Tapaswini ଭାଇରାଲ କଲେ ଭୃଣହତ୍ୟା ବେଳର Photo ‘ସୋସିଆଲ ମ୍ୟାରେଜ ହେଇନି, ଛୁଆ ହେଲେ ଇଜ୍ଜତ ଯିବ, ସେଥିପାଇଁ…’

ନମସ୍କାର ବନ୍ଧୁଗଣ ତେବେ ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ତୁଟୁ ନଥିବା ବେଳେ ଦିନକୁ ଦିନ ଏଥିରେ ଯୋଡ଼ି ହେଉଛି ନୂଆ କଥା ।  ଭିଡିଓ ଭାଇରାଲ ହେବା ପରେ ଏବେ ସେମାନଙ୍କର କିଛି ଫଟୋ ଭାଇରାଲ୍ ହେଉଛି । ଏହି ଫଟୋ ଗୁଡ଼ିକରେ ଦେଖିବାକୁ ମିଳିଛି ଯେ ତପସ୍ୱିନୀ ଅସୁସ୍ଥ ଅଛନ୍ତି । ତାଙ୍କ ଦେହରେ ସାଲାଇନ୍ ଲାଗିଛି । ସାଲାଇନ୍ ଧରି ତାଙ୍କ ପାଖରେ ବସିଛନ୍ତି ଡାକ୍ତର ସୁମିତ ।

ତପସ୍ୱିନୀଙ୍କ ସୂଚନା ଅନୁଯାୟୀ, ଏହି ଫଟୋଗୁଡ଼ିକ ତାଙ୍କ ଆବୋର୍‌ସନ୍ ବେଳର, ଯାହା ତାଙ୍କ ବିନା ଅନୁମତିରେ କରାଯାଇଥିଲା । ସେ କହିଛନ୍ତି, ସେଗୁଡ଼ିକ ମୋର ଆବୋର୍‌ସନ୍ ବେଳର ଫଟୋ । ଘରେ ହିଁ ଆବୋର୍‌ସନ୍ କରାଯାଇଥିଲା । ମୋ ସ୍ୱାମୀ ଡାକ୍ତର ସୁମିତ ନିଜେ ଆବୋର୍‌ସନ୍ କରିଥିଲେ । ଏହା ୨୦୨୦ ନଭେମ୍ବର/ଡିସେମ୍ବର ବେଳର କଥା ।

ତେବେ ତପସ୍ୱିନୀ ଆହୁରି କହିଛନ୍ତି, ଆବୋର୍‌ସନ୍ ନେଇ ସେ ଡାକ୍ତର ସୁମିତ ମୋତେ କିଛି କହି ନଥିଲେ । ମୋର ମାଇଗ୍ରେସ୍ ଅଛି ବୋଲି କହି ବଟିକା ଦେଇ ଆବୋରସନ୍‌ କରିଥିଲେ । ପରେ ମୁଁ ଜାଣିଲି ଯେ ମୋର ଆବୋର୍‌ସନ୍ ହୋଇଛି । ଆବୋର୍‌ସନ୍ ପରଠୁ ମୋର ବହୁତ ଦେହ ଖରାପ ହୋଇଥିଲା । ସେତେବେଳେ ମୋତେ ଘରେ ରଖି ଚିକିତ୍ସା କରୁଥିଲେ । ଆଉ ଏସବୁ ସେହି ସମୟର ଫଟୋ ।

ଏହି ଫଟୋ ଗୁଡ଼ିକ ଭାଇରାଲ ହେବା ପରେ ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ ଏହା ଭ୍ରୂଣ ହତ୍ୟା ନୁହେଁ ତ ଆଉ କ’ଣ । ସେମାନଙ୍କୁ ଗିରଫ କରାଯିବା ଦରକାର ।
ଅନ୍ୟପକ୍ଷରେ ସୁମିତଙ୍କ ପକ୍ଷରୁ ଦାଏର ପିଟିସନ୍‌କୁ ଖାରଜ କରି ଦେଇଛନ୍ତି କୋର୍ଟ । କାଗଜାତ ସଂଗ୍ରହ ପାଇଁ ୧୫ ଦିନ ସମୟ ମାଗି ପିଟିସନ କରିଥିଲେ ସୁମିତ । ତେବେ ତାଙ୍କ ପିଟିସନ ଖାରଜ କରି ତପସ୍ୱିନୀଙ୍କ ପିଟିସନର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଶ୍ୱଶୁର ଘରେ ରହିବା ଲାଗି ବ୍ୟବସ୍ଥା କରିବାକୁ ପିଟିସନ୍ କରିଛନ୍ତି ତପସ୍ୱିନୀ । ତେବେ ସୂଚନାଯୋଗ୍ୟ, ତପସ୍ୱିନୀ ବ୍ରହ୍ମପୁରରେ ତାଙ୍କ ଶ୍ୱଶୁରଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ତାଙ୍କ ସହିତ ସମାଜସେବୀ ପ୍ରମିଳା ତ୍ରିପାଠୀ ବି ଅଛନ୍ତି । ତପସ୍ୱିନୀ ସେଠାରେ କାଠଚୁଲିରେ ରୋଷେଇ କରି ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ସେ କହିଛନ୍ତି କି ଯେପର୍ଯ୍ୟନ୍ତ ତାଙ୍କ ସ୍ୱାମୀ ଏବଂ ଶାଶୂ ଘର ଲୋକେ ଯେପର୍ଯ୍ୟନ୍ତ ତାଙ୍କୁ ଘରକୁ ନେଇ ନାହାଁନ୍ତି ସେପର୍ଯ୍ୟନ୍ତ ସେ ଏହିଠାରେ ବସି ରହିବେ ।

ଯେପର୍ଯ୍ୟନ୍ତ ନ୍ୟାୟ ମିଳୁ ନାହିଁ ସେ ପର୍ଯ୍ୟନ୍ତ ସେ ଲଢ଼ିବେ ବୋଲି ଗଣମାଧ୍ୟମରେ ଜଣାଇ ଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *