20 କୋଟିର ଏହି ଆଲିସାନ ଘରେ Tejaswi ଙ୍କ ସହ ରହିବେ Karan Kundra, ଦେଖନ୍ତୁ କପଲଙ୍କ ନୂଆ ଘରର ଏକ ଝଲକ, ଆଖି ଖୋଜି ହେଇଯିବ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା କରନ କୁନ୍ଦ୍ରାଙ୍କୁ ନିଶ୍ଚୟ ଜାଣିଥିବେ । କରନ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରି ସହ କେତେକ ବଲିଉଡ ଫିଲ୍ମରେ ବି କାମ କରିଛନ୍ତି । ସେ ଅନେକ ହିନ୍ଦୀ ଟେଲିଭିଜନ ରିଆଲିଟି ସୋ ଆଉ ସିରିଏଲରେ କାମ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ଦର୍ଶକ ବନ୍ଧୁଗଣ ଏବେ କରନ ନିଜ ଗାର୍ଲଫ୍ରେଣ୍ଡ ତେଜସ୍ଵୀଙ୍କ ସହ ବହୁତ ଚର୍ଚ୍ଚାରେ ରହୁଛନ୍ତି ।

କରନ ଓ ତେଜସ୍ଵୀ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ଅଟନ୍ତି । ଏହି ଯୋଡି ଅଧିକାଂଶ ସମୟ ପରସ୍ପରର ହାତ ଧରି ଥିବାର ନଜର ଆସନ୍ତି । ଗତ କିଛି ଦିନ ତଳେ କରନ ତେଜସ୍ଵୀଙ୍କ ‘ନାଗିନ 6’ ସିରିଏଲର ସୁଟିଙ୍ଗ ସେଟରେ ପହଞ୍ଚି ଥିଲେ ଯେଉଁଠି ତେଜସ୍ଵୀଙ୍କ ମୁଣ୍ଡରେ ସେ ସିନ୍ଦୁର ଲଗାଇ ଥିବାର ନଜର ଆସିଥିଲେ ।

ଏମିତିରେ ସମସ୍ତେ କହୁଛନ୍ତି ଯେ, କରନ ଆଉ ତେଜସ୍ଵୀ ଲୁଚିକି ବିବାହ କରିଛନ୍ତି । ଆଉ ଏହାରି ମଧ୍ୟରେ ଏକ ଖବର ଆସୁଛି ଯେ, କରନ ଏକ ନୂଆ ଘର ନେଇଛନ୍ତି ଯେଉଁଠି ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ରହିବେ । ଏବେ କରନ କୁନ୍ଦ୍ରାଙ୍କ ଏହି ନୂଆ ଘରର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟିଭି ଇଣ୍ଡଷ୍ଟ୍ରିର ଅନେକ ଲୋକପ୍ରିୟ ସିରିଏଲରେ ନଜର ଆସିଥିବା କରନ କୁନ୍ଦ୍ରା ବିଗବସ 15ରେ ବି ନଜର ଆସିଥିଲେ ।

ବିଗବସ ରିଆଲିଟି ସୋରେ ତାଙ୍କର ସାକ୍ଷାତ ତେଜସ୍ଵୀଙ୍କ ସହ ହୋଇଥିଲା ଆଉ ବିଗବସ ହାଉସରୁ ବାହାରିବା ପରେ ଏମାନଙ୍କ ପ୍ରେମ ଜାରି ରହିଛି । ସୋରୁ ବାହାରିବା ପରେ କରନ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଏକ ଘର ଖୋଜୁ ଥିଲେ । ହେଲେ ଏବେ ତାଙ୍କର ସନ୍ଧାନ ପୂରଣ ହୋଇଛି । ସେ ବାନ୍ଦରାର ଏକ ଆଲିଶାନ ବିଲଡିଙ୍ଗରେ 4 ବିଏଚକେ ଫ୍ଲାଟ ନେଇଛନ୍ତି । ଅନେକ ଥର କରନଙ୍କୁ ତାଙ୍କ ନୂଆ ଘରେ ଦେଖା ଯାଇଛି ।

ମିଡିଆ ରିପୋର୍ଟସ ଅନୁସାରେ କରନଙ୍କ ଏହି ନୂଆ ଘରର ଦାମ 20 କୋଟି ଟଙ୍କା ଅଟେ । ହେଲେ ବର୍ତ୍ତମାନ କରନ ଗୁଡଗାଁଓରେ ରହୁଛନ୍ତି । କୁହାଯାଉଛି କରନ ଯେଉଁ ଘର ନେଇଛନ୍ତି ସେହି ଘରଟି ବହୁତ ଲକ୍ସରି ଅଟେ । ଏହି ଘରେ ଏମିତି ସବୁ ସୁବିଧା ରହିଛି ଯାହା ଘରକୁ ଆଲିଶାନ କରେ । ରିପୋର୍ଟ ମୁତାବକ କରନଙ୍କ ଏହି ଘରେ ବାରବେକ୍ୟୁ, ସ୍ଵୀମିଂ ପୁଲ, ଜିମ ଆଦି ଅନ୍ୟ ସୁବିଧା ଉପଲବ୍ଧ ରହିଛି ।

ନୂଆ ଘର ନେବା ପରେ ଏବେ ଶୁଣିବାକୁ ମିଳୁଛି କରନ ନିଜ ଗାର୍ଲଫ୍ରେଣ୍ଡ ତେଜସ୍ଵୀଙ୍କ ସହ ଏହି ଘରେ ରହିବେ । କରନଙ୍କ ଏହି ନୂଆ ଘରେ ସମୁଦ୍ରର ସୁନ୍ଦର ଭ୍ୟୁ ଦେଖିବାକୁ ମିଳୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *