Tapaswini ଙ୍କ ପ୍ରତି ଅନ୍ୟାୟ ଦେଖି ରାଗିଗଲେ ପଡୋଶୀ, ମିଡିଆ ଆଗରେ ଯାହା କହିଲେ ଶୁଣି ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପୁଣି ଚର୍ଚ୍ଚାରେ ତପସ୍ୱିନୀ । ଶାଶୂଘର ଦୁଆରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ଆଉ ଯାହାକୁ ନେଇ ଏବେ ସାରା ରାଜ୍ୟରେ ବେଶ୍‌ ଚର୍ଚ୍ଚା ଚାଲିଛି । ଚର୍ଚ୍ଚା ଏଇଥି ପାଇଁ ହେଉଛି ଯେ, କାରଣ କୋର୍ଟଙ୍କ ରାୟକୁ ନମାନି ସୁମିତ କେଉଁ ଆଡ଼େ ଯାଇଛନ୍ତି ତାହା ପୁଣି ତପସ୍ୱିନୀଙ୍କ ଅଜ୍ଞାତରେ । ତେଣୁ ତାଙ୍କୁ ଖୋଜି ନପାଇ ବାରମ୍ବାର ଅଭିଯୋଗ କରିଛନ୍ତି ତପସ୍ୱନୀ । କିନ୍ତୁ ଏବେ ପୁଣି ଥରେ ଶାଶୁଘର ସାମ୍ନାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଛି ।

ଏମିତିକି କାଲି ଘର ନଖୋଲିଲେ ଠେଲିକି କବାଟ ଭାଙ୍ଗିବେ ଓ ସୁମିତଙ୍କୁ ବାହାରକୁ ଘୋଷାରି ଆଣିବେ ବୋଲି ଉତ୍ୟକ୍ତ ମହିଳାମାନେ କହିଛନ୍ତି । ତେବେ ସ୍ଥାନୀୟ ଲୋକ ଆଜି ଏକତ୍ରୀତ ହୋଇ ଶାଶୂ ଘର ସାମ୍ନାରେ ପାଟିତୁଣ୍ଡ କରିବା ସହ ଶାଶୂ-ଶ୍ୱଶୁରଙ୍କର ବିବେକ ନଥିବା କହିଛନ୍ତି । ଏହାସହ ପୁଅ ଡାକିଆଣି ଘରେ ଲୁଚାଇ ରଖିଛନ୍ତି ଶାଶୂ-ଶ୍ୱଶୁର । ଯଦି କଣ ଅସୁବିଧା ହୋଇଛି ତେବେ ତାହାକୁ ଘର ଭିତରେ ସମାଧାନ କରିବ ନା ବାହାରେ ଯାତ୍ରା କରିବ ବୋଲି ଜଣେ ମହିଳା କହିଛନ୍ତି ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି କି ସିଏ ତା’ ଘରର ବୋହୂ ସିନା ଆମ ଘରର ଝିଅ । ତା ଶାଶୂ ଶ୍ୱଶୁରଙ୍କର ବିବେକ ନାହିଁ? ମାସେ ହେଲା ବୋହୂଟେ ଆସିକି ଦାଣ୍ଡରେ ବସିଛି? ଆମେ ଦେହ ସହୁନି, ଆମେ ପଳେଇ ଆସୁଛୁ, ସେ ବୋପା ମା କେମିତିକା? ଆମକୁ ଦେଖିକି କଷ୍ଟ ଲାଗୁଛି କିନ୍ତୁ ଏମାନେ କେମିତିକା ଲୋକ ଆମେ ବୁଝିପାରୁନି । ଏମାନଙ୍କ ମୁଣ୍ଡରେ ଦହି ବି ନାହିଁ ବୋଲି ଉତ୍ୟକ୍ତ ମହିଳାମାନେ କହିଛନ୍ତି ।

ଠିକ ସେହିପରି କହିଛନ୍ତି କି ତୁମେ ଯଦି ଭଲ ପାଇକି ବାହା ହେଲ ତେବେ ଅଧିକ କ୍ଲୋଜ ହୋଇକି ରହିବା କଥା । କିନ୍ତୁ ତାହା ହେଉନାହିଁ । ସେ ପିଲା ତା’ ବାପା କଥାରେ ପରିଚାଳିତ ହେଉଛି । ତେଣୁ ଅସୁବିଧା ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ତପସ୍ୱିନୀଙ୍କ କଥାରୁ ଜଣାପଡ଼ୁଛି ଏ ପିଲା ପୂରା ପରିବାର କଥାରେ ପରିଚାଳିତ ହୋଉଛି । ଏହାସହ ଯିଏ ରାସ୍ତାରେ ବୁଲି ଜରି ଗୋଟାଉଛି ସେ ବି ନିଜ ସ୍ତ୍ରୀ ପାଖକୁ କେମିତି ଯିବ ଚିନ୍ତା କରୁଛି ।


ଏ ଡାକ୍ତର ହୋଇ ମୁର୍ଖ ଭଳି କାମ କରୁଥିବା ତପସ୍ୱିନୀଙ୍କ ଘର ପାଖରେ ଏକାଠି ହୋଇଥିବା ମହିଳାମାନେ କହିଛନ୍ତି । ଏଠି ନିଶ୍ଚିତ ପଇସା କାରବାର ହୋଇଛି । ନହେଲେ ଗୋଟେ ମାସ ହେଲାଣି ଝିଅ ଦାଣ୍ଡରେ ବସିଛି ଏମାନେ ତାକୁ ଘରକୁ ନେଉନାହାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *