ଦୁଇଟି ମ୍ୟାଚରେ ଦମଦାର ବ୍ୟାଟିଂ ସତ୍ୱେ… ତୃତୀୟ T-20 ରେ ମିଳିଲାନି ରିଙ୍କୁଙ୍କ ବ୍ୟାଟିଂ! ଆଉ ହାରିଲା ଭାରତ Rinku Singh

ଦୁଇଟି ମ୍ଯାଚରେ ଦମଦାର ବ୍ୟାଟିଂ ସତ୍ବେ ତୃତୀୟ t-20 ରେ ମିଳିଲାନି ରିଙ୍କୁଙ୍କୁ ବ୍ୟାଟିଂ । ଆଉ ତାପରେ ହାରିଗଲା ଭାରତ । t-20 ର ତୃତୀୟ ସିରିଜରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ ଇଣ୍ଡିଆ । 20 ଓଭରରେ 222 ରନ ମଧ୍ୟ ସଂଗ୍ରହ କରିପାରିଥିଲା । ହେଲେ ଏତେ ରନ ବୋର୍ଡରେ ଥାଇ ମଧ୍ୟ ଖୁସି ହୋଇପାରିନଥିଲେ ଭାରତ । କାରଣ ସୂର୍ଯ୍ୟ କୁମାରଙ୍କର ଆଉଟ ହେବ ପରେ ବ୍ୟାଟିଂ କରିବାକୁ ଆସିଥିଲେ ତିଳକ ବର୍ମା । ଅନ୍ୟ ପକ୍ଷରେ ଅପନର ଋତୁରାଜ ଗାୟକ ୱାର୍ଡ ଖେଳୁଥିଲେ ।

ଋତୁରାଜ ଗାୟକୱାର୍ଡ ନିଜର ଦମଦାର ବ୍ୟାଟିଂ ଦ୍ଵାରା ଅଷ୍ଟ୍ରେଲିଆ ବୋଲର ମାନଙ୍କର ଧଜିଆ ଉଦାଉଥିଲେ । ହେଲେ ତିଳକ ବର୍ମାଙ୍କର ବ୍ୟାଟରୁ ବଡ ବଡ ସଟ ବାହାରୁନଥିଲା । ତେଣୁ ଦର୍ଶକ ତାଙ୍କ ବ୍ୟାଟିଂ ଦେଖି ଖୁସି ହୋଇପାରୁନଥିଲେ । ସେଥିପାଇଁ କ୍ରିକେଟପ୍ରେମୀ ମାନେ ଅସନ୍ତୋଷ ଜାହିର କରିଛନ୍ତି । ତେବେ କ୍ରିକେଟ ସମର୍ଥକଙ୍କ କହିବା ଅନୁଯାଇ ତିଳକଙ୍କର ବଦଳରେ ରିଙ୍କୁ ସିଂହଙ୍କୁ ପଠାଇବାର ଦରକାର ପଡୁଥିଲା ।

ସେ ଆସି ଥିଲେ ମଇଦାନ ଉପରେ ଜବରଦସ୍ତ ବ୍ୟାଟିଂ କରି ବୋଲର ମାନଙ୍କର ନିଦ ଉଡାଇଦେଇଥାନ୍ତେ । 24 ଟି ବଳରୁ 31 ଟି ବଲର ପାଳି ଖେଳିଥିଲେ ତିଳକ । ଯେଉଁଥିରେ ମାତ୍ର 4 ଟି ଚଉକା ସାମିଲ ରହିଥିଲା । ହେଲେ ତିଳକଙ୍କର ବ୍ୟାଟିଂ ଦେଖି ଏବେ ସମସ୍ତେ କହୁଛନ୍ତି । ଯେ ଯଦି ଏଥିରେ ତିଳକଙ୍କର ବଦଳରେ ରିଙ୍କୁ ସିଂହ ଖେଳିଥାନ୍ତେ । ତେବେ ରିଙ୍କୁ 24 ଟି ବଲରେ 50 ରନ ନିହାତି ଭାବେ କରିପାରିଥାନ୍ତେ । ହେଲେ ତିଳକ ବର୍ମାଙ୍କର ବ୍ୟାଟିଂ ପଦର୍ଶନ ଏତେ ଭଲ ନଥିଲା ।

ହେଲେ ଅନ୍ୟ ପକ୍ଷରେ ଋତୁରାଜ ଗାୟକୱାର୍ଡ ଧୂଆଁଧାର ପାଳି ଖେଳି t-20 କ୍ଯାରିଅରରେ ପ୍ରଥମ ଶତକ ହାସଲ କରିପାରିଥିଲେ । ହେଲେ ଏଠାରେ ଏବେ ସମସ୍ତେ କହୁଛନ୍ତି । ଯେ ଭାରତ ସିନା ଏହି ତୃତୀୟ ମ୍ଯାଚରେ ହାରିଯାଇଛି । ହେଲେ ବାକି ରହିଥିବା ଅନ୍ୟ 2 ଟି ମ୍ଯାଚରେ ଭାରତ ଭଲ ପଦର୍ଶନ କରିବ ବୋଲି କ୍ରିକେଟପ୍ରେନୀଙ୍କର ଅନେକ ଆଶା ରହିଛି । କ୍ରିକେଟ ଜଗତର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *