ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ । ଆଜିର ସମୟରେ ମଣିଷ ମାନେ ବୈଜ୍ଞାନିକ ଯୁଗରେ ନିଜର ବୁଦ୍ଧି ଓ ବିବେକ ବଳରେ ଚନ୍ଦ୍ରରେ ପହଁଚିଲେଣି । ତେବେ ବର୍ତ୍ତମାନ ଲୋକମାନେ ଏତେ ସଭ୍ୟ ହୋଇ ମଧ୍ୟ ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ କି ଅନ୍ଧ ବିଶ୍ୱାସ ମନ ମଧ୍ୟରେ ଭରି ରହିଥାଏ । ଅନେକ ସମୟରେ ବିଭିନ୍ନ ପ୍ରକାର ଅନ୍ଧ ବିଶ୍ୱାସ ଖବର ଶୁଣିବା ପାଇଁ ପାଇଥାନ୍ତି ।
କେଉଁ କେଉଁ ଜଗାରେ ତୋ ମନୁଷ୍ୟ ଅନ୍ଧ ବିଶ୍ୱାସର ଶିକାର ହୋଇଥାଏ । ସମାଜର ଲୋକ ମାନଙ୍କ ପାଇଁ ଭୂତ ଓ ପ୍ରେତ ବିଶ୍ୱାସ ହୋଇ ଥିବା ବେଳେ କିନ୍ତୁ ବିଜ୍ଞାନ ପାଇଁ ଏହା ଅନ୍ଧ ବିଶ୍ୱାସ ଅଟେ । ଏପରି ଅନେକ ଘଟଣା ଆମେ ସୋସିଆଲ ମିଡିଆରେ ଦେଖିବା ପାଇଥାଉ । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଭୟ ଭିତ ମଧ୍ୟ ହୋଇଯିବେ ।
ତେବେ ଘଟଣାଟି ହେଉଛି କିଛି ଲୋକ ଟ୍ରାକ୍ଟରରେ ଯାଉଥିବା ସମୟରେ ଭୂତ ପରି ଦିଶୁ ଥିବା କିଛି ଦୃଶ୍ୟକୁ ଦେଖିଥିଲେ ବୋଲି ସୂଚନା ମିଳିଛି । ଯାହାକି ଏହା ଏକ ଭୟାନକ କଥା ଅଟେ । ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି । ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା । ତେବେ ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଚିକିଲି ଗାଁ ରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ।
ସେହି ଗାଁ ର କିଛି ଲୋକ ରାତିରେ ଟ୍ରାକ୍ଟର ନେଇ ଫେରୁଥିବା ସମୟରେ କେହି ଜଣେ ରାସ୍ତା ଉପରେ ଯାଉଥିବା ଜଣା ପଡିଛି । ଟ୍ରାକ୍ଟରରେ ବସିଥିବା ଜଣେ ବ୍ୟକ୍ତି ସେହି ଭିଡ଼ିଓଟିକୁ ତାଙ୍କ ମୋବାଇଲରେ ରେକର୍ଡ଼ କରି ନେଇଥିଲେ । ସେହି ଭିଡ଼ିଓରେ ଜଣେ ଶାଢ଼ୀ ପିନ୍ଧୁ ଥିବା ଖାଲି ନଜର ଆସୁଛନ୍ତି କିନ୍ତୁ ମୁହଁ,ହାତ ଓ ଗୋଡ଼ କିଛି ଦେଖା ଯାଉ ନଥିଲା । ଏହି ଘଟଣାଟି ଲୋକ ମାନଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି ହୋଇ ଯାଇଛି ।
ତେବେ ଲୋକ ମାନଙ୍କ ଗହଳି ଭିତରେ ସେହି ଦୃଶ୍ୟଟି ଆସ୍ତେ ଆସ୍ତେ ରାସ୍ତା କଡ଼କୁ ଚାଲି ଯାଉଥିଲା ଓ ଭୂତ ପରି ମଧ୍ୟ ଦିଶୁଥିଲା । ସେହି ସମୟରେ ଭୟରେ ଡ୍ରାଇଭର ଟ୍ରାକ୍ଟରର ଷ୍ଟାଟ ବନ୍ଦ କରି ଦେଲେ । ଲାଇଟ ବନ୍ଦ ହୋଇ ଯିବାରୁ ଲୋକ ମାନେ ଟ୍ରାକ୍ଟର ଷ୍ଟାଟ କରିବାକୁ କହିଲେ କିନ୍ତୁ ଟ୍ରାକ୍ଟରଟି ଆଉ ଷ୍ଟାଟ ହେଲା ନାହିଁ । ହଠାତ ଟ୍ରାକ୍ଟର ଷ୍ଟାଟ ହେବା ସମୟରେ ଭୂତ ପରି ଦିଶୁଥିବା ଦୃଶ୍ୟଟି ଜଙ୍ଗଲ ଭିତରେ ହଜି ଯାଉଛି ।
କିନ୍ତୁ ହେତୁ ବାଦୀମାନେ ଏ ଦୁନିଆଁରେ ଭୂତ, ପ୍ରେତ କିଛି ନାହିଁ ବୋଲି କହିଛନ୍ତି । ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।