ଆଜିକାଲି ଆପଣ ସୋସିଆଲ ମିଡିଆରୁ ସବୁକିଛି ଜାଣି ପାରିବେ । ଆପଣ ନିଜର ପ୍ରିୟ ଅଭିନେତା ଓ ଅଭିନେତ୍ରୀମାନଙ୍କ ବିଷୟରେ ବି ଘରେ ବସି ବସି ସବୁ କିଛି ଜାଣି ପାରିବେ । ସେ କେତେବେଳେ କେଉଁଠି କାମ କରୁଛନ୍ତି, କେଉଁ ସବୁ ସିରିଏଲରେ ଓ ଫିଲ୍ମରେ ଅଭିନୟ କରୁଛନ୍ତି । ଆସନ୍ତା ସମୟରେ ସେ କେଉଁ ସବୁ ସିରିଏଲ ଓ ଫିଲ୍ମରେ ନଜର ଆସିବେ ଏହି ସମସ୍ତ ଖବର ଆପଣ ସୋସିଆଲ ମିଡିଆରୁ ଜାଣି ପାରିବେ ।
ଆଜିକାଲି ଦର୍ଶକମାନେ ବି ନିଜର ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ବହୁତ ଉତ୍ସାହିତ ଥାନ୍ତି । ଦର୍ଶକମାନେ ଯାହାକୁ ପସନ୍ଦ କରନ୍ତି ସେମାନେ ନିଜର ପ୍ରିୟ କଳାକାରର ପରିବାର ଓ ସେ କାହାକୁ ବାହା ହେଲେ ଏହି ସବୁ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତି ।
ଅନ୍ୟ ପଟେ କଳାକାରମାନେ ବି ସୋସିଆଲ ମିଡିଆ ଜରିଆରେ ନିଜର ସବୁଠୁ ମୂହୁର୍ତ୍ତର ଖବର ସମସ୍ତଙ୍କୁ ଦେଇଥାନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ତାରିଣୀ ଆଖିର ତାରା ସିରିଏଲର ଅଭିନେତା ଆଶିଷଙ୍କ ବିଷୟରେ କହିବୁ । ଯିଏକି କିଛି ଦିନ ତଳେ ନିର୍ବନ୍ଧ କରିଛନ୍ତି । ଆଜିକାଲି ଅଭିନୟ ଦୁନିଆରେ କାମ କରୁଥିବା ସବୁ କଳାକାର ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହୁଛନ୍ତି ।
ସେମାନେ ନିଜର ସମସ୍ତ ଖବର ସୋସିଆଲ ମିଡିଆ ଜରିଆରେ ନିଜର ଫ୍ୟାନମାନଙ୍କ ନିକଟକୁ ପହଞ୍ଚାଇବାକୁ ଚେଷ୍ଟା କରନ୍ତି । ଯଦି ଆଶିଷଙ୍କ ବିଷୟରେ କହିବା ତେବେ ଆଶିଷ ତାରିଣୀ ଆଖିର ତାରା ସିରିଏଲରେ ଅଭିନୟ କରିନ୍ତି । ଏହି ସିରିଏଲ ତରଙ୍ଗ ଟିଭି ଚ୍ଯାନେଲରେ ପ୍ରସାରିତ ହୁଏ । ଏହା ଦର୍ଶକମାନଙ୍କର ପସନ୍ଦିତା ସିରିଏଲ ମଧ୍ୟରୁ ଗୋଟିଏ ଅଟେ । ଏହି ସିରିଏଲକୁ ଓଡିଶାର ପ୍ରାୟତଃ ଲୋକମାନେ ପସନ୍ଦ କରନ୍ତି ।
ଏହି ସିରିଏଲରେ ନଜର ଆସୁଥିବା ଅଭିନେତା ଆଶିଷ ନିଜର ଜୀବନସାଥିକୁ ଖୋଜି ପାଇ ଯାଇଛନ୍ତି । କୁହାଯାଉଛି କି ତାଙ୍କର ଜୀବନସାଥି ବି ଜଣେ ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ତାଙ୍କର ନିର୍ବନ୍ଧ ସମୟର କିଛି ଫଟୋ ବହୁତ ଭାଇରାଲ ହେଉଛି । ଯେଉଁଥିରେ ଆପଣ ଆଶିଷ ଓ ତାଙ୍କର ଧର୍ମପତ୍ନୀଙ୍କୁ ଦେଖି ପାରିବେ । ଫଟୋରେ ଦୁଇ ଜଣ ବହୁତ ଖୁସି ନଜର ଆସୁଛନ୍ତି । ଏହି ସମୟରେ ଦୁଇ ଜଣଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ ।