‘ତୋ ସାନ ଭାଇ ମୋ ପାଖରେ ଶୋଇଥିଲା କି…’ ଦେଖନ୍ତୁ Tunguru ଙ୍କୁ ଏମିତି କାହିଁକି କହିଲେ ବର୍ଷା, ଭାଇରାଲ ହେଉଛି Video

ବନ୍ଧୁଗଣ ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ । ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ ।

ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଅନ୍ୟ ପଟେ ଟୁଙ୍ଗୁରୁ ମଧ୍ୟ ଗଣମାଧ୍ୟମ ସାମ୍ନା ରେ ସମସ୍ତ ଦୋଷ ବର୍ଷାଙ୍କୁ ଦେଇଛନ୍ତି । ତେବେ ଏହାରି ମଧ୍ୟରେ ଟୁଙ୍ଗୁରୁ ଆଉ ବର୍ଷାଙ୍କର ଏକ ଅଡିଓ କଲ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏତେ ସବୁ ବିବାଦ ହେବା ପରେ ଟୁଙ୍ଗୁରୁ ବର୍ଷାଙ୍କୁ କଲ୍ କରିଥିଲେ । ଏହି ଅଡିଓ କଲ୍ ରେ ବର୍ଷା ଟୁଙ୍ଗୁରୁଙ୍କୁ ପଚାରୁଛନ୍ତି ତମେ ସବୁଦିନ ପାଇଁ କଥାବାର୍ତ୍ତା କରିବାକୁ କଲ୍ କରିଛ ନା ଗୋଟେ ଦିନ ପାଇଁ । ଏହା ପରେ ଟୁଙ୍ଗୁରୁ କହୁଛନ୍ତି ତୁ ଯେତେବେଳେ କହିଲୁ ମୁଁ ବିଶ୍ଵାସ କରିଲି ମୁଁ କେବଳ ସାନକୁ ପଚାରିଲି ।

ତୁ ସାନକୁ କଲ୍ କରିଥିଲୁ କି । ଏହା ପରେ ବର୍ଷା ଟୁଙ୍ଗୁରୁକୁ କହୁଛନ୍ତି ମୁଁ ସାନ ସହ ଶୋଇପଡିଥିଲି କି । ସାନ ମୋ ପାଖରେ ଶୋଇପଡିଥିଲା କି । ମୁଁ ସାନକୁ ସକାଳେ କଲ୍ କରି କହିଥିଲି ତମ ସହ ଟିକେ କଥା କରେଇବା ପାଇଁ । ଏହା ପରେ ଟୁଙ୍ଗୁରୁ ବର୍ଷାଙ୍କୁ କହୁଛନ୍ତି ତୁ ତ ରାଜି ମୁଁ ତ ରାଜି..ଯିଏ ଯାହା କହିଲା ଆମର କ’ଣ ଗଲା’ । ତେବେ ବନ୍ଧୁଗଣ ଏଭଳି ଭାବରେ ବର୍ଷାଓ ଟୁଙ୍ଗୁରୁ କଥାବାର୍ତ୍ତା ହୋଇଛନ୍ତି ।

ଅନ୍ୟ ପଟେ ଗତ କାଲି ଟୁଙ୍ଗୁରୁଙ୍କ ଅସଲି ରୂପ ଗଣମାଧ୍ୟମ ସାମ୍ନାକୁ ଆସିଛି । ଗତ କାଲି ଟୁଙ୍ଗୁରୁ ବର୍ଷାଙ୍କୁ କଲ୍ କରି ନିଜ ମନର କଥା କହିଥିଲେ । ତେବେ କ୍ୟାମେରା ସାମ୍ନାରେ ଗୋଟେ କଥା ଆଉ କ୍ୟାମେରା ପଛରେ ଅଲଗା କଥା କହୁଛନ୍ତି ଟୁଙ୍ଗୁରୁ । ତେବେ ଟୁଙ୍ଗୁରୁ ଓ ବର୍ଷାଙ୍କ ଏହି ଅଡିଓ କଲ୍ ଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *