ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଗତ କିଛି ଦିନ ତଳେ ତୁର୍କୀରେ ଏକ ବଡ ଧରଣର ଭୂମିକମ୍ପ ହେଇଥିଲା । ବଡ ବଡ ଅତାଳିକା ତାସ ଭଳି ଭୁସୁଡି ଗଲା । ତୁର୍କୀରେ ଭୋର 4 ଟା 17 ମିନିଟ ଶୋଇଥିଲା ସାରା ତୁର୍କୀ । କେହି କିଛି ଭାବିବା ପୂର୍ବରୁ ଥରି ଥିଲା ମାଟି ଆଉ ନିବିସକ ମଧ୍ୟରେ ସରି ଯାଇଥିଲା ସବୁ କିଛି । ଶୋଇବା ଅବସ୍ଥାରେ ହିଁ ଶେଷ ହୋଇ ଯାଇଥିଲା ଶହ ଶହ ଜୀବନ ।
ଅନେକ ଘରୁ ବାହାରିବା ପାଇଁ ଚେଷ୍ଟା କରିଥିଲେ ବି ସମୟ ମିଳି ନଥିଲା । ଖବର ମିଳି ଥିଲା ତୁର୍କୀରେ ଅନୁଭୂତ ହୋଇଛି 7.8 ତୀବ୍ରତାର ବଡ ଭୂମିକମ୍ପ । ଦକ୍ଷିଣ ତୁର୍କୀ ଠାରୁ 33 କିଲୋମିଟର ଦୂର ଗାଜିଆଲତେପ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ଉଦ୍ଧାର କାର୍ଯ୍ୟ ଜୋର ସୋରରେ ଚାଲି ଥିବା ବେଳେ ତୁର୍କୀ ଉପରେ ପୁଣି ପଡି ଥିଲା ପ୍ରକୃତିର କୋପ । କିଛି ଘଣ୍ଟାର ବ୍ୟବଧାନ ପରେ ପୁଣି ବଡ ଧରଣର ଭୂକମ୍ପ ଝଟକା ଲାଗି ଥିଲା ।
ଏହି ଭୂକମ୍ପରେ ୫ ହଜାର ଲୋକ ମୃତ୍ୟୁ ବରଣ କରିଛନ୍ତି । ଏହା ହେଉଛି ପୃଥିବୀର ସବୁଠାରୁ ବଡ ଭୂକମ୍ପ । ୨୦୦୨ ମସିହା ଗୁଜୁରାଟରେ ସବୁଠାରୁ ବଡ ଭୂକମ୍ପ ହେଇଥିଲା ସେବେ ଠାରୁ କେହି ଭାବି ନଥିଲେ ଯେ ତା ଠାରୁ ବଡ ଭୂକମ୍ପ ହେବ ।
ଦର୍ଶକ ବନ୍ଧୁ ମାଳିକାରେ ମହା ପୁରୁଷ ମାନେ ଆଗରୁ ସଙ୍କେତ ଦେଇ ସାରିଛନ୍ତି ଏ କାନ କେବେ ଶୁଣି ନଥିବ ଏ ଆଖି କେବେ ଦେଖି ନଥିବ ସେହିଭଳି ଦିନ ଆମକୁ ଦେଖିବାକୁ ପଡିବ । ଗୁଜୁରାଟରେ ଭୂକମ୍ପ ହେଇଥିଲା ହେଲେ ମହାପରୁଷ ମାନେ କେତେ ଆଗରୁ ଏହା ଲେଖି ଥିଲେ । ମାଳିକାରେ ଲେଖା ହେଇଛି, ପୃଥିବୀରେ ଅହରହ ଭୂମିକମ୍ପ ହେବ ଆଗରୁ ହେଉ ନଥିଲା କିନ୍ତୁ ଏବେ ହେବ ।
ଭାରତରେ ଅନେକ ସମୟରେ ଭୂମିକମ୍ପ ହେଇଛି । ମାଳିକାରେ ଲେଖା ହୋଇଛି ଆଗାମୀ ଦିନରେ ସାରା ବିଶ୍ଵରେ ପ୍ରବଳ ମାତ୍ରାରେ ଭୂମିକମ୍ପ ହେବ ଆଉ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ଧର୍ଜ୍ୟର ସହ ଏହା ଜାଣନ୍ତୁ ଆଉ ଅନ୍ୟ ମାନଙ୍କୁ ବି ସୂଚନା ଦିଅନ୍ତୁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।