ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଥାଇରଏଡ଼ ଏକ ସାଧାରଣ ରୋଗ ହୋଇସାରିଲାଣି ଯାହାକି ଏବେ ପ୍ରତ୍ୟେକ ଲୋକ ଙ୍କ ପାଖରେ ଏହି ରୋଗ ଦେଖିବାକୁ ମିଳୁଛି । ତେବେ ଏହି ରୋଗ କିପରି ହୋଇଥାଏ ଆପଣ କେବେ ବି ଜାଣିବାକୁ ଚେଷ୍ଟା କରିଛନ୍ତି କି ? ଥାଇରଏଡ ରୋଗ ହେବାର କାରଣ ଥାଇରଏଡ଼ ଗ୍ରନ୍ଥି ରୁ ଏକ ଟି୩(T3) ବା ଟି୪ (T4) ହର୍ମୋନ ବାହାରେ ଯଦି କୌଣସି କାରଣ ରୁ ଯଦି କୌଣସି କାରଣ ରୁ ତାହା ଅଧିକା ପରିମାଣ ରେ ବାହାରିଲା କିମ୍ବା କମ୍ ପରିମାଣ ରେ ବାହାରିଲା ତେବେ ରୋଗ ହୋଇପାରେ ।
ତେବେ ଯଦି କୌଣସି କାରଣରୁ ଅଧିକ ହରମନ ବାହାରିଲା ତେବେ ତାକୁ ଆମେ ହାଇପର ଥାଇରଏଡ଼ ବୋଲି କହିଥାଉ । ଯଦି କୌଣସି କାରଣ ରୁ କମ୍ ଥାଇରଏଡ଼ ବହାରେ ତାହାଲେ ତାକୁ ଆମେ ତାକୁ ହାଇପୋ ଥାଇରଏଡ ବୋଲି କହିଥାଉ । ଥାଇରଏଡ଼ ରେ ମୁଖ୍ୟତଃ ହଇପୋ ଥାଇରଏଡ ଦେଖା ଦେଇଥାଏ ।
ଏହା ମୁଖ୍ୟତଃ ସ୍ତ୍ରୀ ଲୋକଙ୍କ ଠାରେ ଦେଖାଯାଏ । ଏହାର ଲକ୍ଷଣ ହେଉଛି ଓଜନ ବଢିବା, ହେୟାର ଫଲ୍ ହେବା ଓ ଚର୍ମା ରୁସ୍କ ହୋଇଯିବା, ଦୁର୍ବଳ ଲାଗିବା, କାମ କରିବାକୁ ଇଛନହେବ ଇତ୍ୟାଦି । ହାଇପର୍ ଥାଇରଏଡ ରେ ଲୋକ ଆବଶ୍ୟକତା ଠାରୁ ଅଧିକ ଏକ୍ଟିଭ ହୋଇ ଯାଆନ୍ତି । ତେବେ ବର୍ତ୍ତମାନ ର ଥାଇରଏଡ ର କାରଣ ହେଉଛି ଅଟୋ ଇମୁନିଟି । ଥାଇରଏଡ଼ ରୋଗ ର ଚିହ୍ନଟ ତାଙ୍କ ସିମ୍ପଟନ୍ସ ଦ୍ବାରା ତାଙ୍କ ବ୍ଲଡ଼ ପରୀକ୍ଷା କରାଯାଏ ଯାହା ଫଳରେ ଜଣା ପଡେ ସେ ଥାଇରଏଡ଼ ରୋଗରେ ଆକ୍ରାନ୍ତ ନା ନାହିଁ ।
ଥାଇରଏଡ଼ ରୋଗ ର ନିରାକରଣ ପାଇଁ ତାଙ୍କୁ ଏକ ପ୍ରକାର ହର୍ମୋନ ଦିଆଯାଏ । ଏହା ଏକ ଟାବ୍ଲେଟ ଆକାର ରେ ଦିଆ ଯାଏ । ଏବଂ ଏହା କୁ ରୋଗୀକୁ ବହୁତ୍ ଦିନ ପର୍ଯ୍ୟନ୍ତ ନବାକୁ ପଡିଥାଏ । ଏବଂ ଏହି ଔଷଧ ନେବା ଦେହ ପକ୍ଷେ କୌଣସି କ୍ଷତି କାରକ ନୁହେଁ । ତେବେ ବର୍ତ୍ତମାନ ଏହା ଏକ ସାଧାରଣ ରୋଗ ।
ଥାଇରଏଡ ରୋଗରେ ଅଧିକା ଅନ୍ଧ ବିଶ୍ବାସ ଅଛି ଯେ ଥାଇରଏଡ ରୋଗୀ ବନ୍ଧା କୋବି, ଫୁଲ କୋବି କି ସୋୟା ଖାଇବେ ନାହିଁ ଯାହାକି ସମ୍ପୂର୍ଣ ମିଥ୍ୟା ହୋଇଥାଏ । ଡାକ୍ତରଙ୍କ ପରମର୍ଶ କ୍ରମେ ଔଷଧ ଖାଇଲେ ଥାଇରଏଡ଼ ରୋଗରୁ ନିରାକରଣ ପାଇବେ । ତେବେ ସକାଳୁ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ଏହି ଔଷଧ ଖାଇବା ଉଚିତ ଓ ଔଷଧ ଖାଇବାର ଏକ ଘଣ୍ଟା ମଧ୍ୟରେ କେବଳ ପାଣି ଛଡା ଆଉ କିଛି ସେବନ କରିବା ଉଚିତ ନୁହେଁ କାରଣ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।
ଏହି ରୋଗ ଯେଉଁ ମାନଙ୍କୁ ହୋଇଥାଏ ପ୍ରାୟତଃ ତାଙ୍କର ଓଜନ ବଢିଥାଏ । ସେଥିପାଇଁ ଡାକ୍ତର ଔଷଧ ଖାଇବା ସହିତ ପ୍ରତିଦିନ ସକାଳୁ ନିୟମିତ ବ୍ୟାୟମ କରିବା ସହିତ ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଏହା କରିବା ଦ୍ଵାରା ଏହି ରୋଗ ଭଲ ହୋଇନଥାଏ ସତ କିନ୍ତୁ ଆପଣ ଅନ୍ୟ ଶାରୀରିକ ସମସ୍ୟାରୁ ଅନେକ ମାତ୍ରାରେ ରକ୍ଷା ପାଇ ପାରିବେ ।
ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ