ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।
ଭାଇରାଲ ହେଉଥିବା ଭିଡିଓରେ ରାସ୍ତା ମଝିରେ କାନ୍ଦୁଛି କୁନି ପୁଅ । କୁନି ପୁଅଟି କାନ୍ଦି କାନ୍ଦି ତା ବାପାକୁ ଖୋଜୁଛି । ଦୁନିଆ ବିଷୟରେ କିଛି ଜାଣି ନଥିବା ବେଳେ ଛୁଆଟିର ହାତ ଅଧା ରାସ୍ତାରେ ଛାଡି ଦେଇ କେଉଁ ଆଡେ ପଳାଇଛି ବାପା । ଛୁଆଟି ବାପା ବାପା ବୋଲି କେତେ ଡାକୁଛି ହେଲେ ବାପା ଆଉ ଆସୁନି । ବନ୍ଧୁଗଣ ଏ ଛୁଆର କାନ୍ଦ ଦେଖିଲେ ଆଖିରୁ ଲୁହ ଆସିଯାଉଛି ।
କେମିତିଆ ବାପା ସେ ଯିଏ ନିଜ ଛୁଆକୁ ହସ୍ପିଟାଲରେ ଛାଡି ଦେଇ କେଉଁ ଆଡେ ଚାଲି ଯାଇଛି । ଧିକ୍ ତା ବାପ ପଣିଆ ଯିଏ ନିଜ ଛୁଆକୁ ନିଜର କରିପାରିଲାନି । ଏ ବାପା ନୁହେଁ ବାପା ନାଁରେ ଜଣେ କଳଙ୍କ । ନ ହେଲେ କଣ ନିଜ ଛୁଆକୁ ଏମିତି ଅନାଥ କରି କେଉଁ ଆଡେ ଚାଲି ଯାଇଥାନ୍ତା । ଘରୁ ପୁଅ ବାପା ସହ ଖୁସିରେ ଆସିଥିଲା ଭାବିଥିଲା ବାପା ବୁଲେଇ ନେବେ ଆଉ ଆଇସକ୍ରିମ କିଣେଇ ଦେବେ ।
ହେଲେ ସେମିତି କିଛି ହେଲାନି ପୁଅକୁ ମେଡିକାଲ ଆଣି ଛାଡି ଚାଲିଗଲେ ବାପା । ପୁଅର ହାତ ଧରି ଘରୁ ଆଣିଥିଲେ ହେଲେ ହସ୍ପିଟାଲରେ ହାତ ଛାଡି କେଉଁ ଆଡେ ପଳେଇଲେ । ଏ ହୃଦୟ ବିଦାରକ ଘଟଣାଟି ଭଦ୍ରକ ଜିଲ୍ଲାରେ ଘଟିଛି । ପୁଅଟିକୁ ମାତ୍ର 3 ବର୍ଷ ହେଲେ ସେ କଣ ଜାଣିବ ତା ବାପା ତାକୁ ଏତେ ବଡ ସହରରେ ଏକା ଛାଡି କେଉଁ ଆଡେ ପଳେଇଛି ।
ବନ୍ଧୁଗଣ ସେହି ବାପାଙ୍କୁ ଆମର ଏତିକି ଅନୁରୋଧ ନିଜ 3 ବର୍ଷ ଛୁଆକୁ ନେଇଯାନ୍ତୁ । ପିଲାଟି ବହୁତ କାନ୍ଦି ସାରିଛି । ଏବେ ଏହି ଭିଡିଓକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।