ତ୍ରୁଟିପୂର୍ଣ୍ଣ ଦଶମ ଆର୍ଡମିଟ୍ କାର୍ଡ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଦଶମ ଛାତ୍ରୀ !

ଆର୍ଡମିଟ୍ କାର୍ଡରେ ତ୍ରୁଟି ଯୋଗୁ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରୀ ! ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ତାଲୁକପଡା ସ୍ଥିତ ନନ୍ଦରାଜା ବାଳିକା ଉଚ୍ଚ ବିଦ୍ୟାଳୟରୁ ଏଭଳି ଏକ ଅଭିଯୋଗ ଆସିଛି । ସୂଚନା ଅନୁସାରେ ପୂଜା ପ୍ରିୟଦର୍ଶିନୀ ନାମକ ଏକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କର ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବା ପାଇଁ ନନ୍ଦରାଜା ଉଚ୍ଚ ବାଳିକା ବିଦ୍ୟାଳୟରେ ଫର୍ମ ଫିଲପ କରିଥିଲେ । ପରୀକ୍ଷା ସମୟରେ ତାଙ୍କୁ ଆର୍ଡମିଟ୍ କାର୍ଡ ଦିଆଯିବ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା ।

ତେବେ ପୂଜା ଯେତେବେଳେ ବିଦ୍ୟାଳୟରେ ପାହାଙ୍କିଥିଲେ । ସେଠାରେ ତାଙ୍କୁ ଆର୍ଡମିଟ୍ କାର୍ଡ ଦିଆଯାଇଥିଲା । ହେଲେ ସେହି ଆର୍ଡକାର୍ଡରେ ପୂଜାଙ୍କ ଫୋଟ ପରିବର୍ତ୍ତେ ଅନ୍ୟ ଜଣେ ଛାତ୍ରୀଙ୍କର ଫୋଟ ରହିଥିଲା । ଏଥିସହ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କର ଷ୍ଟାମ୍ପ ସହିତ ଦସ୍ତଖତ ମଧ୍ୟ ଆର୍ଡମିଟ୍ କାର୍ଡରେ ଦେଖିବାକୁ ମିଳିଥିଲା । ଯାହା ଫଳରେ କି ଦଶମ ବୋର୍ଡ ପରୀକ୍ଷା ଦେବାକୁ ପୂଜା ବଞ୍ଚିତ ହୋଇଥିଲେ । ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁ ଏଭଳି କିଛି ଘଟିଥିବା ଅଭିଯୋଗ କରିଛନ୍ତି ପୂଜାଙ୍କର ପରିବାର ଲୋକ ।

ତେବେ ଏ ନେଇ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ତେବେ ପୂଜା ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଦେବେ ବୋଲି ବର୍ଷେ ଧରି ପରିଶ୍ରମ କରି ପାଠ ପଢିଥିଲେ । ହେଲେ ଠିକ ପରୀକ୍ଷା ସମୟରେ ତାଙ୍କର ଆର୍ଡମିଟ କାର୍ଡରେ ତ୍ରୁଟି ଥିବା ଦେଖି ତାଙ୍କୁ ପରୀକ୍ଷା ହଲକୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ଫଳରେ ଦଶମ ଶ୍ରେଣୀ ଛାତ୍ରୀ ପୂଜା ପ୍ରିୟଦର୍ଶିନୀ ଜେନା ଦଶମ ପରୀକ୍ଷା ନଦେଇପାରି ସେଥିରୁ ବଞ୍ଚିତ ହୋଇଥିଲେ ।

ଯେଉଁଥି ପାଇଁ ଏ ନେଇ ପୂଜା ପ୍ରିୟଦର୍ଶିନୀଙ୍କର ଅବିଭାବକ ବିଦ୍ୟାଳୟରେ ଅଭିଯୋଗ ଜଣାଇଥିଲେ । କିନ୍ତୁ ସେହି ସମୟରେ ପୂଜାଙ୍କୁ ପରୀକ୍ଷା ହଲକୁ ଯାଇ ପରୀକ୍ଷା ଦେବାକୁ ଅନୁମତି ମିଳିପାରିନଥିଲା । ହେଲେ ଦଶମ ଶ୍ରେଣୀ ଛାତ୍ରୀଙ୍କର ଆର୍ଡମିଟ କାର୍ଡରେ ଏଭଳି ତ୍ରୁଟି ପାଇଁ କିଏ ଦାୟୀ ରହିଛନ୍ତି କାହାର ଅବହେଲା ପାଇଁ ଏଭଳି ତ୍ରୁଟିପୂର୍ଣ୍ଣ ଆର୍ଡମିଟ କାର୍ଡ ସାମ୍ନାକୁ ଆସିଛି ତାହା ତ ତଦନ୍ତ ପରେ ସ୍ପଷ୍ଠ ଭାବରେ କୁହାଯାଇପାରିବ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଟିଏ କରନ୍ତୁ ।

Leave a Reply

Your email address will not be published. Required fields are marked *