କାହିଁକି ହୁଏ ଥାଇରଏଡ୍ ରୋଗ ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା (Dr Sambit Das)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ ଆମକୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଆମ ଶରୀରରେ ବହୁତ ଗ୍ରନ୍ଥି ରହିଥାଏ ତା ମଧ୍ୟରୁ ଥାଇରଏଡ ଗ୍ରନ୍ଥି ଟିର ଆକାର ପ୍ରଜାପତି ଭଳି ଦେଖିବାକୁ ହୋଇଥାଏ ଓ ଏହା ଆମ ବେକର ତଳ ଭାଗରେ ରହିଥାଏ । ଆମ ଶରୀରର ପ୍ରାୟ ଯେଉଁ ସବୁ କାର୍ଯ୍ୟ ହୋଇଥାଏ ତାହା ଏହି ଗ୍ରନ୍ଥିରୁ ଝରୁଥିବା ହରମୋନ ଉପରେ ନିର୍ଭର କରେ । ଏହି ରୋଗ ଶରୀରରେ ବିଭିନ୍ନ ପ୍ରକାର ହରମୋନର ପରିବର୍ତ୍ତନ ହେବ ଯୋଗୁଁ ଦେଖା ଦେଇଥାଏ ।

ପ୍ରାୟ ସବୁ ବର୍ଗର ମହିଳାଙ୍କ ଠାରେ ଏହି ରୋଗ ଦେଖାଯାଇ ଥାଏ , କିନ୍ତୁ ଗର୍ଭବତୀ ମହିଳାଙ୍କୁ ଥାଇରଏଡ ରୋଗ ଥିଲେ ଏହା ତାଙ୍କ ଗର୍ଭ ଉପରେ ଖରାପ ପ୍ରଭାବ ପକାଇ ଥାଏ ଓ ଏହା ସହିତ ଗର୍ଭ ପାତର କାରଣ ହୋଇଥାଏ । ଏହାର ପ୍ରଭାବରେ ଜନ୍ମ ହେବା ପିଲା ଉପରେ ଉଭୟ ଶାରୀରିକ ଓ ମାନସିକ ବିକାଶ ଉପରେ ପ୍ରଭାବ ପଡିଥାଏ ଓ ସେମାନେ ପ୍ରାୟତଃ ବାଙ୍ଗରା ହେବ ସହ ସେମାନେ ଚାଲାକ ହୋଇନଥାନ୍ତି ସେମାନେ ବୋକା ପରି ହୋଇ ଯିବାର ସମ୍ଭାବନା ରହିଥାଏ ।

ତେବେ ସେହି ପିଲାଙ୍କର ଚର୍ମ ମଧ୍ୟ ସବୁବେଳେ ଶୁଖିଲା ରହିଥାଏ , କୋଷ୍ଠକାଠିନ୍ଯ ସମସ୍ଯା ମଧ୍ୟ ଦେଖା ଦେଇଥାଏ ଓ ପାଠପଢାରେ ମଧ୍ୟ ଦୁର୍ବଳ ହୋଇଯାନ୍ତି , କାରଣ ଏମାନଙ୍କ ସ୍ନରଣ ଶକ୍ତି କମ ଥାଏ । ଜନ୍ମ ହେବା ପରେ ଶିଶୁର ନାହି ଫୁଲିଯିବା ଓ ଜଣ୍ଡିସ ହେବା ଆଦି ହାଇପୋ- ଥାଇରଡିଜିମର ଲକ୍ଷଣ ଅଟେ । ଥାଇରେଡ ଯୋଗୁଁ ଆମକୁ ହାଇପୋ- ଥାଇରଡିଜିମ ଓ ହାଇପର- ଥାଇରଡିଜିମ ଆଦି ରୋଗ ହୋଇଥାଏ ।


ଥାଇରଏଡ ଗ୍ରନ୍ଥିରୁ ହରମୋନ କମ କ୍ଷରଣ ହେଲେ ହାଇପୋ- ଥାଇରଡିଜିମ ଓ ଓ ଅଧିକ କ୍ଷରଣ ହେଲେ ହାଇପର- ଥାଇରଡିଜିମ ବୋଲି କୁହାଯାଏ । ଏହି ରୋଗ ର କୈାଣସି କାରଣ ନଥାଏ , ଏହା ସାଧାରଣତଃ ଝିଅଙ୍କ ଠାରେ ଅଧିକ ମାତ୍ରାରେ ଦେଖାଯାଏ । ୧୫-୧୬ ବର୍ଷୀୟା ଝିଅଙ୍କୁ ଏହି ରୋଗ ହେଲେ ତାଙ୍କର ଋତୁସ୍ରାବରେ ଏହାର ପ୍ରଭାବ ପଡିଥାଏ ଓ ଓଜନ ବଢିବା ସହ କୌଣସି କାର୍ଯ୍ୟରେ ମନ ଲାଗି ନ ଥାଏ ,

କିନ୍ତୁ ୩୦-୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଥାଇରଏଡ ହେଲେ ସେମାନଙ୍କ ସ୍ମରଣ ଶକ୍ତି କମି ଯାଏ ଓ ଏହାର ନିରାକରଣ ନକଲେ ହୃତପିଣ୍ଡ, ଫୁସଫୁସ ଏବଂ ପାକସ୍ଥଳୀରେ ମଧ୍ୟ ପାଣି ଜମିଯାଏ ଓ ମସ୍ତିସ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଟି୩, ଟି୪ ଓ ଟିଏସଏଚ ପରୀକ୍ଷାରୁ ହାଇପୋ- ଥାଇରଡିଜିମ ଅଛି କି ନାହିଁ ତାହା ଜଣାପଡେ । ଏହି ରୋଗର ଚିକିତ୍ସା ପାଇଁ ଥାଇରଏଡ ହରମୋନକୁ ଔଷଧ ଭାବେ ଗ୍ରହଣ କରାଯାଏ ।

ଥାଇରଏଡ ଗ୍ରନ୍ଥିରେ ହରମୋନ କ୍ଷରଣ ଥରେ ବନ୍ଦ କଲେ ଏହା ଜୀବନ ସାରା ଆଉ ଠିକ ହୁଏ ନାହିଁ , ସେଥିପାଇଁ ଏହି ରୋଗ ହେଲେ ଆପଣଙ୍କୁ ସାରା ଜୀବନ ଔଷଧ ଖାଇବାକୁ ପଡିଥାଏ । କିନ୍ତୁ ଔଷଧ ଡାକ୍ତରଙ୍କ ପରାମର୍ଶ ନେଇ ସଠିକ ପ୍ରଣାଳୀରେ ଖାଇବା ଆବଶ୍ୟକ । ସକାଳୁ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ଏହି ଔଷଧ ଖାଇବା ଉଚିତ ଓ ଔଷଧ ଖାଇବାର ଏକ ଘଣ୍ଟା ମଧ୍ୟରେ କେବଳ ପାଣି ଛଡା ଆଉ କିଛି ସେବନ କରିବା ଉଚିତ ନୁହେଁ କାରଣ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ଏହି ରୋଗ ଯେଉଁ ମାନଙ୍କୁ ହୋଇଥାଏ ପ୍ରାୟତଃ ତାଙ୍କର ଓଜନ ବଢିଥାଏ । ସେଥିପାଇଁ ଡାକ୍ତର ଔଷଧ ଖାଇବା ସହିତ ପ୍ରତିଦିନ ସକାଳୁ ନିୟମିତ ବ୍ୟାୟମ କରିବା ସହିତ ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଏହା କରିବା ଦ୍ଵାରା ଏହି ରୋଗ ଭଲ ହୋଇନଥାଏ ସତ କିନ୍ତୁ ଆପଣ ଅନ୍ୟ ଶାରୀରିକ ସମସ୍ୟାରୁ ଅନେକ ମାତ୍ରାରେ ରକ୍ଷା ପାଇ ପାରିବେ।

ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *