Tapaswini ଙ୍କ ପାଇଁ ଏବେ ଟାର୍ଗେଟରେ ଅଛନ୍ତି ସମାଜସେବୀ Pramila Tripathy, ଏମିତି କରାଯାଉଛି ହଇରାଣ, ଏ ନେଇ କଣ କହିଲୀ ପ୍ରମିଳା ତ୍ରିପାଠୀ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ନିଜ ସ୍ବାମୀଙ୍କ ସହ ଶଶୁର ଘରେ ରହିବାର ଅଧିକାର ଦାବି କରି ୧୧ ଦିନ ଧାରଣାରେ ବସିବା ପରେ କୋର୍ଟଙ୍କ ପରାମର୍ଶ ଅନୁସାରେ ସ୍ୱାମୀଙ୍କ ସହିତ ସପ୍ତାହେ ଏକାଠି ବିତାଇସାରିଛନ୍ତି ତପସ୍ବିନୀ ଦାଶ । ଗୁରୁବାର ଦିନ ସପ୍ତାହେ ସରୁଥିବାରୁ ଏବେ ବ୍ରହ୍ମପୁର ଏସ୍‌.ଡି.ଜେ.ଏମ୍‌. କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ଏହାକୁ ଏବେ ଅପେକ୍ଷା କରିଛନ୍ତି ଉଭୟଙ୍କ ପରିବାର ସହିତ ବ୍ରହ୍ମପୁର ସହରବାସୀ ।

ତେବେ ସ୍ବାମୀ ଡଃ ସୁମିତ କୁମାର ସାହୁଙ୍କ ସହ ଶଶୁର ଘରକୁ ଯିବା ନେଇ ତପସ୍ବିନୀ ଦୀର୍ଘ ୧୧ ଦିନ ଧରି ବ୍ରହ୍ମାନଗରରେ ଥିବା ସୁମିତଙ୍କ ଘର ସମ୍ମଖରେ ଧାରଣା ଦେଇଥିଲେ । ତା’ ପରେ ସେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀଙ୍କ ଜରିଆରେ ଏକ ପିଟିସନ୍‌ କୋର୍ଟରେ ଦାଖଲ କରିଥିଲେ । ଏହି ମାମଲାର ଶୁଣାଣୀ କରି ସାତ ଦିନ ଧରି ଆସିକା ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଉଭୟ ତପସ୍ବିନୀ ଓ ସୁମିତ ଏକାଠି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଗୁରୁବାର ଦିନ ସପ୍ତାହକର ସମୟ ସୀମା ଶେଷ ହେଉଥିବାରୁ ଉଭୟଙ୍କ ମଧ୍ୟରେ କିଭଳି ରହିଛି ସମ୍ପର୍କ ସେ ନେଇ ଆସ୍କା ଥାନା ଅଧିକାରୀ ଓ ସୁରକ୍ଷା ଅଧିକାରୀ କୋର୍ଟରେ ରିପୋର୍ଟ ଦାଖଲ କରିବେ । ଏହି ରିପୋର୍ଟକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ । ତପସ୍ୱିନୀ ଙ୍କୁ ଏହି ଆନ୍ଦୋଳନ ରେ ଅନେକ ଲୋକ ସହଯୋଗ କରିଥିଲେ ତାଙ୍କର ସାଥ ଦେଇଥିଲେ । ତେବେ ତପସ୍ବିନୀଙ୍କ ଧାରଣାକୁ ସମର୍ଥନ କରି ବ୍ରହ୍ମପୁରର ସମାଜ ସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଦୀର୍ଘ ୧୧ ଦିନ ଧରି ତାଙ୍କ ସହ ଧାରଣାରେ ବସିଥିଲେ ।

ଯାହା ଯୋଗୁଁ ବର୍ତ୍ତମାନ ତାଙ୍କୁ ଟାର୍ଗେଟ କରାଯାଉଛି । ତେବେ କଥା ହେଉଛି କି ୮ ତାରିଖ ରେ ବ୍ରହ୍ମପୁର ଗୌଡ଼ବନ୍ଧ ସାହି ରେ ବସ୍ତି ଉଛେଦ କରାଯାଇଥିଲା ଯେଉଁଥିରେ କି ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କର ୩୦୦ ଡ଼ିସିମିଲ ଜାଗା ରହିଛି I ବିଏମ୍ସି ପ୍ରସାଶନ ଏବଂ ବସ୍ତି ଵାଲା ଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଥିବା ବେଳେ ପ୍ରସାଶନ ବିରୁଦ୍ଧରେ ମୁଂହ ଖୋଲିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ I


ପ୍ରମିଳା କହିଛନ୍ତି ଯେ ସେ ଯେହେତୁ ତପସ୍ୱିନୀ ଙ୍କୁ ନ୍ୟାୟ ଦେବାକୁ ଧାରଣା ରେ ବସିଥିଲେ ସେଥିପାଇଁ ତାଙ୍କୁ ଧମକ ଦିଆଯାଉଥିଲା ଏବଂ ଶେଷରେ ଧାରଣା ସ୍ଥଳ ରୁ ପ୍ରମିଳା ଙ୍କୁ ହଟେଇ ନପାରି ପ୍ରତିଶୋଧ ନେବାକୁ ତାଙ୍କ ଘର ଉଛେଦ କରିବାକୁ ଆସିଛନ୍ତି I ତେବେ ପ୍ରମିଳା କହିଛନ୍ତି କି ତାଙ୍କର ୩୦୦ ଡ଼ିସିମିଲ ଜାଗା ରହିଛି ଯାହାକୁ ନେଇ କୋର୍ଟ ରେ କେସ ବିଚାରଧୀନ ଚାଲିଛି I

୬ ବର୍ଷ ଧରି କେସ ଚାଲିଥିବା ବେଳେ ଅଚାନକ ଏଭଳି ଉଛେଦ କାହା ସ୍ୱାର୍ଥରେ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି I ଏହି ଜାଗାରେ ସେ ନାବାଳିକା , ବୃଦ୍ଧା ବୃଦ୍ଧ ଙ୍କ ପାଇଁ ଘର କରିଛନ୍ତି । ତେବେ ଏହି ଲେଖା ଉପରେ କଣ ମତ ଏବଂ କଣ ପ୍ରଶ୍ନ ରହିଛି ନିଶ୍ଚିତ ଭାବରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *