ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ତପସ୍ବିନୀ ଙ୍କୁ ଆଶୀର୍ବାଦ ଦେଲେ ଶ୍ବଶୁର ପ୍ରମୋଦ ସାହୁ । ଏହି ଭିଡିଓ ମାଧ୍ୟମରେ ଆପଣ ମାନେ ଦେଖି ପାରୁଥିବେ ଯେ, ତପସ୍ବିନୀ କୁ ଆଶୀର୍ବାଦ ଦେଇଛନ୍ତି ସୁମିତ ଙ୍କ ବାପା ପ୍ରମୋଦ ସାହୁ । ଶ୍ବଶୁର ଙ୍କ ଅଭିମାନ ଏବେ ଶାନ୍ତ ପଡ଼ି ଯାଇଛି । ବୋହୁ ପ୍ରତି ବଢ଼ି ଯାଇଛି ସ୍ନେହ ଓ ଶ୍ରଦ୍ଧା । ଏବେ ସେ କେବଳ ସୁମିତ ଙ୍କ ବାପା ନୁହନ୍ତି । ତପସ୍ବିନୀ ଙ୍କ ପାଇଁ ମଧ୍ୟ ବାପା ଅଟନ୍ତି ।
ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ ଯେ, ତପସ୍ବିନୀ ନିଜ ଶ୍ବଶୁର ପ୍ରମୋଦ ସାହୁ ଙ୍କୁ ମୁଣ୍ଡିଆ ମାରୁଛନ୍ତି । କିନ୍ତୁ ଏଥର ସେ ମୁହଁ ବୁଲାଇ ଦେଇ ନାହାନ୍ତି । ବରଂ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି । ତପସ୍ବିନୀ ଙ୍କୁ ବୋହୁ ରୂପରେ ଗ୍ରହଣ କରିବା ନିମନ୍ତେ ସେ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ଥିବାର ଦେଖିବାକୁ ମିଳିଛି ।
ପ୍ରମୋଦ ସାହୁ ମଧ୍ୟ କହିଛନ୍ତି ଯେ, ତପସ୍ବିନୀ ଙ୍କୁ ବୋହୁ ରୂପରେ ଗ୍ରହଣ କରିବାରେ ତାଙ୍କର କୌଣସି ଦ୍ୱନ୍ଦ ନାହିଁ । କିନ୍ତୁ ସେ ତାଙ୍କ ପୁଅ ଉପରେ ନିର୍ଭର କରୁଛନ୍ତି । ସୁମିତ ହିଁ ଏହା ଉପରେ ନିଷ୍ପତ୍ତି ନେବେ । ଏହି ଦୃଶ୍ୟ ଦେଖିଲେ ଲାଗୁଛି ଯେ ପ୍ରମୋଦ ମଧ୍ୟସ୍ଥ କେନ୍ଦ୍ର ଆସିଥିଲେ ନିଜ ପୁଅ ଓ ବୋହୁ କୁ ମିଶାଇ ଦେବା ପାଇଁ । ଏଠାରେ ଆମେ କହିବାକୁ ଚାହିଁବୁ ଯେ, ବିଗତ କିଛି ମାସ ହେଲା ଯେବେଠାରୁ ତପସ୍ବିନୀ ସୁମିତ ଙ୍କ ଘରେ ରହିଲେ ସେବେଠାରୁ ପ୍ରମୋଦ ବାବୁ ଆଉ ଘରକୁ ଯାଇ ନାହାନ୍ତି ।
ବାହାରେ ଦିନ କାଟୁଥିଲେ ପ୍ରମୋଦ ସାହୁ । ଅଭିମାନ ଥିଲା ଅଥବା ରାଗ ଥିଲା ତାହା ଜଣା ନାହିଁ । କିନ୍ତୁ ଆଜି ପ୍ରମୋଦ ବାବୁ ତପସ୍ବିନୀ ଙ୍କୁ ଆଶୀର୍ବାଦ କରି ଏହା ପ୍ରମାଣ କରି ଦେଲେ ଯେ, ତାଙ୍କ ହୃଦୟ ରେ ତପସ୍ୱିନୀ ଆଜି ବି ନିଜ ଝିଅ ଭଳି ରହିଛି । ସୁମିତ ଓ ତପସ୍ବିନୀ ବହୁତ ଥର ଏହି ମଧ୍ୟସ୍ଥ କେନ୍ଦ୍ର କୁ ଦୌଡ଼ି ଥିଲେ । କିନ୍ତୁ କୌଣସି ଫଳ ଦେଖା ଦେଇ ନଥିଲା । ଏହାପରେ ଦୁଇ ପରିବାର କୁ ଡକା ଯାଇଥିଲା ।
ଯେଉଁଠି ପହଞ୍ଚି ଥିଲେ ପ୍ରମୋଦ ସାହୁ ଓ ତପସ୍ବିନୀ ଙ୍କ ବାପା । ଯେଉଁଠି ତପସ୍ବିନୀ ନିଜ ଶ୍ୱଶୁର ପ୍ରମୋଦ ସାହୁ ଙ୍କୁ ପାଦ ଛୁଇଁ ପ୍ରଣାମ କରିଥିଲେ ଏବଂ ଏହା ବଦଳରେ ତାଙ୍କୁ ନିଜ ଶ୍ବଶୁର ଙ୍କ ଠାରୁ ମିଳିଥିଲା ଆଶୀର୍ବାଦ । ତେବେ ଏହି ଭିଡିଓ ଦେଖି ଲାଗୁଛି ଯେ, ବୋଧହୁଏ ତପସ୍ୱିନୀ ଙ୍କୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଶୀଘ୍ର ଗଢ଼ି ହେବାକୁ ଯାଉଛି ବୋଧହୁଏ ତାଙ୍କ ସୁନା ର ସଂସାର ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।