ଟୁଙ୍ଗୁରୁ ବର୍ଷାର ଅଟୋ ଭିତରେ ପ୍ରଥମ ଭେଟ, ରୁମକୁ ଡାକି ବର୍ଷା ଦେଇଥିଲା କବାଟ…କିଛି ଏମିତି ଥିଲା ସେଦିନର ଘଟଣା, ଦେଖନ୍ତୁ Video

ବନ୍ଧୁଗଣ ଏବେ ଟୁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କ ପ୍ରେମ କାହାଣୀ ସାରା ଓଡିଶାରେ ଚର୍ଚ୍ଚିତ । ଉଭୟଙ୍କ ପ୍ରେମ ସବୁଠାରୁ ନିଆରା । ଏଠି କିଏ କାହା ଠାରୁ କମ ନୁହେଁ । ବର୍ଷା ଟୁଙ୍ଗୁରୁଙ୍କ ପ୍ରେମରେ ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ପୁଅଙ୍କୁ ଛାଡି ଟୁଙ୍ଗୁରୁଙ୍କ ସହ ବିବାହ କରିବା ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଅନ୍ୟ ପଟେ ଟୁଙ୍ଗୁରୁ ଅନ୍ୟ ବର୍ଷାଙ୍କ ସହ ପ୍ରେମ ସମ୍ବନ୍ଧ ରଖିବା ପରେ ଏବେ ଅନ୍ୟ ଏକ ଯୁବତୀଙ୍କ ସହ ବିବାହ କରିଛନ୍ତି ।

ବନ୍ଧୁଗଣ ଏମ୍ସ ମେଡିକାଲ ଯିବା ପାଇଁ ବର୍ଷା ପ୍ରଥମ ଥର ଟୁଙ୍ଗୁରୁଙ୍କ ଅଟୋ ଭଡା କରିଥିଲେ । ଧୀରେ ଧୀରେ ଉଭୟ ନିଜ ନିଜ ଭିତରେ କଥା ହୋଇଥିଲେ । ଧୀରେ ଧୀରେ ଅଟୋରୁ ପ୍ରେମ ଆରମ୍ଭ ହୋଇଯାଇଥିଲା ଆଉ ବର୍ଷାଙ୍କ କଥା ଶୁଣି ଟୁଙ୍ଗୁରୁ ତାଙ୍କ ଘରକୁ ଚାଲିଯାନ୍ତି । ବର୍ଷା ଭିତର ପଟୁ କବାଟ ଦେଇ ଦିଅନ୍ତି । ସେହି ଗୋଟିଏ ଘର ଭିତରେ ଉଭୟ ପରସ୍ପର ସହ ପ୍ରେମ କରନ୍ତି ଆଉ ପ୍ରେମର ପ୍ରମାଣ ସ୍ୱରୂପ ବର୍ଷା କିଛି ଫଟୋ ମଧ୍ୟ ସେହି ସମୟର ଉଠାଇ ଦିଅନ୍ତି ।

ହେଲେ କିଛି ସମୟ ପରେ ଟୁଙ୍ଗୁରୁ ଭୋଳ ନିଜ ବାପା-ମାଙ୍କ କଥା ଶୁଣି ବାହା ହେଇଯାଏ ଆଉ ଏକ ମହିଳାଙ୍କ ସହ । ଏ କଥା ଯେତେବେଳେ ବର୍ଷା ଜାଣିଲେ ସେତେବେଳେ ବର୍ଷାଙ୍କ ପାଦ ତଳୁ ମାଟି ଖସିଗଲା । ଏହା ପରେ ବର୍ଷା ସିଧା ଯାଇ ପହଞ୍ଚି ଯାନ୍ତି ଥାନାରେ । ବର୍ଷା ନିଜ ହାତରେ ଶଙ୍ଖା, ସିନ୍ଦୁର ଓ ଫୁଲ ମାଳ ନେଇଯାଇଥିଲେ ଆଉ କହିଥିଲେ ଏତେ ସାନ ହୋଇ ଟୁଙ୍ଗୁରୁ ମୋ ସହ ସମ୍ପର୍କ ରଖିଲା ଏବେ କହୁଛି ସେ ବାହା ହେବନି ।

ବର୍ଷାଙ୍କର ଗୋଟିଏ ଜିଦ ସେ ଟୁଙ୍ଗୁରୁ ସହ ବାହା ହେବେ । ଅନ୍ୟ ପଟେ ଟୁଙ୍ଗୁରୁ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି ବର୍ଷାଙ୍କୁ କୁଆଡେ ସେ ଜବରଦସ୍ତି ପ୍ରେମ କରୁଥିଲେ । ବର୍ଷା କୁଆଡେ ବାରମ୍ବାର ଅଟୋ ଭଡା କରି ଟୁଙ୍ଗୁରୁକୁ ଡାକୁଥିଲେ ଆଉ କହୁଥିଲେ ଭଡା କଥା ଚିନ୍ତା କରନି ଆମେ ବୁଲିବା । ବର୍ଷା କୁଆଡେ ଟୁଙ୍ଗୁରୁଙ୍କୁ ନିଜ ଘରକୁ ନେଇ କବାଟ ବନ୍ଦ କରିଦେଉଥିଲେ ।

ଏଥିରେ ଟୁଙ୍ଗୁରୁଙ୍କ ଇଛା ନଥିଲା । ଅଢେଇ ବର୍ଷ ପାଖାପାଖି ଏ ସମ୍ପର୍କ ଯାହା ଟୁଙ୍ଗୁରୁ ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ଏବେ କୁଆଡେ ଥାନା ବାବୁ ଉଭୟ ବର୍ଷା ଓ ଟୁଙ୍ଗୁରୁଙ୍କୁ ବୁଝେଇ ଛନ୍ତି ଆଉ ଉଭୟ ମାନି ବି ଛନ୍ତି । ବେଳେବେଳେ ଟୁଙ୍ଗୁରୁ ବର୍ଷାଙ୍କୁ କଲ୍ କରିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *