ଥଣ୍ଡା, କାଶ, ବନ୍ଦ ନାକ, ଛାତିରେ ଜମିଥିବା କଫକୁ ଦୂର କରିବାର ଚମତ୍କାରୀ ଘରୋଇ ଉପଚାର ! ନିଶ୍ଚୟ ଥରେ ଟ୍ରାଏ କରି ଦେଖନ୍ତୁ ! (Health Tips)

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ବାରମ୍ବାର ଔଷଧ ର ସେବନ ପରେ ମଧ୍ୟ ଯଦି ଆପଣଙ୍କୁ ଏହି ସମସ୍ୟା ରୁ ମୁକ୍ତି ମିଳୁ ନାହିଁ ତେବେ ଆପଣ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ସାଧାରଣତଃ ଜଳବାୟୁ ପରିବର୍ତ୍ତନ କାରଣରୁ ଶୀତ ଦିନରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ  ।

ଏବଂ ଶୀତ ଦିନେ ପ୍ରାୟତଃ ବ୍ୟକ୍ତି ଏହି ରୋଗ ର ସଂସ୍ପର୍ଶରେ ଆସିଥାନ୍ତି ଏବଂ ଏହାଦ୍ବାରା ଗଳାରେ ଯନ୍ତ୍ରଣା ଓ ନାକ ବନ୍ଦ ହେବା ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ।ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ ।

ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ । ତେବେ ଏହି ଘରୋଇ ଉପଚାର ନିମନ୍ତେ ଆପଣ ପ୍ରଥମେ ଗ୍ୟାସ ରେ ଏକ ପାତ୍ର ଚଢ଼ାଇ ଏକ ଗ୍ଲାସ ପାଣି ପକାନ୍ତୁ । ସେହି ପାଣି କୁ ଭଲ ଭାବରେ ଫୁଟାନ୍ତୁ । ଏହାପରେ ସେଥିରେ ଏକ ଇଞ୍ଚ ଲମ୍ବ ର ଅଦା ଆବଶ୍ୟକ ।

ଆପଣ ଅଦା କୁ ଭଲ ଭାବରେ ଛେଚି ପାଣି ରେ ପକାନ୍ତୁ । ଅଦା ଖାଇବା ଦ୍ବାରା ଥଣ୍ଡା, କାଶ ଭଳି ସମସ୍ୟା ତୁରନ୍ତ ଦୂର ହୋଇଥାଏ। ତେବେ ଏହାକୁ ବହୁତ ପୁରାତନ କାଳ ରୁ ଲୋକମାନେ ବ୍ୟବହାର କରି ଆସୁଛନ୍ତି । ଏହାପରେ ଆପଣ ଏକ ପାନ ପତ୍ର କୁ ଛିଣ୍ଡାଇ ଏଥିରେ ପକାନ୍ତୁ । ପାନ ପତ୍ର ଆମ ଶରୀରର ବାତ, ପିତ ଓ କଫ କୁ ଦୂର କରିଥାଏ । ଏହାପରେ ଆପଣ ୭ ରୁ ୮ ଟି ଗୋଲମରିଚ ନିଅନ୍ତୁ ଏବଂ ତାକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ ।

ଏହାପରେ ଗୋଲମରିଚ ଗୁଣ୍ଡ କୁ ପକାନ୍ତୁ । ଗୋଲମରିଚ ମଧ୍ୟ ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ଦୂର କରିଥାଏ । ଏହାପରେ ଆପଣ ୪ ୫ ଟି ତୁଳସୀ ପତ୍ର କୁ ଛିଣ୍ଡାଇ ପକାନ୍ତୁ । ତେବେ ତୁଳସୀ ପତ୍ର ର ଉପକାରୀତା କହିଲେ ମଧ୍ୟ ସରିବ ନାହଁ  ।  କିନ୍ତୁ ଥଣ୍ଡା ଓ କାଶ ମାମଲାରେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଏହାପରେ ଆପଣ ଏହି ମିଶ୍ରଣ କୁ ମିଠା କରିବା ପାଇଁ ଶେଷରେ ଅଳ୍ପ ଗୁଡ଼ କୁ ପକାନ୍ତୁ । ଗୁଡ଼ ଆମ ପାଚନ କ୍ରିୟା କୁ ମଜବୁତ କରିଥାଏ ଏବଂ ଆମ ଶରୀରର ଇମ୍ୟୁନିଟି ପାୱାର କୁ ମଧ୍ୟ ବଢାଇଥାଏ । ବର୍ତ୍ତମାନ ଆପଣ ଏହାକୁ ଭଲ ଭାବରେ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏକ ଗ୍ଲାସ ପାଣି ଅଧ ଗ୍ଲାସ ନ ହୋଇଛି । ଏହି ମିଶ୍ରଣ ଭଲ ଭାବରେ ଫୁଟିଲା ପରେ ଆପଣ ଏକ କପ୍ ରେ ଭଲ ଭାବରେ ଛାଣି ରଖନ୍ତୁ।

ତେବେ ଏହାକୁ ଛାଣି ସାରିବା ପରେ ଏଥିରେ ଅଳ୍ପ ମହୁ ମିଶାଇ ଦିଅନ୍ତୁ । ମହୁ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ଆପଣ ଏହାକୁ ଦିନକୁ ୨ ଥର ସକାଳ ସମୟ ଏବଂ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଏହି ଉପଚାର ବହୁ ପୁରାତନ ଏବଂ ବହୁ ପରୀକ୍ଷିତ । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହି ନାହିଁ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *