ଥଣ୍ଡା-କାଶ ତୁରନ୍ତ ଭଲ କରିବାର ଘରୋଇ ଉପଚାର, ବିନା ଔଷଧରେ ଭଲ ହେବ, କେବଳ କରନ୍ତୁ ଏହି ଉପାୟ (Health Tips)

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ବାରମ୍ବାର ଔଷଧ ର ସେବନ ପରେ ମଧ୍ୟ ଯଦି ଆପଣଙ୍କୁ ଏହି ସମସ୍ୟା ରୁ ମୁକ୍ତି ମିଳୁନାହିଁ ତେବେ ଆପଣ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ସାଧାରଣତଃ ଜଳବାୟୁ ପରିବର୍ତ୍ତନ କାରଣରୁ ଶୀତ ଦିନରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ ଏବଂ ଶୀତ ଦିନେ ପ୍ରାୟତଃ ବ୍ୟକ୍ତି ଏହି ରୋଗ ର ସଂସ୍ପର୍ଶରେ ଆସିଥାନ୍ତି ଏବଂ ଏହାଦ୍ବାରା ଗଳାରେ ଯନ୍ତ୍ରଣା ଓ ନାକ ବନ୍ଦ ହେବା ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ ।


ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ । ତେବେ ପ୍ରଥମେ ଆପଣ କିଛି ପିପଳି ନିଅନ୍ତୁ ଏବଂ ତାକୁ ଭାଜି ଦିଅନ୍ତୁ ଏବଂ ଭାଜିବା ପରେ ଏହାର ଗୁଣ୍ଡ କରି ରଖି ଦିଅନ୍ତୁ ଏହା ପରେ ଆପଣ ଏକ ଅଦା କୁ ନିଅନ୍ତୁ ।

ଭଲ ଭାବରେ ତାକୁ ଛେଲି ତାର କଦୁ କସ୍ କରି ତାର ସମସ୍ତ ରସ କୁ ଏକ ପାତ୍ରରେ ଭରି ନିଅନ୍ତୁ ତେବେ ଏହା ପରେ ସେହି ପିପଳି ଗୁଣ୍ଡ ରେ ଗୋଟିଏ ଚାମଚ ମହୁ ଏବଂ ଗୋଟିଏ ଚାମଚ ଅଦା ରସ ମିଶାଇ ଦିଅନ୍ତୁ ଏବଂ ଏହାକୁ ଦିନକୁ ତିନି ଥର ସେବନ କରନ୍ତୁ ସକାଳେ,ଦିପହରରେ ଏବଂ ରାତିରେ ତେବେ ଏହାର ସେଵନ ପରେ ଆପଣଙ୍କର ପୁରୁଣା ରୁ ପୁରୁଣା କାଶ ମଧ୍ୟ ଭଲ ହୋଇଯିବ ।


ତେବେ ଏହା ଛଡା ଯଦି ଆପଣଙ୍କ ଗଳାରେ ଦରଜ ଅଛି ତେବେ ଆପଣ ଲୁଣ ପାଣି ଗାରଗଲିଙ୍ଗ କରି ପାରିବେ । ଏବଂ ଆପଣଙ୍କ କଫ କୁ ବାହାର କରିବା ପାଇଁ ଏବଂ ଗଳା କୁ ଆରାମ ଦେବା ପାଇଁ ଆପଣ ପ୍ରଥମେ ଦୁଇଟି ପିପଳି କୁ ଗୁଣ୍ଡ କରନ୍ତୁ ଏବଂ ଗୋଟିଏ ପାତ୍ର ରେ ଦୁଇ କପ ପାଣି ନିଅନ୍ତୁ ଏବଂ ସେଥିରେ ଏହି ଗୁଣ୍ଡ କୁ ରଖନ୍ତୁ ଏବଂ ଯେପର୍ଯ୍ୟନ୍ତ ସେ ପାଣି ଅଧା ହୋଇ ନାହିଁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଏବଂ ପରେ ଛାଣିକି ଭଲ ଭାବରେ ସେବନ କରନ୍ତୁ

ଦେଖିବେ ଆପଣଙ୍କ ଗଳା ରେ ଜମି ରହି ଥିବା କଫ କୁ ସେ ତରଳାଇଦେଵ ଏବଂ ବାହାର କରିଦେବ । ଯାହା ଯୋଗୁଁ ଆପଣଙ୍କ ଗଳା କୁ ଆରାମ ମିଳିବ ଏବଂ ନିଶ୍ୱାସ ନେବାରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ତେବେ ଆପଣ ମାନେ ମଧ୍ୟ ଏହାକୁ ବ୍ୟବହାର କରନ୍ତୁ ନିଶ୍ଚିତ ଲାଭ ପାଇବେ । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *