋଟି ପିଲା ଥିବା ବେଳେ ସସ୍ମିତାଙ୍କ ସ୍ଵାମୀ କାମ କରିବାକୁ ବାହାରକୁ ଯାଇଥିଲେ । ଆଉ ଏ ସମୟରେ ତିନୋଟି ପିଲାଙ୍କୁ ପାଠ ପଢାଉ ଥିଲେ ଟ୍ୟୁସନ ସାର ଲକ୍ଷ୍ମୀଧର ।
ଟ୍ୟୁସନ ସାର ଲକ୍ଷ୍ମୀଧର ଆଉ ସସ୍ମିତାଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ସ୍ଵାମୀଙ୍କ ଅନୁପସ୍ଥିତିକୁ ପୂରଣ କରୁଥିଲେ ଟ୍ୟୁସନ ସାର । ଘର ପରିବାର ଛାଡି ବିବାହ କରି ଖୁସିରେ ରହିବେ ବୋଲି ଉଭୟ ନିଷ୍ପତ୍ତି ନେଲେ । ହେଲେ ସସ୍ମିତାଙ୍କ ପ୍ରେମରେ ବାଧକ ସାଜି ଥିଲା ତିନି ବର୍ଷର ପୁଅଟି । ସସ୍ମିତାଙ୍କ ବଡ ପୁଅ ଆଉ ଝିଅ ମାମୁଘରେ ରହୁଥିଲେ ହେଲେ ଘଟଣା ଦିନରେ ଝିଅ ନିଜ ଘରେ ରହୁଥିଲା ।
ଲକ୍ଷ୍ମୀଧର ଘରକୁ ଆସି କୁନି ପୁଅକୁ ଗାଧୋଇବା ବାହାନାରେ ନେଇଗଲା ଆଉ କଚାଡି କଚାଡି ହତୟଆ କରିଲା । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ପୋଲିସ ସସ୍ମିତା ଆଉ ତାଙ୍କ ପ୍ରେମିକ ଲକ୍ଷ୍ମୀଧରଙ୍କୁ ଗିରଫ କରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।