ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଖରେ ପ୍ରକାଶ କରିବାକୁ ଯାଉଛୁ କିଛି ଏପରି ଜିନିଷ ଯାହାକୁ କି ଥାଇରଏଡ଼ ରେ ସବୁଠୁ ଅଧିକ ଖିଆ ଯାଇ ଥାଏ । ଅର୍ଥାତ ଏହି ଜିନିଷ ମାନଙ୍କର ସେବନ ଯଦି ନିୟନ୍ତ୍ରିତ ଅବସ୍ଥା ରେ ଥାଇରାଏଡ଼ ରେ କରା ଯାଇ ତ ଆମେ ଥାଇରାଏଡ଼ ରୁ ମୁକ୍ତି ପାଇବା ପାଇଁ ଆଉ ଔଷଧ ର ଆବଶ୍ୟକତା କରିବା ନାହିଁ । ଡାଇବେଟିସ, ଥାଇରାଏଡ଼ ଆଉ ଆନ୍ତଃରାଇଟିସ ଭଳି ବେମାରି କୁ ଠିକ ହେବା ପାଇଁ ବହୁତ ବର୍ଷ ସମୟ ଲାଗି ଥାଏ ।
କାରଣ ଏହାର ଚିକିତ୍ସା ଔଷଧ ରେ ନୁହଁ ବରଂ ଆମ ଖାଦ୍ୟ ରେ ଲୁଚିକି ଥାଏ । ଆଉ ଏହି ରୋଗ ହେଇଥିବା ସମୟରେ ଲୋକ କେବଳ ଔଷଧ ଉପରେ ହି ନିର୍ଭରଶୀଳ ହେଇ ଯାଆନ୍ତି । ଥାଇରାଏଡ଼ ର ଔଷଧ ଦ୍ୱାରା ଆମ ଶରୀର ରେ ଥାଇରାଏଡ଼ ର ହରମୋନ ମାନଙ୍କର ସନ୍ତୁଳନ ତ ଠିକ ରହେ ମାତ୍ର ଏହା ଦ୍ୱାରା ଆମ ଶରୀର ରେ କିଛି ସାଇଡ଼ ଇଫେକ୍ଟ ପଡ଼ିବାକୁ ଲାଗେ ।
ତେବେ ଯେପରି କି ଆମ ଚୁଟି ଝଡ଼ିବା, ଆମର ସ୍କିନ ଖରାପ ହେବା ଇତ୍ୟାଦି ।
ତେଣୁ ଥାଇରାଏଡ଼ ହେବା ସମୟରେ ଆମେ ଔଷଧ ଖାଇ ତାକୁ ନିୟନ୍ତ୍ରଣ ତ କରିଦେଉ ମାତ୍ର ଏହା କରିବା ପରେ ଆମେ ନିଜର ହରମୋନ କୁ ନିୟନ୍ତ୍ରଣ କରିବା ପାଇଁ କିଛି ଖାଦ୍ୟ ର ସେବନ ବି କରିବା ଦରକାର । ତେଣୁ ଏହା ତାହା ଦ୍ୱାରା ସମ୍ଭବ ଯାହାଦ୍ୱାରା କି ଆମେ ଏପରି କିଛି ଖାଦ୍ୟ ଖାଇବା ଯାହା କି ଆମ ଥାଇରାଏଡ଼ ପାଇଁ ଉପଯୋଗୀ ହେଇଥିବ । ତ ଆଜି ଆମେ ଏପରି କିଛି ଜିନିଷ ବାବଦରେ କହିବାକୁ ଯାଉଛୁ ଯାହାକୁ କି ଆମେ ଥାଇରାଏଡ଼ ସମୟରେ ଖାଇବା ଦରକାର ।
୧- ପ୍ରଥମରେ ହେଉଛି ନଡ଼ିଆ ତେଲ । ତେବେ ନଡିଆ ତେଲ ରେ ଫ୍ୟାଟି ଏସିଡ ଭରପୁର ମାତ୍ରା ରେ ଥାଏ ଯାହା କି ଆମ ଶରୀର ର ମେଟା ବୋଲିଯିମ ବୃଦ୍ଧି କରିବାରେ ସହାୟକ ହୁଏ । ଥାଇରାଏଡ଼ ଆମ ଶରୀର ର ମେଟାବୋଲିଯିମ କୁ କମେଇ ଦେଇଥାଏ ଯାହାଦ୍ୱାରା କି ବ୍ୟକ୍ତି ମୋଟା ହେଇଯାଏ । ମାତ୍ର ନଡ଼ିଆ ତେଲ ଖାଇବା ଦ୍ୱାରା ବ୍ୟକ୍ତି ମୋଟାପା ରୁ ମୁକ୍ତି ପାଏ । ।
୨- ଦ୍ଵିତୀୟ ରେ ହେଉଛି ଦହି । ତେବେ ନଡିଆ ତେଲ ପରି ଥାଇରାଏଡ଼ ସମୟରେ ଦହି ର ସେବନ କରିବା ଦରକାର । ଦହି ରେ ଭିଟାମିନ ଡି ସେଲେନିଆମ ଆଉ ଆୟୋଡିନ ଥାଏ ଯାହା କି ଆମ ଶରୀର ରେ ଥାଇରାଏଡ଼ ଜନିତ ବେମାରି ପାଇଁ ବହୁତ କାମରେ ଲାଗେ ।
୩- ତୃତୀୟ ରେ ହେଉଛି ଧନିଆ ପତ୍ର । ତେବେ ଧନିଆ ପତ୍ର ଠାରୁ ଆରମ୍ଭ କରି ସବୁ ପ୍ରକାର ର ଧନିଆ ଆମ ଶରୀର ରେ ଥାଇରାଏଡ଼ ଜନିତ ସମସ୍ୟା ପାଇଁ ବହୁତ ଲାଭକାରୀ ମାନା ଯାଇଥାଏ । ଏହା ଥାଇରାଏଡ଼ କୁ ଠିକ କରିବା ସହ ବ୍ୟାଡ କୋଲେଷ୍ଟେରଲ ଆଉ ଏସିଡିଟି ବି ଦୂର କରିଥାଏ । ତେଣୁ ଧନିଆ ନିହାତି ସେବନ କରିବା ଦରକାର ।
୪- ଚତୁର୍ଥ ରେ ହେଉଛି ଗାଜର । ତେବେ ଗାଜର ରେ ଆଣ୍ଟି ଅକ୍ସୀଡେଣ୍ଟ, ଏବଂ ବିଟା କେରୋଟିନ ତାତ୍ତ୍ୱ ଥାଏ । ଯାହା ଥାଇରଏଡ଼ ର ହର୍ମୋନ୍ସ କୁ ନିୟନ୍ତ୍ରିତ କରିଥାଏ । ତେଣୁ ଯଦି ଆପଣ ପ୍ରତିଦିନ ଗୋଟିଏ ଲେଖାଏଁ ଗାଜର ଖାଇବେ ତେବେ ଆପଣଙ୍କୁ ଥାଇରଏଡ଼ ସମସ୍ୟା ରୁ ମୁକ୍ତି ମିଳିବ । ଏଥିରେ ଆଇରନ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ଼ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଯଦି ଆପଣ ୨୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ଗୋଟିଏ ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ଼ ସମସ୍ୟା ଧୀରେଧୀରେ କମିବାକୁ ଲାଗିବ ।
୫- ପଞ୍ଚମ ରେ ହେଉଛି ଡାଲଚିନି । ତେବେ ଡାଲଚିନି ରେ ହଜମ କରିବା ଓ ପେଟ ସଫା କରିବା ଭଳି ଗୁଣ ରହିଥାଏ । ଏହା ସହ ମେଟାବୋଲିକ ପଦାର୍ଥ ଅଧିକ ରହିଥାଏ ଯାହା ଆମର ଚର୍ବୀ ବଢାଇବା ହ୍ରାସ କରିଥାଏ ।
୬- ଷଷ୍ଠ ରେ ହେଉଛି ମାଛ । ତେବେ ସମୁଦ୍ର ପାଣି ଲୁଣିଆ ହେତୁ ସେଥିରେ ଥିବା ସାମୁଦ୍ରିକ ଜୀବ ମାନେ ସାଧାରଣତଃ ଆୟନ ଯୁକ୍ତ ହୋଇଥାନ୍ତି । ତେଣୁ ଶରୀରରେ ଆୟନ ବଢ଼ାଇବା ପାଇଁ ସାମୁଦ୍ରିକ ମାଛ ଖାଇବା ଉଚିତ୍ । ଏଥି ଯୋଗୁଁ ଶରୀରରେ ଆୟନ ମାତ୍ରା ମଧ୍ୟ ବୃଦ୍ଧି ପାଏ ଏବଂ ଥାଇରଏଡ଼ ରୋଗର ମଧ୍ୟ ନିରାକରଣ କରେ । ତେଣୁ ଆଇରନ ଯୁକ୍ତ ଖାଦ୍ୟ ନିହାତି ଖାଈବା ଉଚିତ୍ । ସେପରି ଆୟନ ସହ କପର ଯୁକ୍ତ ଖାଦ୍ୟ ମଧ୍ୟ ଏହି ରୋଗର ନିରାକରଣ ପାଇଁ ବେଶ୍ ଜରୁରୀ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।