‘8 ଲକ୍ଷ ଦେ, ନହେଲେ ତତେ ଯଦି ବର୍ବାଦ ନ କରିଛି ମୁଁ ତପସ୍ଵିନୀ ନୁହେଁ…’ Video ଭାଇରାଲ କରି Tapaswini ଙ୍କ ଅସଲ ଚେହେରା ଦେଖେଇଲେ ସୁମିତ, କଣ ଅଟେ ଏହି ଭାଇରାଲ ଭିଡିଓର ସତ ?

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ବିଚ୍ଛେଦ ମାମଲାରେ ଏବେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପ୍ରତିଦିନ ଏହି କେସକୁ ନେଇ କିଛି ନା କିଛି ନୂଆ ଖୁଲାସା ଦେଖିବାକୁ ମିଳୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୋସ ଉଡେଇ ଦେଇଛି । ଏହି ଭିଡିଓର ଚର୍ଚା ମଧ୍ୟ ସମସ୍ତ ସ୍ଥାନରେ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ତପସ୍ଵିନୀ ନିଜ ସ୍ଵାମୀ ସୁମିତଙ୍କୁ ୮ ଲକ୍ଷ ଟଙ୍କା ମାଗୁଛନ୍ତି ଓ କହୁଛନ୍ତି ୮ ଲକ୍ଷ ଟଙ୍କା ଦେଲେ ଡିଭୋର୍ସ କରିବି । ଏହି ଭିଡିଓଟି ଭାଇରାଲ ହେବା ପରେ ତପସ୍ଵିନୀ ନିଜ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ, ବିବାହ ପୂର୍ବରୁ ତାଙ୍କ ବାପା ସୁମିତଙ୍କ ପାଠ ପଢା ପାଇଁ ୮ ଲକ୍ଷ ଟଙ୍କା ଦେଇଥିଲେ । କୋର୍ଟ ଆଗରେ ତପସ୍ଵିନୀ ସମସ୍ତ ତଥ୍ୟ ରଖିବେ ବୋଲି ମଧ୍ୟ କହିଛନ୍ତି ।

ବର୍ତ୍ତମାନ ଶଶୁର ଘର ସାମ୍ନାରେ ତପସ୍ଵିନୀଙ୍କ ପ୍ରତିବାଦ ଜାରି ରହିଛି ହେଲେ ଏଥର ତପସ୍ଵିନୀଙ୍କ ଏହି ଲଢେଇରେ ସେ ଏକା ନାହାନ୍ତି ତାଙ୍କ ସହ ଜନସାଧାରଣ ମାନଙ୍କ ସମର୍ଥନ ଅଛି । ସେହି ଭାଇରାଲ ହେଉଥିବା ଭିଡିଓରେ ସୁମିତ ତପସ୍ଵିନୀଙ୍କୁ ପଚାରୁ ଛନ୍ତି କାହା ସହ ତମେ ମୋବାଇଲରେ ଚାଟିଙ୍ଗ କରୁଛ ଓ କାହାକୁ ମୋର ଫଟୋ ପଠାଉଛ ।

ଏହାର ଉତ୍ତର ଦେଇ ତପସ୍ଵିନୀ କହୁଛନ୍ତି ମୁ ତମ ଫଟୋ ନୁହେଁ ମୋ ଫଟୋ ପଠାଉ ଥିଲି  । ଏହା ପରେ ସୁମିତ ତପସ୍ଵିନୀଙ୍କ ୱ୍ହାଟ୍ସ ଅପ୍ ଚାଟ ଦେଖିଥିଲେ ଓ ସଞ୍ଜିତ ବାରିକ ନାମକ ଏକ ଅଜଣା ଯୁବକଙ୍କ ଚାଟିଙ୍ଗ ଦେଖି ସେହି ଲୋକ ବିଷୟରେ ପଚାରି ଥିଲେ । ଏହା ପରେ ସୁମିତ କହୁଛନ୍ତି ତମ ପାଇଁ ମୁ କଣ ନକରିଛି । ଏହା ଶୁଣିବା ପରେ ତପସ୍ଵିନୀ କହୁଛନ୍ତି, ତୁ ଏବେ ୮ ଲକ୍ଷ ଟଙ୍କା ଦବୁ ତୁ ମୋତେ ଡିଭୋର୍ସ ଦବୁ ତା ପରେ ତୁ ତୋ ବାଟରେ ମୁ ମୋ ବାଟରେ ।


ଏହି ଭିଡିଓଟିକୁ ସୁମିତ ନିଜ ଫୋନରେ ରେକର୍ଡ କରିଥିଲେ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆଜି ସେସନ କୋର୍ଟର ଶୁଣାଣି ଅଛି ତେବେ ତପସ୍ଵିନୀଙ୍କୁ ନ୍ୟାୟ ମିଳିବା ଉଚିତ ନା ନାହିଁ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *