ନମସ୍କାର ବନ୍ଧୁଗଣ ତେବେ ମାତ୍ର ଏକ ଥର ବିନିଯୋଗ କରନ୍ତୁ ଏତିକି ଟଙ୍କା ମାସକୁ ମିଳିବ ୩୬ ହଜାର ଟଙ୍କା। ତେବେ ବିଶ୍ୱାସ ହେଉ ନଥିଲେ ମଧ୍ୟ ଏହା ସତ୍ୟ ଅଟେ। ଗ୍ରାହକଙ୍କ ସୁରକ୍ଷା ପାଇଁ ଭାରତୀୟ ଜୀଵନ ବୀମା ନିଗମ ସବୁବେଳେ କିଛି ନା କିଛି ଆକର୍ଷଣୀୟ ଇନ୍ସୁରାନ୍ସ ପ୍ଲାନ ଆଣିଥାଏ। ନିକଟରେ ଏଲଆଇସି ଏକ ସ୍ୱତନ୍ତ୍ର ପ୍ଲାନ ଆଣିଛି। ଯେଉଁଥିରେ ଥରେ ମାତ୍ର ଟଙ୍କା ଲଗାଇ ସାରା ଜୀବନ ଟଙ୍କା ଆୟ କରିବା ର ଯୋଜନା ରଖିଛି।
ତେବେ ଏଳାଇସି ର ଏହି ବିଶେଷ ପ୍ଲାନ ର ନାମ ହେଉଛି ଜୀଵନ ଅକ୍ଷୟ କିଛି ଦିନ ପାଇଁ ଏଲଆଇସି ଏହାକୁ ବନ୍ଦ କରି ଦେଇଥିବା ବେଳେ ପୁଣି ବର୍ତ୍ତମାନ ତାହା ଆରମ୍ଭ କରିଛି।ତେବେ ଯଦି ଆପଣ ବୃଦ୍ଧାଵସ୍ଥା ରେ ପେନ୍ସନ ର ଆଶା ରଖୁଛନ୍ତି ତେବେ ଆପଣ ଚାହିଁଲେ ଏଲଆଇସି ର ଏହି ପ୍ଲାନ ର ସୁବିଧା ଉଠାଇ ପାରିବେ।
ଆପଣ ଚାହିଁଲେ ଏହି ଯୋଜନା କୁ ଉଭୟ ଅନଲାଇନ ଓ ଅଫଳାଇନ ରେ ମଧ୍ୟ କିଣି ପାରିବେ।ତେବେ ଆସନ୍ତୁ ବର୍ତ୍ତମାନ ଏହି ପ୍ଲାନ ବିଷୟ ରେ ଆଲୋଚନା କରି ନେବା।ତେବେ ଏଲଆଇସି ର ଏହି ନୂତନ ପ୍ଲାନ ର ନାଁ ରହିଛି ‘ଜୀଵନ ଅକ୍ଷୟ ସାଥ ପ୍ଲାନ ନମ୍ବର ୭୭୮’। ଏହି ସିଙ୍ଗଲ ପ୍ରିମିୟମ ବିଶିଷ୍ଟ ଅଣ ଲିଙ୍କ ଅଂଶଗ୍ରହଣ କାରୀ ଏବଂ ବ୍ୟକ୍ତିଗତ ବାର୍ଷିକ ଯୋଜନା।
ତେବେ ଭାରତୀୟ ଜୀଵନ ବୀମା ନିଗମ ର ଏହି ପଲିସି ଚଳିତ ବର୍ଷ ରୁ ଆରମ୍ଭ ହୋଇ ସାରିଛି।ଏଲଆଇସି ର ଏହି ପ୍ଲାନ ଟି ୩୦ ରୁ ୮୫ ବର୍ଷର ବ୍ୟକ୍ତିଙ୍କ ପାଇଁ ଉଦିଷ୍ଟ। ସେହିପରି ଏଲଆଇସି ର ଏହି ପଲିସି ରେ ଆପଣ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ନିବେଶ କରି ପାରିବେ ଏବଂ ସର୍ବାଧିକ ନିବେଶ ର କୌଣସି ସୀମା କମ୍ପାନୀ ତରଫରୁ ଧାର୍ଯ୍ୟ କରା ଯାଇନାହିଁ।
ତେବେ ଏଲଆଇସି ର ଏହି ପ୍ଲାନ କୁ ଆପଣ ମାସିକିଆ,ତିନି ମାସିକିଆ,ଛଅ ମାସିକିଆ ଓ ବର୍ଷିକ ପାଇଁ ବାର୍ଷିକ ମୋଡ଼ରେ କିଣି ପାରିବେ। ଏଥିରେ ଗ୍ରାହକଙ୍କୁ ବାର୍ଷିକ ସର୍ବନିମ୍ନ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ। ଏହି ପଲିସି ରେ ଯଦି ୪୫ ବର୍ଷର ବ୍ୟକ୍ତି ୭୦ ଲକ୍ଷ ଟଙ୍କା ସୁନିଶ୍ଚିତ ବିକଳ୍ପ ଚୟନ କରନ୍ତି ତେବେ ତାକୁ ୭୧ ଲକ୍ଷ ୨୬୦୦୦ ଟଙ୍କା ପ୍ରିମିୟମ ଦେବାକୁ ପଡିବ।
ଏହି ନିବେଷ ପରେ ତାଙ୍କୁ ମାସିକ ୩୬ ହଜାର ୪୨୯ ଟଙ୍କା ପେନସନ ମିଳିବ।ତେବେ ସେହିଭଳି ଏହି ପଲିସିରେ ଗୋଟିଏ ଘରର କିମ୍ବା ପରିବାର ର ଦୁଇ ଜଣ ସଦସ୍ୟ ସ୍ୱାମୀ ସ୍ତ୍ରୀ କିଣା ଭାଇ ଭଉଣୀ ମଧ୍ୟରେ ଜାଏଂଟ ଲାଇଫରେ କିଣି ପାରିବେ ତେବେ କୌଣସି ବି ବାର୍ଷିକ ଯୋଜନାରେ ନିବେଶ କରାଯାଇଥିବା ଅର୍ଥ ରାଶି ଉପରେ ସୁଧ ଲଗାଇ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଆୟ ମିଳିବ । ଏହି ଯୋଜନାରେ ଆପଣ ପ୍ରତି ମାସ ଆପଣ ରୋଜଗାର ମଧ୍ୟ କରି ପାରିବେ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।