ନମସ୍କାର ବନ୍ଧୁଗଣ ତେବେ ଆପଣମାନେ ସମସ୍ତେ ଜାଣିଛନ୍ତି ଆମ ଗହଣରେ ଏବେ ଆଉ ନାହାଁନ୍ତି ସମସ୍ତଙ୍କର ପ୍ରିୟ ଓଡିଶାର ଓଡିଆ ଫିଲ୍ମ ଏବଂ ଆଲବମ ଇଣ୍ଡଷ୍ଟ୍ରି ର ଜଣେ ପ୍ରମୁଖ, ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ର । ତାଙ୍କର ସ୍ୱର ଏତେ ହୃଦୟସ୍ପର୍ଶୀ ଥିଲା ଯେ ସମସ୍ତେ ତାଙ୍କର ସଙ୍ଗୀତର ତାଳରେ ଝୁମି ଯିବାକୁ ଚାହୁଁ ଥିଲେ । ଏକ ଭିନ୍ନ ଅନ୍ଦାଜ ର ସ୍ବରରେ ଗୀତ ଗାଇ ସେ ଲୋକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲେ ।
ତାଙ୍କର ଗାୟିକି ବାସ୍ତବରେ ବେଶ୍ ଚିତ୍ତାକର୍ଷକ ଏବଂ ମନଛୁଆଁ ଅଟେ । ଓଡିଆ ଫିଲ୍ମ ଏବଂ ଆଲବମ ଇଣ୍ଡଷ୍ଟ୍ରି ରେ ସେ ତାଙ୍କର ଏକ ଭିନ୍ନ ଗାୟିକି ଦେଖାଇ ପାରିଥିଲେ । ତେବେ ସେ ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ତାଙ୍କର ଅବଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା । ଆଧୁନିକ ଓଡିଆ ସଙ୍ଗୀତ ପାଇଁ ସେ ବେଶ୍ ଜଣାଶୁଣା ଥିଲେ । ତେବେ କହିବାକୁ ଗଲେ ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଥିଲେ ବହୁ ହିଟ୍ ଗୀତ ।
ଯେଉଁ ସବୁ ଗୀତ ସବୁବେଳେ ସ୍ମରଣୀୟ ହୋଇ ରହିବ । ଯାହା ଲୋକଙ୍କ ମନକୁ ଏତେ ମାତ୍ରାରେ ଛୁଇଁଛି ଯେ ଲୋକେ ଏହାକୁ ଅନେକେ ଥର ଶୁଣିବାକୁ ଭଲ ପାଆନ୍ତି । ତେବେ ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ସେ ଅନେକ ପ୍ରଶଂସା ସାଉଁଟି ଥିଲେ । ତେବେ ଓଡିଶା ର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସେ ଜଣେ ଆଗ ଧାଡ଼ିର ପ୍ରମୁଖ ଗାୟିକା ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ ।
ତାଙ୍କର ଅବଦାନ ଓଡିଆ ଫିଲ୍ମ ଜଗତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ । ତପୁ ମିଶ୍ର ତାଙ୍କର ସଙ୍ଗୀତ କ୍ୟାରିଅର୍ ଅଳ୍ପ ବୟସରୁ ଆରମ୍ଭ କରି ସେ ତାଙ୍କର ଯାତ୍ରା ଆଗକୁ ନେଇଥିଲେ ସଙ୍ଗୀତ ରେ । ସେହି ଦିନରୁ ଆଜି ଯାଏଁ ସେ ଏମିତି ଅନେକ ସୁନ୍ଦର୍ ସୁନ୍ଦର୍ ମନଛୁଆଁ ଗୀତ ସବୁ ଭେଟି ଡେଇଛନ୍ତି । ଏବେ ତାଙ୍କର ଏକ ଗୀତ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି, ଯାହା ତପୁ ମିଶ୍ର ୟୁ ଟ୍ୟୁବ୍ ରେ ଶେଷ ଥର ପାଇଁ ଗାଇଥିଲେ ଏବଂ ସୁଟ କରିଥିଲେ ବୋଲି ଜଣା ପଡିଛି ।
ତେବେ ଏହି ଭିଡିଓ ରେ ତପୁ ଯେଉଁ ଗୀତ ଟି ଗାଉ ଥିବାର ନଜର ଆସିଛନ୍ତି ସେ ଗୀତଟି ହେଉଛି ଏକ ଲୋକପ୍ରିୟ ଓଡ଼ିଆ ଆଲବମ୍ ଗୀତ “କେବେ ଲାଜର ଗହଣା, କେବେ ହସର ଝୁଲଣା” । ତାଙ୍କ ମଧୁର କଣ୍ଠ ରେ ସୁଟ ହୋଇଥିବା ଏହି ଶେଷ ଗୀତ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆପଣ ଥରେ ଏହାକୁ ଶୁଣିବା ପରେ ଜାଣି ପାରିବେ ଯେ ଏହା କେତେ ଶ୍ରୁତି ମଧୁର ହୋଇଛି ଆଉ କେତେ ହୃଦୟସ୍ପର୍ଶୀ ।
କେତେ ଭାବର ସହିତ ସେ ଏହି ଗୀତକୁ ଗାଇଛନ୍ତି ତାହା ଆପଣ ଏଠାରେ ଦେଖିବାକୁ ପାଇବେ । ତେବେ ଆପଣ ମାନେ ଜାଣିଥିବେ କି ଏକ ବର୍ଷ ପୂର୍ବରୁ କରୋନା ରୋଗରେ ଆକ୍ରାନ୍ତ ହୋଇ ତପୁ ମିଶ୍ରଙ୍କର ମୃତ୍ୟୁ ହୋଇଥିଲା ତେବେ ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।