କାହିଁକି ହୁଏ Thyroid ? ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର (Dr Navneet Tripathi)

ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । କେତେକ ରୋଗ ପ୍ରାକୃତିକ କାରଣରୁ ହୋଇଥାଏ ତ କେତେକ ରୋଗ ଆମର ଭୁଲ ଜୀବନଶୈଳୀ କାରଣରୁ ହୋଇଥାଏ । କିନ୍ତୁ ବର୍ତ୍ତମାନ ଯୁଗରେ ସମସ୍ତ ରୋଗର ଚିକିତ୍ସା ସମ୍ଭବ । ଆପଣ କେବଳ ସଠିକ ସମୟରେ ସଠିକ ଚିକିତ୍ସା କରିଲେ ଆପଣ ସୁସ୍ଥ ହୋଇ ପାରିବେ । ଥାଇରଡ ଆମ ବେକରେ ଥିବା ଏକ ଗ୍ରନ୍ଥି ଅଟେ । ଯାହାର କାମ ହେଉଛି ହର୍ମୋନ ତିଆରି କରିବା । ଯାହାକୁ ଥାଇରଡ ହର୍ମୋନ କୁହାଯାଏ ।

ଏହି ହର୍ମୋନ ଆମର ଶରୀରର ସମସ୍ତ ଅଙ୍ଗ ଗୁଡିକ କାମ କରିବାରେ ସାହାର୍ଯ୍ୟ କରିଥାଏ । ଆମେ ଯାହା ବି ଖାଦ୍ୟ ସେବନ କରିଥାଉ ଖାଦ୍ୟରୁ ଯେଉଁ ଶକ୍ତି ମିଳିଥାଏ ତାକୁ ବ୍ୟବହାର କରିବା ପାଇଁ ଥାଇରଡ ହର୍ମୋନ ବହୁତ ଦରକାର ପଡିଥାଏ । ଏହି ହର୍ମୋନ ଯଦି ଅଧିକ ହୁଏ କିମ୍ବା କମ ହୁଏ ତେବେ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । ଯାହାକୁ ଥାଇରଡ ରୋଗ କୁହାଯାଏ ।

ଥାଇରଡ ପ୍ରାୟତଃ ୨୦ ରୁ ୪୦ ବର୍ଷର ମହିଳାମାନଙ୍କ ଶରୀରରେ ଅଧିକ ହୋଇଥାଏ । ଥାଇରଡ ରୋଗ ଦୁଇ ପ୍ରକାରର । ଗୋଟିଏ ହେଉଛି ହାଇପୋଥରାଡିଜମ ଓ ଦ୍ଵିତୀୟ ଟି ହେଉଛି ହାଇପରଥରାଡିଜମ ।ହାଇପୋଥରାଡିଜମରେ ଆମର ବେକ ଥାଇରଡରୁ କମ ହର୍ମୋନ ତିଆରି ହୋଇଥାଏ । ଏହାର ଲକ୍ଷଣ ଗୁଡିକ ହେଲା ମୋଟା ହୋଇଥିବା, କମଜୋର ହୋଇଯିବା, କ୍ଳାନ୍ତ ଅନୁଭବ କରିବା, ପିରିୟଡରେ ସମସ୍ଯା ଆସିବା, କେସ ଝଡିବା, ସବୁବୀଲ ଚିଡଚିଡ ହେବା ।

ହାଇପରଥରାଡିଜମରେ ବେକର ଥାଇରଡରୁ ଅଧିକ ହର୍ମୋନ ବାହାରି ଥାଏ । ଏହାର ଲକ୍ଷଣ ଗୁଡିକ ହେଲା ଭୟଭୀତ ହେବା, ଅଧିକ ଚିନ୍ତା କରିବା, ଅଧିକ ଝାଳ ବାହାରିବା, ପିରିୟଡରେ ସମସ୍ଯା, ହାଡ ଗୁଡିକ କମଜୋର ହୋଇଯିବା । ଥାଇରଡ ରୋଗର ଚିକିତ୍ସା ସମ୍ଭବ । ଔଷଧ ସେବନ ଦ୍ଵାରା ଏହି ରୋଗ ଭଲ ହୋଇ ପାରିବ । ଥାଇରଡ ରୋଗରେ କିଛି ଔଷଧ ଜୀବନ ସାରା ଖାଇବାକୁ ପଡିଥାଏ ନଚେତ ଅଳ୍ପ ଦିନ ପାଇଁ । ସକାଳେ ଖାଲି ପେଟରେ ଔଷଧ ସେବନ କରିବା ପରେ ହିଁ ଖାଦ୍ୟ ସେବନ କରିବା ଉଚିତ ।

କିନ୍ତୁ ହାଇପରଥରାଡିଜମର ଚିକିତ୍ସା ମୁଖ୍ଯତଃ ତିନି ପ୍ରକାରର ହୋଇଥାଏ । ପ୍ରଥମ ହେଉଛି ଔଷଧ ସେବନ, ଦ୍ଵିତୀୟ ହେଉଛି ରେଡିଓ ଥେରାପି, ତୃତୀୟ ହେଉଛି ସର୍ଜରୀ । ପ୍ରାୟତଃ ରୋଗୀଙ୍କର ଔଷଧ ଓ ରେଡିଓ ଥେରୀପୀ ଦ୍ଵାରା ଚିକିତ୍ସା ହୋଇଥାଏ । କିନ୍ତୁ ଯଦି କୌଣସି ରୋଗୀର ବେକର କିଛି ଅଂସ ଫୁଲି ଯାଇଛି କିମ୍ବା ଅନ୍ୟ କିଛି ସମସ୍ଯା ଦେଖା ଯାଉଛି ତେବେ ସେହିଭଳି ସ୍ଥିତିରେ ସେମାନଙ୍କୁ ସର୍ଜରୀ ହୋଇଥାଏ ।

୯୦ ପ୍ରତିଶତ ଲୋକମାନଙ୍କ କ୍ଷେତ୍ରରେ ଥାଇରଡ ରୋଗରେ ଔଷଧ ଖାଇଲେ ଭଲ ହୋଇଯାଏ । ୧୦ ପ୍ରତିଶତ ଲୋକମାନେ ଔଷଧ ଓ ଥେରାପୀ ନେବା ସତ୍ବେ ବି ପୁଣି ଥରେ ଏହି ରୋଗ ହୋଇପାରେ । ପୁଣି ଥରେ ତାର ଚିକିତ୍ସା କରାଯାଏ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *