ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଗାୟକ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଗାୟକ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଗାୟକ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମଣ୍ଟୁ ଛୁରିଆ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆଙ୍କୁ ବେସ ଭଲ ଭାବରେ ଜାଣିଥିବେ ।
ମଣ୍ଟୁ ଛୁରିଆ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଏବଂ ଆମ ଓଡିଶାରେ ତାଙ୍କର ଲୋକପ୍ରିୟତା ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଏମିତିରେ ତ ମଣ୍ଟୁ ଛୁରିଆ ନିଜ ଗୀତ ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ଗତ କିଛି ସମୟ ହେବ ସେ ଏକ ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ଦର୍ଶକ ବନ୍ଧୁ ଓଡିଆ ଗାୟକ ମଣ୍ଟୁ ଛୁରିଆ ସାଇବର କ୍ରାଇମର ଶିକାର ହେଇଛନ୍ତି ସାଇବର ଠକେଇର ଶିକାର ହେଇ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି । ତେବେ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରା ଯାଉଛି ତେବେ କଣ ରହିଥିଲା ସେହି ଠକେଇର ପ୍ରକ୍ରିୟା ସେନେଇ ମଣ୍ଟୁ ଛୁରିଆ ଗଣମାଧ୍ୟମ ସାମ୍ନାରେ ନିଜର ମତ ରଖିଛନ୍ତି ।
ମଣ୍ଟୁ ଛୁରିଆ ଗଣମାଧ୍ୟମ ଆଗରେ କହିଛନ୍ତି-‘ସେ ଏକ ପବ ଜି ଆକାଉଣ୍ଟ ଖୋଲି ଥିଲା ଯେଉଁଥିରେ ସେ ମୋର ନାଁ ଆଉ ମୋର ଫଟୋ ରଖିଥିଲା । ସେ ସମସ୍ତଙ୍କ ସହ କଥା ହେଉଥିଲା ଆଉ ଯେତେବେଳେ ମୁଁ ପ୍ରୋଗ୍ରାମ କରିବାକୁ ଯାଏ ମୋ ପାଖକୁ ପବ ଜି ପ୍ଲେୟାର ମାନେ ଆସି କହୁଥିଲେ ଭାଇ ଆମେ ତମ ସହ କଥା ହେଉଥିଲୁ । ମୁଁ କୁହେ କେମିତି କଥା ହେଲ ମୁଁ ତ ଷ୍ଟୂଡିଓରେ ଥିଲି ଏମିତି ଅନେକ ଥର ମୋ ସହ ହେଲା ।
ଏହା ପରେ ମୁଁ ମୋ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଲି ପବ ଜି ଯେବେ ଠାରୁ ଆରମ୍ଭ ହେଇଛି ମୁଁ ପବ ଜି ଖେଳିନି କି ମୋର କୌଣସି ଆକାଉଣ୍ଟ ନାହିଁ । ସେ ଦୁଇଟି ନମ୍ବର ବ୍ୟବହାର କରି ବହୁତ ଝିଅଙ୍କ ସହ ମୋ ନାଁରେ କଥା ହେଉଥିଲା । ତେଣୁ କିଛି ଭୁଲ ନ ହେଇଯାଉ ତେଣୁ ଆମେ ପୋଲିସ ପ୍ରଶାସନକୁ ଜଣାଇବା ପାଇଁ ଚାହିଁଲୁ ତେଣୁ ଆମେ ସାଇବର ଥାନା ଆସିଛୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।