ବନ୍ଧୁଗଣ, ସୂଚନା ଅନୁଯାୟୀ ସୁର ରାଉତରାୟ କହିଛନ୍ତି ଟାଟା ଏଇଠି ଆପଣଙ୍କୁ ଜଣାଇ ଦଉଛୁ ଆମେ ଟାଟା ର କର୍ମଚାରୀ ମାନେ, ବି କେୟାରଫୁଲ । ହରିଜନ ପଡ଼ା, ଆଦିବାସୀ ପଡ଼ା, ବଡ଼ ବଡ଼ ଗାଁ ରେ ଏହି ସମୟରେ ସବୁ କ’ଣ ଲାଇନ କାଟିବ ? ଏତେ ଖରାରେ ଛଟ ପଟ ହେଉଛନ୍ତି ସବୁ ଲୋକମାନେ । ଏପଟେ ମହାନଦୀ ରେ ପାଣି ନାହିଁ ସେପଟେ କାଠ ଯୋଡ଼ି ରେ ପାଣି ନାହିଁ । ଗୟାରେ ପାଣି ନାହିଁ ଓ ଭାର୍ଗୋବି ରେ ମଧ୍ୟ ପାଣି ନାହିଁ । ଚାରିଆଡ଼େ ପାଣି ପାଇଁ ହାହାକାର ଚାଲିଛି । ସେଥିରେ ପୁଣି ଇଲେକ୍ଟ୍ରିକ କଟିବ ।
ଟାଟା କର୍ମଚାରୀମାନେ ଯଦି ଏତେ ଗରମ ରେ ଖରାରେ ଲାଇନ କାଟିବ ଶେଷକୁ ତୁମ ଗାଲକୁ ସେକିବୁ ବୋଲି ସୁର ରାଉତ୍ ରାୟ କହିଛନ୍ତି । ଏମିତି ଖରାରେ ଯଦି କେଉଁ ଗାଁ ର ଲାଇନ କଟିବ ତାହେଲେ ଟାଟା କର୍ମଚାରୀ ଙ୍କ ଗାଲକୁ ସେକିବେ ବୋଲି କହିଛନ୍ତି । ସେତେବେଳେ ନବୀନ ବାବୁ ଆସିବେନି କି କେହି ମଧ୍ୟ ଆସିବେନି ତୁମ୍ଭ ପିଠି ରେ ପଡ଼ିବା ପାଇଁ ।
ଆମ୍ଭେମାନେ ତ ମରିଯିବୁ ପାଣି ନାହିଁ ଓ ଲାଇନ ମଧ୍ୟ କଟୁଛି ତୁମ୍ଭ ମାନଙ୍କୁ କ’ଣ ପାଇଁ ଛାଡ଼ିବୁ । ତେଣୁ ବି କେୟାର ଫୁଲ ବୋଲି ସୁର ରାଉତ୍ ରାୟ କହୁଛନ୍ତି । ଏବଂ ଏହା ମଧ୍ୟ କହୁଛନ୍ତି ଜମାରୁ ହଇରାଣ କର ନାହିଁ । ଆଦିବାସୀ ହରିଜନ ଗରିବ ଲୋକଙ୍କୁ ହଇରାଣ କର ନାହିଁ । କେବଳ କର୍ମଚାରୀ ଏସି ରେ ରହିବେ ଓ ଆମ୍ଭର ଗରିବ ଲୋକ ଗରମ ରେ ମରିବେ ।
କଟାକଟି ଯଦି କର ଟାଟା ତାହେଲେ ସାଙ୍ଘାତିକ ପରିସ୍ଥିତି ହେବ ବୋଲି ସୁର ରାଉତରାୟ କହିଛନ୍ତି । ତେବେ ବନ୍ଧୁଗଣ ଏହିଭଳି ସୁର ରାଉତରାୟ କ୍ରୋଧ ରେ ଜର୍ଜରିତ ହୋଇ ଗରିବ ଶ୍ରେଣୀର ଲୋକ ଙ୍କ ପାଇଁ ସ୍ଵର ଉଠାଇଛନ୍ତି । ସତରେ ବର୍ତ୍ତମାନ ଯେଉଁଭଳି ଖରା ହେଉଛି ସେଥିରେ ଯଦି ଲାଇନ ସଂପୂର୍ଣ୍ଣ କାଟିଦେବେ ତେବେ ଗରିବ ଶ୍ରେଣୀ ର ଲୋକଙ୍କ ଅବସ୍ଥା କ’ଣ ହେବ ?
ଖରାତରା ରେ କାମ କରି ଘରକୁ ଆସିଲା ବେଳକୁ ଘରେ ଲାଇନ ନଥିବ ଏଭଳି ପସରିସ୍ଥିତି ରେ ଛଟପଟ ହୋଇଯିବେ । କାରଣ ବିଶ୍ରାମ କରିବା ସମୟରେ ଘରେ ପଙ୍ଖା କିମ୍ବା ଜରୁରୀ କାଳୀନ କାର୍ଯ୍ୟ ପାଇଁ ଆଲୁଅ ମଧ୍ୟ ନଥିବ । ଏଣୁ ସାଂସଦ ସୁର ରାଉତରାୟ ଏଭଳି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।