କୌଣସି ମୁହୂର୍ତ୍ତରେ ବି ପ୍ରମୋଦ ସାହୁଙ୍କ ଘରୁ Tapaswini ଙ୍କୁ ଉଠେଇ ନେଇପାରେ ପୋଲିସ, ହେଲେ କାହିଁକି ?

ନମସ୍କାର ବନ୍ଧୁଗଣ ତେବେ ଦିନ ପରେ ଦିନ ଗଡ଼ୁଛି । ମାମଲା ଉପରେ ମାମଲା ହେଉଛି । ପିଟିସନ ଉପରେ ପିଟିସନ ବି ଦାଖଲ ହେଉଛି । କିନ୍ତୁ ସମାଧାନର ବାଟ ଫିଟୁନି । ମାସେରୁ ଅଧିକ ଦିନ ହେବ ତପସ୍ୱିନୀସୁମିତ ବିବାଦ ଲାଗି ରହିଥିବା ବେଳେ ଫିଟି ପାରୁନି ସମାଧାନର ବାଟ । ଆଉ ଏବେ ତପସ୍ୱିନୀଙ୍କୁ ଝଟକା ଦେଇଛନ୍ତି କୋର୍ଟ । ତେବେ ସ୍ୱାମୀ ଅବହେଳିତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିବା ବେଳେଶ୍ୱଶୁର ଘରେ ରହିବା ନିମନ୍ତେ ଅନୁମତି ଦେବାକୁ ତପସ୍ୱିନୀ ଗତ ୧୭  ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟରେ ପିଟିସିନ ପକାଇଥିଲେ ।


ହେଲେ ଏହାକୁ ଏସ୍‌ଡିଜେଏମ୍‌ କୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ତପସ୍ୱିନୀଙ୍କୁ ଶକ୍ତ ଧକ୍କା ଲାଗିଛି । ତେବେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଜିଲ୍ଲା ଜଜ୍‌ କୋର୍ଟରେ ଆବେଦନ କରିଛନ୍ତି । ଦୀପକ ପଟ୍ଟନାୟକ କହିଛନ୍ତି, ତପସ୍ୱିନୀଙ୍କୁ ଘର ଭଡ଼ା ନେଇ ରଖିବା ସହ ତାଙ୍କର ସମସ୍ତ ଦାୟିତ୍ୱ ତୁଲାଇବା ନିମନ୍ତେ ଗତ ୯ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟ ଡାକ୍ତର ସୁମିତଙ୍କୁ ଆଦେଶ ଦେଇଥିଲେ ।

କିନ୍ତୁ ୧୦ ତାରିଖରେ ସୁମିତ ପତ୍ନୀଙ୍କୁ ଅବହେଳିତ ଅବସ୍ଥାରେ ଆସିକା ଚିନି କଳ ଗେଷ୍ଟ ହାଉସ୍‌ରେ ଛାଡ଼ି ପଳାଇଥିଲେ । ଏନେଇ ୧୩ ତାରିଖରେ ତପସ୍ୱିନୀ ଆସିକା ଥାନାରେ ସ୍ୱାମୀ ନିଖୋଜ ନେଇ ଅଭିଯୋଗ କଲେ । କିନ୍ତୁ ପୋଲିସ୍‌ କୌଣସି ପଦକ୍ଷେପ ଗ୍ରହଣ କଲାନି । ତେବେ ଏହାପରେ ୧୭ ତାରିଖରେ ଆଉ ଏକ ପିଟିସନ ଫାଇଲା କରି ତପସ୍ୱିନୀ ଶ୍ୱଶୁର ଘରେ ରହିବାକୁ ଅନୁମତି ମାଗିଥିଲେ ।


ଏସ୍‌ଡିଜେଏମ୍‌ କୋର୍ଟ ଏହାକୁ ଖାରଜ କରି ପୁରୁଣା ଆଦେଶ ଦୋହରାଇଥିଲେ, ଯେଉଁଥିରେ ଡାକ୍ତର ସୁମିତିଙ୍କୁ ତପସ୍ୱିନୀଙ୍କ ଦାୟିତ୍ୱ ନେବାକୁ କୁହାଯାଇଛି । କିନ୍ତୁ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଆଦେଶକୁ ଡାକ୍ତର ସୁମିତ ଅବମାନନା କରି ଆସୁଛନ୍ତି । ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀ ଜିଲ୍ଲା ଜଜ୍‌ କୋର୍ଟରେ ଅପିଲ୍ କରିଥିବା ବେଳେ ସୁମିତ ମଧ୍ୟ ଜିଲ୍ଲା ଜଜ୍‌ କୋର୍ଟରେ ପିଟିସନ ଫାଇଲ କରିଛନ୍ତି । ଆସନ୍ତା ୨୭ ତାରିଖରେ ଉଭୟ ପକ୍ଷଙ୍କ ଶୁଣାଣି ରହିଛି ।


ତେବେ ଆପଣ ମାନେ ତ ଜାଣିଥିବେ କି କିଛି ମହିଳା ମାନେ ମିଶି କରି ମେନ ଗେଟ କୁ ଭାଙ୍ଗି ତପସ୍ୱିନୀ କୁ ଦାଣ୍ଡ ରୁ ଆଣି ପିଣ୍ଡା ରେ ବସାଇ ଥିଲେ ତେବେ କଣ କୋର୍ଟର ଏହି ନିଷ୍ପତ୍ତି ପରେ ଫୁଣି ଥରେ ତପସ୍ୱିନୀ ପିଣ୍ଡା ଦାଣ୍ଡ କୁ ଆସିଯିବେ କାରଣ କୋର୍ଟ ତାଙ୍କୁ ସୁମିତ ଙ୍କ ଘରେ ରହିବା ପାଇଁ ଅନୁମତି ପ୍ରଦାନ କରି ନାହାନ୍ତି । ତେବେ କଣ ପୋଲିସ ଆସି ତପସ୍ୱିନୀ ଙ୍କୁ ଉଠାଇ ନେବ ସୁମିତ ଙ୍କ ଘରୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *