ତେନ୍ତୁଳୀ ଗଛକୁ ନେଇ ଟ୍ରେନ ଦୁର୍ଘଟଣାର ରହିଛି ସଂଯୋଗ ! ବାହାନଗା ଟ୍ରେନ ଟ୍ରାଜେଡି ପଛର କ’ ଣ ରହିଛି ପ୍ରକୃତ ରହସ୍ୟ ଜାଣନ୍ତୁ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଶ୍ବାସ ନା ଅନ୍ଧବିଶ୍ବାସ ! ବାହାନଗା ରେଳ ଦୁର୍ଘଟଣା ପଛରେ ରହିଥିଲା ତେନ୍ତୁଳୀ ଗଛ କଟାର ପ୍ରଭାବ ! ହଁ ବନ୍ଧୁଗଣ ଆଜି କାଲି ବିଜ୍ଞାନର ଯୁଗରେ ଲୋକମାନେ ଅନେକ କିଛି କଥାକୁ ହୁଏତ ଅନ୍ଧବିଶ୍ବାସ କରିଦେଉଛନ୍ତି । ହେଲେ ଅନେକ ଲୋକ ମଧ୍ୟ ଆଜି ପର୍ଯ୍ୟନ୍ତ କହୁଛନ୍ତି । ଯେ ଯେଉଁଠାରେ ଭଗବାନ ଅଛନ୍ତି ବୋଲି ଆମେ ବିଶ୍ବାସ କରୁଛୁ, ସେହି ସ୍ଥାନରେ ଭୁତ, ପ୍ରେତ ଅଛନ୍ତି ବୋଲି ମଧ୍ୟ ବିଶ୍ବାସ କରିବା ଉଚିତ ।

ତେବେ ବାହାନଗା ଷ୍ଟେସନ ନିକଟସ୍ଥ ଏକ ସ୍ଥାନରେ ତେନ୍ତୁଳୀ ଗଛଟି କାଇଁ କେଉଁ କାଳରୁ ରହିଆସୁଥିଲା । ସେହି ତେନ୍ତୁଳୀ ଗଛକୁ ବହୁ ବର୍ଷ ପୂର୍ବରୁ ମଧ୍ୟ ପୂଜା ଅର୍ଚନା କରାଯାଉଥିଲା । କାରଣ ବାହନଗା ସ୍ଥାନୀୟ ଲୋକଙ୍କ ପାଇଁ ଏହି ତେନ୍ତୁଳୀ ଗଛ ଭଗବାନ ସଦୃଶ ଥିଲା । ହେଲେ ରେଲୱେର ସଂପ୍ରସାରଣ କାର୍ଯ୍ୟ ପାଇଁ ଏହି ଗଛକୁ କାଟିବାକୁ ପଡିବ, ବୋଲି ପ୍ରଶାସନ ନିଷ୍ପତ୍ତି ଆସିଥିଲା ।

ହେଲେ ସ୍ଥାନୀୟ ଲୋକେ ପୂର୍ବପୁରୁଷଙ୍କ କଥାକୁ ଆଖିରେ ରଖି ଏହି ତେନ୍ତୁଳୀ ଗଛକୁ କାଟିବାକୁ ରେଲୱେ ଲୋକ ମାନଙ୍କୁ ମନା କରିଥିଲେ । ହେଲେ ଏହି ଗଛ କଟା ଯିବ ନାହିଁ । କେବଳ କିଛି ଡାଳ କଟା ହୋଇ ସଂପୂର୍ଣ୍ଣ ଗଛଟିକୁ ଛଡା ଯିବ ବୋଲି ମଧ୍ୟ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା । ହେଲେ ପରେ ପରେ ରେଲୱେର ଅର୍ଡରରେ ସଂପୂର୍ଣ୍ଣ ତେନ୍ତୁଳୀ ଗଛଟିକୁ କାଟି ଦିଆଯାଇଥିଲା । ହେଲେ ତେନ୍ତୁଳୀ ଗଛର କାଟିବାର ମାତ୍ର ୨ ଦିନ ହୋଇଛି କି ନାହିଁ ।

ବାହାନଗା ଠାରେ ଏପରି ଏକ ବଡ ଧରଣର ଭୟଙ୍କର ରେଳ ଦୁର୍ଘଟଣା ଘଟି ଗଲା । ଯାହାକୁ ନେଇ ସାରା ଭାରତ ପୁରା ସ୍ତବ୍ଦ ପାଲଟି ଯାଇଥିଲା । ସ୍ଥାନୀୟ ଲୋକଙ୍କ ମତରେ କିନ୍ତୁ ସେମାନେ ରେଳ ଦୁର୍ଘଟଣା ପଛରେ ତେନ୍ତୁଳୀ ଗଛ କାଟିବାର ପ୍ରୋକୋପ ପଡିଛି ବୋଲି କହୁଛନ୍ତି । ଅନେକ ମଧ୍ୟ ଏହାକୁ ଅନ୍ଧବିଶ୍ବାସ କହି କଥାକୁ ବୁଲାଇଦେଉଛନ୍ତି ।

ତେବେ ଏହି ରେଳ ଦୁର୍ଘଟଣା ପଛରେ କ’ ଣ ପ୍ରକୃତରେ ତେନ୍ତୁଳୀ ଗଛ କଟାର ପ୍ରଭାବ ରହିଛି ? ଏହାକୁ ନେଇ ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏହା ସହ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *