‘ମୁଁ ଯଦି ମରିଯିବି ଏମାନେ କେହି ଠିକସେ ବଞ୍ଚି ପାରିବେନି, ଗୋଟେ ଟୋକା ଆସି କହୁଛି….’ ହଠାତ ଏମିତି କଣ ହେଲା କାନ୍ଦିଲେ Tapaswini, ଦେଖନ୍ତୁ Video

୨ ଦିନ ଘରେ ରହିବା ପରେ ଆଜି ତପସ୍ଵିନୀଙ୍କୁ ତାଙ୍କର ଶଶୁର ଘରୁ ବାହାର କରି ଦିଆ ଯାଇଛି । ଯାହା ବିଷୟରେ ତପସ୍ଵିନୀ ନିଜେ କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ କହିଛନ୍ତି । କହିଦେଉଛୁ କି ୨ – ୩ ଦିନ ହେବ କୋର୍ଟ ଅର୍ଡର ଦେଇଥିଲେ କି ତପସ୍ଵିନୀ ଏବେ ଠାରୁ ନିଜର ଶ୍ଵଶୁର ଘରେ ନିଜ ସ୍ଵାମୀଙ୍କ ସହିତ ରହିବେ । ଏହା ପରେ ସୁମିତଙ୍କ ବାପା କିଛି ସମୟ ନେଇ ଶେଷରେ ତପସ୍ଵିନୀଙ୍କୁ ଘରେ ରହିବା ପାଇଁ ଜାଗା ଦେଇ ଥିଲେ ।

କିନ୍ତୁ ଆଜି ସନ୍ଧ୍ୟା ସମୟରେ ଶୁଣିବାକୁ ମିଳୁଛି କି ତପସ୍ଵିନୀଙ୍କୁ ଘରୁ ବାହାର କରି ଦିଆ ଯାଇଛି । କିନ୍ତୁ ତପସ୍ଵିନୀଙ୍କ ଅନୁସାରେ ଆଜି ଗୋଟିଏ ପୁଅ ଆସି ମୋ ଘରକୁ ତାଲା ପକାଇ ଦେଇ ଚାଲି ଗଲା । ଏହା ପରେ ମୁଁ ଯେତେବେଳେ ଏହା ବିଷୟରେ ପ୍ରଶ୍ନ କରିଲି ତେବେ ସେ କହିଲା କି ଆମେ ତମର ସାମ୍ନା ଘରେ ୭ ଜଣ ପୁଅ ଭଡା ରହୁଛୁ । ସେହି ପୁଅର ନାଁ ବାବୁରାଓ ବୋଲି କୁହାଯାଉଛି ।

ଏହା ପରେ ତପସ୍ଵିନୀ ଆଗକୁ କହିଲେ କି ଏହା ବିଷୟରେ ମୁଁ ସୁରକ୍ଷା ଅଧିକାରୀଙ୍କୁ ଜଣାଇବା ପାଇଁ ତାଙ୍କୁ ଫୋନ କରିଥିଲି । କିନ୍ତୁ ସେ ମୋର ଫୋନ ଉଠାଇଲେ ନାହିଁ । ମୁଁ ବର୍ତ୍ତମାନ ଗଣମାଧ୍ୟମ ଜରିଆରେ ଶୁଣିବାକୁ ପାଇଲି କି ତାଙ୍କ ଓକିଲ କହୁଛନ୍ତି କି ଅର୍ଡରରେ ଲେଖା ହୋଇ ନାହିଁ ଘରେ ରହିବା ପାଇଁ । ୨ ଦିନ ହେବ ଅର୍ଡରରେ ଲେଖା ହୋଇଥିଲା ମୁଁ ଘରେ ରହିବି ।

ଆଜି ସଙ୍ଗେ ସଙ୍ଗେ ବଦଳିଗଲା । ଏହା ପରେ ତପସ୍ଵିନୀ କାନ୍ଦି କାନ୍ଦି କହିଲେ କି ଏହା ମୋ ପ୍ରତି ଅନ୍ୟାୟ ହେଉଛି । ଆଜି ଯଦି ଗୋଟିଏ ଝିଅ ମରିଯିବ ତେବେ କେହି ବି ଠିକସେ ରହି ପାରିବେ ନାହିଁ । ଆପଣ ସମସ୍ତେ ଜାଣି ପାରୁଥିବେ କି ତପସ୍ଵିନୀ କଣ ଓ ପ୍ରମୋଦ ସାହୁ କଣ । ସେମାନେ ସବୁ ମିଶି ମୋ ସହିତ ଖେଳୁଛନ୍ତି ।

କହିବାକୁ ଗଲେ ତପସ୍ଵିନୀ ବର୍ତ୍ତମାନ ପୂରାପୂରି ଭାଙ୍ଗି ପଡିଛନ୍ତି । ସେ ବର୍ତ୍ତମାନ କେବଳ କାନ୍ଦୁଛନ୍ତି । କହିବାକୁ ଗଲେ ଏଠି କେଉଁଠି ନା କେଉଁଠି ସମସ୍ତେ ଲୁଚକାଳି ଖେଳୁଛନ୍ତି ଓ ଏଥିରେ ଜଣା ପଡୁଛି କି କୋର୍ଟର ନିର୍ଦ୍ଦେଶକୁ ବି ଅବମାନନା କରାଯାଉଛି । କହିବାକୁ ଗଲେ ଧୀରେ ଧୀରେ ଏହି କେସ ଲମ୍ବି ଚାଲିଛି ।

Leave a Reply

Your email address will not be published. Required fields are marked *