‘ପ୍ରହସନ ବନ୍ଦ୍ କରନ୍ତୁ Tapaswini, ସୁମିତଙ୍କୁ ବହୁତ୍ ବାଧୁଛି !’ Tapaswini ଙ୍କ କଥାର ଜବାବ ଦେଇ ଶୁଣନ୍ତୁ ଆଉ କଣ କହୁଛନ୍ତି Sumit ଙ୍କ ଓକିଲ, ଦେଖନ୍ତୁ Video

ବନ୍ଧୁଗଣ ପ୍ରତିଦିନ ତପସ୍ଵିନୀ ଓ ସୁମିତଙ୍କ ମାମଲାକୁ ନେଇ କିଛି ଚାଞ୍ଚଲ୍ୟକାର ଖବର ଆସୁଛି । କୋର୍ଟ ଉଭୟ ତପସ୍ଵିନୀ ଓ ସୁମିତଙ୍କୁ ଗୋଟିଏ ଘରେ ୭ ଦିନ ପର୍ଯ୍ୟନ୍ତ ରହି ବୁଝାବଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କିଛି ଦିନ ତପସ୍ଵିନୀଙ୍କ ସହ ସୁମିତ ରହିବା ପରେ ଗତ କିଛି ଦିନ ତଳେ ସୁମିତ କାହାକୁ କିଛି ନଜଣାଇ ଚମ୍ପଟ ମାରିଥିଲେ । ତେବେ ସୁମିତ ଚମ୍ପଟ ମାରିବା ପରେ ତପସ୍ଵିନୀ କୋର୍ଟର ଦ୍ଵାରସ୍ତ ହୋଇ ପିଟିସନ ଦାଖଲ କରିଛନ୍ତି ।

ଅନ୍ୟ ପକ୍ଷରେ ସୁମିତଙ୍କର କୌଣସି ଖୋଜ ଖବର ମିଳୁ ନାହିଁ । ହେଲେ ସୁମିତଙ୍କ ଓକିଲ ଆସି କହିଥିଲେ ସୁମିତଙ୍କର ଶରୀର ଅସୁସ୍ଥ ଥିବାରୁ ସେ ତାଙ୍କ ସାଙ୍ଗଙ୍କ ଘରେ ଅଛନ୍ତି । ବନ୍ଧୁଗଣ ସୁମିତ ଚମ୍ପଟ ମାରିବା ପରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ଅନେକ ବୟାନ ଦେଇଛନ୍ତି ତେବେ ଏବେ ସୁମିତଙ୍କ ଓକିଲ ଗଣମାଧ୍ୟମଙ୍କ ସହ କଥା ହୋଇ ସମସ୍ତ କଥା କ୍ଲିୟର କରିଛନ୍ତି ଯାହାର ଅଡିଓ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି ।

ବନ୍ଧୁଗଣ ସୁମିତଙ୍କ ଓକିଲ କଣ ସବୁ ସେହି ଅଡିଓ କଲ୍ ରେ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ସୁମିତଙ୍କ ଓକିଲ ଅଡିଓ କଲ୍ ରେ କହିଛନ୍ତି-‘ତପସ୍ଵିନୀ ନିଜ ସ୍ଵାମୀଙ୍କ ବିରୋଧରେ ଗୋଟେ ପରେ ଗୋଟେ ଅଭିଯୋଗ ଆଣି ଚାଲିଛନ୍ତି । ସେ ତାଙ୍କ ସ୍ଵାମୀଙ୍କ ବିରୋଧରେ ପ୍ରଥମେ ୪୯୮ କେସ ଦେଇଥିଲେ ତା ପରେ ସେ ଲଗାତାର ଅଭିଯୋଗ ଦେଇ ଚାଲିଛନ୍ତି’ ।

ଆଗକୁ ତାଙ୍କ ଓକିଲ କହିଛନ୍ତି-‘ତପସ୍ଵିନୀ କହିଥିଲେ ସୁମିତଙ୍କ ବାପା ମା ପ୍ରେମ ବିବାହ କରିଛନ୍ତି ତା ହେଲେ ସେ ତାଙ୍କ ପୁଅର ପ୍ରେମକୁ କାହିଁକି ଗ୍ରହଣ କରୁ ନାହାନ୍ତି । ମୋର କହିବା କଥା ତାଙ୍କ ବାପା ମା ପ୍ରେମ ବିବାହ କରିଥିଲେ ହେଲେ ସୁମିତଙ୍କ ମା ତାଙ୍କ ବାପା ବିରୋଧରେ ୪୯୮ କେସ ଦେଇନଥିଲେ । ସୁମିତ ତପସ୍ଵିନୀଙ୍କ ସହ ସୁଖରେ ଜୀବନ ବିତାଇବା ପାଇଁ ବିବାହ କରିଥିଲେ ହେଲେ ସୁଖଟା ଦୁଃଖରେ ପାଲଟିଗଲା ତେଣୁ ସୁମିତ ନିଜ ସ୍ତ୍ରୀ ତପସ୍ଵିନୀଙ୍କୁ ରଖିବା ପାଇଁ ନାରାଜ’ ।

ଆଗକୁ ତାଙ୍କ ଓକିଲ କହିଛନ୍ତି-‘ତପସ୍ଵିନୀ ବାରମ୍ବାର କହୁଛନ୍ତି ସୁମିତଙ୍କ ମୋବାଇଲ ଅଫ ଅଛି ହେଲେ ଏହା ମିଛ କଥା ସୁମିତଙ୍କ ମୋବାଇଲ ଅନ୍ ଅଛି ହେଲେ କେତେବେଳେ ଫୋନରେ ଚାର୍ଜ ନଥିବା ବା କିଛି ଅସୁବିଧା ହୋଇଥିବ ସେତେବେଳେ ତାଙ୍କ ଫୋନ ଅଫ ରହେ । ସୁମିତ ଏବେ ମାନସିକ ଚିନ୍ତାରେ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବହୁତ ଖରାପ ଅଛି । ଦେଖନ୍ତୁ ତାଙ୍କୁ ମାନସିକ ଚାପ ଦିଆ ଯାଉଛି ବାରମ୍ବାର ତାଙ୍କର ଓ ତାଙ୍କ ପରିବାରର ମାନ ହାନି ହେଉଛି ।

ତପସ୍ଵିନୀଙ୍କ ପ୍ରହସନ ଦେଖି ସୁମିତଙ୍କୁ ବହୁତ ବାଧୁଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁମିତଙ୍କ ଓକିଲ ଏହି ମାମଲା ବିଷୟରେ ସମସ୍ତ କଥା କ୍ଲିୟର କରିଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *