ଜଣେ ମହିଳା ୨୦୦ କିଲୋମିଟର ବେଗରେ ଆକାଶରୁ ଖସିଲେ । ମାଟିରେ ପିଟି ହୋଇ ମୃତ୍ୟୁକୁ ମାତ୍ ଦେଲେ । ବନ୍ଧୁଗଣ ମଝି ଆକାଶରୁ ମୃତ୍ୟୁକୁ ଅନେକ ଲୋକ ଦେଖିଥିବେ । ଏପରି କି ଅନେକ ମୃତ୍ୟୁକୁ ମାତ୍ ଦେଇ ବର୍ତ୍ତୀ ଯାଇଥିବେ । ହେଲେ ମାଟିରୁ ୧୩ ହଜାର ଫୁଟ ଉଚ୍ଚରୁ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଖସି ଯାଇ ମୃତ୍ୟୁକୁ ବାଦ୍ ଦେଇଛନ୍ତି । ଆଉ ଏହି ଖବର ଏବେ ଜାତୀୟ ଓ ଆନ୍ତର୍ଜାତୀୟ ମିଡିଆରେ ହେଡ ଲାଇନ ପାଲଟିଛି ।
ରଖେ ହରି ତ ମାରେ କିଏ ପୁଣି ଏହି କଥାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଯେତେବେଳେ ୧୩ ହଜାର ଫୁଟ ଉଚ୍ଚତାରୁ ଆକାଶରୁ ଖସି ପଡି ମାଟି କଚାଡି ହୋଇ ପଡ଼ିଲେ ଆଉ ଆଖି ଖୋଲିଲା ବେଳକୁ ସେ ବଞ୍ଚି ଥିବାର ଦେଖି ସେ ବିଶ୍ଵାସ କରିପାରିଲେ ନାହିଁ । ଚମତ୍କାର ହେଉ ବା ଭଗବାନଙ୍କର ଇଛା ସେ ମୃତ୍ୟୁକୁ ମାତ୍ ଦେଇ ଫେରି ଆସିଛନ୍ତି । ଆମେରିକା ଭର୍ଜିନିଆର ୩୫ ବର୍ଷୀୟ ବାସିନ୍ଧା ଜୋର୍ଡାନ ହାଟମେକର ପେସାରେ ଜଣେ ମହିଳା ସ୍କାଏ ଡାଇଭର ଅଟନ୍ତି ।
ମଝି ଆକାଶରେ ସେ ସ୍କାଏ ଡାଇଭିଙ୍ଗ କରୁଥିବା ବେଳେ ତାଙ୍କ ସହ ଏମିତି କିଛି ଘଟିଛି ଯାହା କି ଚମତ୍କାର କହିଲେ ଭୁଲ ହେବ ନାହିଁ । ଜୋର୍ଡାନଙ୍କ କହିବା ମୁତାବକ, ସ୍କାଏ ଡାଇଭିଙ୍ଗ କରିବା ବେଳେ ଆକାଶରୁ ତଳକୁ ଖସୁଥିବା ବେଳେ ମୋ ପାରାସୁଟଟି ଗୋଡରେ ଫସିଯାଇଥିଲା ।
ଫଳରେ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ୧୩ ଫୁଟ ଉଚ୍ଚତାରୁ ତଳକୁ ଆସି ପିଟି ହେଇ ଗଲି । ମାତ୍ର ୩୦ ସେକେଣ୍ଡ ମଧ୍ୟରେ ମୋ ସହ ମୃତ୍ୟୁ ଲୁଚକାଳି ଖେଳ ଖେଳିଗଲା । ମୁଁ ଭାବି ନଥିଲି ମୁଁ ବଞ୍ଚିବି ବୋଲି ହେଲେ ମୋ ଚେତା ଫେରିବା ବେଳକୁ ମୁଁ ଯନ୍ତ୍ରଣା ଅନୁଭବ କରିଲି । ଶରୀରର ଅନେକ ଅଂଶ ଭାଙ୍ଗି ଯାଇଥିଲା । ଏବେ ହସ୍ପିଟାଲରେ ଥିବାରୁ ଧୀରେ ଧୀରେ ସୁସ୍ଥ ହେଉଛି ।
ଏତେ ଉଚ୍ଚତାରୁ ମାଟିରେ ପଡି ଜୋର୍ଡାନ ବଞ୍ଚିଗଲେ ସତ କିନ୍ତୁ ଏବେ ତାଙ୍କ ମେରୁଦଣ୍ଡ ଓ ବାମ ଗୋଡ ସଂପୂର୍ଣ୍ଣ ଠିକ ହୋଇନାହିଁ । ତିନି ମାସ ଧରି ହସ୍ପିଟାଲ ବେଡରେ ରହି ମୃତ୍ୟୁ ସହ ଲଢେଇ କରୁଛନ୍ତି ଜୋର୍ଡାନ । ସତେ ଯେମିତି ଭଗବାନ ତାଙ୍କୁ ନୂଆ ଜୀବନ ଦେଇଥିବା ସେ କୁହନ୍ତି ।
ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ