କିନ୍ନର ମାନଙ୍କ ପାଇଁ ସରକାରଙ୍କ ଉପହାର ! ଏବେ କୌଣସି ବି ତୃତୀୟ ଲିଙ୍ଗିଙ୍କୁ ତଡି ପାରିବନି ପରିବାର, ନହେଲେ ଭୋଗିବାକୁ ହେବ ଏମିତି ଦଣ୍ଡ

ବନ୍ଧୁଗଣ ଆପଣ ମାନେ ସମସ୍ତେ କିନ୍ନର ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଯେତେବେଳେ ଗୋଟେ ପରିବାରରେ ଛୁଆ କିନ୍ନର ହୋଇ ଥାଏ ସେତେବେଳେ ଘର ଲୋକ ସମାଜର ଅପମାନ ସହ୍ୟ କରି ନପାରି ତାକୁ ଘରୁ ବାହାର କରିଦିଅନ୍ତି । ଏହା ପରେ ସେହି ପିଲାର ଜୀବନ ସଂପୂର୍ଣ୍ଣ ରୂପେ ବଦଳି ଯାଇଥାଏ । ଅନେକ କିନ୍ନର ରାସ୍ତାରେ ଟଙ୍କାର ସହାୟତା ମାଗିଥାନ୍ତି ତ ଅନେକ କିନ୍ନର ଖରାପ କାମ କରି ନିଜର ପୋଷଣ କରିଥାନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ କିନ୍ନର ମାନଙ୍କ ସହ ଜଡିତ ଏକ ବଡ ଖୁସି ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆମ ସମସ୍ତଙ୍କୁ ଜାଣିବା ନିହାତି ଆବଶ୍ୟକ । ମିଡିଆ ରିପୋର୍ଟସ ଅନୁସାରେ ଆଉ ଅବହଳିତ ହେବେ ନାହିଁ କିନ୍ନର, ତୃତୀୟ ଲିଙ୍ଗୀଙ୍କୁ ଆଉ ତଡି ପାରିବେ ନାହିଁ ଘର ଲୋକ । ଅନ୍ୟ ଲୋକଙ୍କ ଭଳି ଏମାନେ ବି ଘରେ ରହିବେ । ଜନ୍ମ ପରେ ଯଦି ହାବ ଢାବ ଚାଲିଚଳନ କିନ୍ନରଙ୍କ ପରି ହୁଏ ତେବେ ଲୋକ ଲଜ୍ୟା ପାଇଁ ସେମାନଙ୍କୁ ଘରୁ ବାହାର କରିପାରିବେ ନାହିଁ ବାପା ମା ।

ବନ୍ଧୁଗଣ ଅନ୍ୟ ମାନଙ୍କ ଭଳି ସେମାନଙ୍କର ବି ବଞ୍ଚିବାର ଅଧିକାର ରହିଛି । ଘରେ ଏକାଠି ଚଳିବାର ସାଙ୍ଗ ହୋଇ ବଞ୍ଚିବାର ହକ୍ ରହିଛି ସେମାନଙ୍କର । ଯଦି ଏଥିରେ କିଛି ବ୍ୟତିକ୍ରମ ହୁଏ ତା ହେଲେ ଆଇନର କାଠଗଡାକୁ ଆସିବେ ପରିବାର ଲୋକେ । କାରଣ ତୃତୀୟ ଲିଙ୍ଗୀଙ୍କ ପାରିବାରିକ ଓ ସାମାଜିକ ଜୀବନଗତ ଅଧିକାରକୁ ନେଇ ଏକ ଖସଡା ପ୍ରସ୍ତୁତ କରିଛନ୍ତି ସରକାର ।

କିନ୍ନର ମାନେ କେମିତି ସାମାଜିକ ଜୀବନରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ ସମ୍ମାନର ସହ ଜୀବନ ଜାପନ କରିପାରିବେ ତାହା ତ ସ୍ତିର ହୋଇଛି ହେଲେ ଟ୍ରାନ୍ସଜେଣ୍ଡର ଡ୍ରାଫ୍ଟ ପଲିଶିରେ ‘ରାଇଟ ଟୁ ଫାମିଲି ଲାଇଫ’ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି । ଏହି ଚିଠାରେ କିନ୍ନର ମାନଙ୍କ ପାଇଁ ପାରିବାରିକ ଅଧିକାରକୁ ଗୁରୁତ୍ଵ ଦିଆଯାଇଛି । ଯଦି ଜନ୍ମ ପରେ ପିଲାଟି ତୃତୀୟ ଲିଙ୍ଗୀ ହୋଇଥାଏ ତେବେ କୋର୍ଟର ଅନୁମତି ବିନା ପିଲାଙ୍କୁ ଅଲଗା କରିପାରିବେ ନାହିଁ ବାପା ମା ।

ଯେଉଁଠି ନିଜ ଆଫା ମା ରହୁଛନ୍ତି କିମ୍ବା ପରିବାର ଲୋକେ ବାସ କରୁଛନ୍ତି ସେଠାରେ ପ୍ରତ୍ୟକ ଦିନ କିନ୍ନରଙ୍କର ରହିବାର ଅଧିକାର ରହିଛି । ପ୍ରତ୍ୟକ ତୃତୀୟ ଲିଙ୍ଗୀ ଅନ୍ୟ ମାନଙ୍କ ଭଳି ଭେଦଭାବ ବିନା ଘରର ସବୁ ସୁବିଧା ପାଇପାରିବେ ଓ ସବୁଥିରେ ସାମିଲ ହୋଇପାରିବେ । କିନ୍ନରଙ୍କ ପାରିବାରିକ ସମସ୍ୟାର ସମାଧାନ ପାଇଁ ଏମିତି ଏକ ସୁନ୍ଦର ପ୍ରସ୍ତାବ ଆଣିଛନ୍ତି ଓଡିଶା ସରକାର ।

୨୦୨୦ ଜନଗଣନା ଅନୁସାରେ ଓଡିଶାରେ ୨୦୩୩୨ ଜଣ କିନ୍ନର ଥିବା ବେଳେ ସେମାନଙ୍କ ପାଇଁ ଆସିଛି ଡ୍ରାଫ୍ଟ ପଲିଶି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କିନ୍ନର ମାନଙ୍କ ପାଇଁ ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *