ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଆପଣ କେବଳ ଥରେ ବ୍ୟବହାର କରି କାଶମ କଫ, ଗଳା କଷ୍ଟ ଓ ଜ୍ଵର ଭଳି ସମସ୍ଯା କୁ ବହୁତ ସହଜରେ ଦୂର କରିପାରିବେ । ତେବେ ଏହି ଉପଚାରକୁ ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରିପାରିବେ । ଆଜିର ଏହି ଉପଚାରଟି ବହୁତ ସହଜ ଅଟେ, ଯାହା ଆପଣଙ୍କର କାଶ ଜନିତ ସମସ୍ଯାକୁ ସବୁଦିନ ପାଇଁ ଦୂର କରିଥାଏ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।
ଏହି ଉପଚାରଟିକୁ ବନେଇବା ପାଇଁ ପ୍ରଥମେ ଆପଣ ଗ୍ଯାସ ଚୁଲାରେ ଏକ ପାତ୍ର ରଖନ୍ତୁ, ବନ୍ଧୁଗଣ ଏହାପରେ ଆପଣ ଏଥିରେ ଗୋଟେ ଗ୍ଳାସ ପାଣି ନିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ୧୦ ରୁ ୧୨ଟି ଗୋଲମରୀଚ ନିଅନ୍ତୁ । ଗୋଲମରୀଚ ଆମର ଥଣ୍ଡା, କାସ ଓ ଗଳା କଷ୍ଟ ଆଦି ସମସ୍ଯାକୁ ଦୂର କରିଥାଏ । ତେଣୁ ଆପଣ ମାନେ ଏଥିରେ ୧୦ ରୁ ୧୨ ଖଣ୍ଡ ଗୋଲମରୀଚକୁ ଛେଚି ପକାଇ ଦିଅନ୍ତୁ ।
ଏହା ପରେ ଏଥିରେ ଦୁଇଟି ଲବଙ୍ଗ ମିଶାନ୍ତୁ । ଲବଙ୍ଗ ସାଧାରଣତଃ ଖାଦ୍ୟ ତିଆରି କରିବାରେ ବ୍ୟବହାର ହୋଇଥାଏ । ହେଲେ ବନ୍ଧୁଗଣ ଏହା ଥଣ୍ଡା, କାସ ଓ ଗଳାରେ କଷ୍ଟ ଆଦି ସମସ୍ଯାକୁ ମଧ୍ୟ ଦୂର କରିବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଆପଣ ଏଥିରେ ଦୁଇଟି ଲବଙ୍ଗକୁ ଛେଚି ପକାଇ ଦିଅନ୍ତୁ ।
ଏହାପରେ ଆପଣ ଏଥିରେ ଏକ ଚାମଚ ଜୁଆଣୀ ମିଶାଇ ଦିଅନ୍ତୁ । ଜୁଆଣୀ ମଧ୍ୟ ଥଣ୍ଡା, କାସ ଓ କଫ ଆଦି ସମସ୍ୟା କୁ ଦୁର କରିଥାଏ । ଏହା ପରେ ଏଥିରେ କିଛି ସୁଣ୍ଠି କୁ ମିଶାନ୍ତୁ । ଏହା ପରେ ଏଥିରେ ମିଶାନ୍ତୁ ପାଞ୍ଚ ରୁ ଛଅ ଟି ତୁଳସୀ ପତ୍ର । ତୁଳସୀ ପତ୍ର କାଶ,ଥଂଡା ଆଦି ସମସ୍ୟା କୁ ସମାଧାନ କରିବା ପାଇଁ ଖୁବ ଲାଭଦାୟକ ହୋଇଥାଏ ।
ଏହି ମିଶ୍ରଣକୁ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଫୁଟାଇବା ପରେ ଆପଣ ସକାଳେ ଖାଲି ପେଟରେ ଏହି ମିଶ୍ରଣର ସେବନ କରନ୍ତୁ । ଏହାର ସେବନରେ ଆପଣ ନିଜର କାଶ, ଥଣ୍ଡା, ଗଳା ଦରଜ ଆଇ ସମସ୍ତ ସମସ୍ଯାକୁ ଦୂର କରିପାରିବେ । ଏହି ଉପଚାର ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ବହୁତ ସହଜରେ ବନେଇ ପାରିବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।