7 ଦିନ ଏକାଠି ରହିବା ପରେ ଏମିତି କଣ ହେଲା କି ମେଡିକାଲ ଯାଉଛି କହି ସ୍ତ୍ରୀ Tapaswini ଙ୍କୁ ଛାଡି ଫେରାର ହେଲେ Sumit, କଣ ପୁଣି ଉଭୟଙ୍କ ସମ୍ପର୍କରେ ଆସିଲା ଫାଟ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ତପସ୍ଵିନୀ ଓ ସୁମିତ କେସ ବିଷୟରେ ବେସ ଭଲ ଭାବରେ ଜଣାଇଥିବେ । ବର୍ତ୍ତମାନ ଏହି କେସକୁ ନେଇ ପୁଣି ଏକ ଚାଞ୍ଚଲ୍ୟ ଖବର ସାମ୍ନାକୁ ଆସିଛି ଫେରାର ମାରିଲେ ସ୍ଵାମୀ ସୁମିତ । ତେବେ ଆଜି ସକାଳୁ ସୁମିତ କୁଆଡେ ଚମ୍ପଟ ମାରିଛନ୍ତି । ବନ୍ଧୁଗଣ ଏହି ଖବରଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଗତ କିଛି ଦିନ ତଳେ ପତ୍ନୀ ତପସ୍ଵିନୀ ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇ ବସି ରହିଥିଲେ । ତପସ୍ଵିନୀ ନିଜ ଶାଶୁ ଘର ଲୋକଙ୍କ ବିରୋଧରେ ସଙ୍ଘିନ ଅଭିଯୋଗ ଆଣିଥିଲେ । ଅନେକ ଦିନ ଧରି ଧାରଣା ଦେବା ପରେ କୋର୍ଟଙ୍କ ନିଷ୍ପତ୍ତିକୁ ଚାହିଁ ରହିଥିଲେ ତପସ୍ଵିନୀ । କୋର୍ଟ ଉଭୟ ତପସ୍ଵିନୀ ଓ ସୁମିତଙ୍କୁ ଗୋଟିଏ ଘରେ ରହିବା ପାଇଁ କହିଥିଲେ ।

ସେହି ଘରକୁ ନା ଶାଶୁ ଶଶୁର ଯିବେ ନା ବାପା ମା ଉଭୟ ସୁମିତ ଓ ତପସ୍ଵିନୀ ସେହି ଘରେ ରହି ବୁଝାବଣା କରିବା ପାଇଁ କୋର୍ଟ ଆଦେଶ ଦେଇଥିଲା । ହେଲେ ବନ୍ଧୁଗଣ କିଛି ଦିନ ତପସ୍ଵିନୀଙ୍କ ସହ ରହିବା ପରେ ଆଜି ସକାଳେ ସୁମିତ ଚମ୍ପଟ ମରିଛନ୍ତି । କୋର୍ଟର ଅବଧି ଗତ କାଲି ପୁରିଥିଲା ଓ କୋର୍ଟ ଉଭୟଙ୍କୁ ଏକା ସହ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଗତ କାଲି କୋର୍ଟ ପୁନର୍ବାର ଶୁଣାଣି କରିଥିଲା ଯେ, ଉଭୟ ତପସ୍ଵିନୀ ଓ ସୁମିତ ଏକା ସହ ରହିବେ ଓ ପରିବାର ଲୋକ ତାଙ୍କୁ ଦେଖା କରିପାରିବେ ।

ଆଜି ସକାଳୁ ସୁମିତ ମେଡିକାଲ ବାହାନା କରି ଘରୁ ବାହାରକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ସୁମିତଙ୍କ ସହ ଯୋଗାଯୋଗ କରିଥିଲେ ପତ୍ନୀ ତପସ୍ଵିନୀ ହେଲେ ତାଙ୍କ ଫୋନ ଲାଗି ନଥିଲା । ଫୋନ ନଲାଗିବା ହେତୁ ସେ ହସ୍ପିଟାଲ କର୍ତ୍ତୁରପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ଏହା ପରେ ତପସ୍ଵିନୀ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।


ସୁମିତଙ୍କ ଫୋନ ତ ଅଫ ଥିଲା ଓ ସେ ହସ୍ପିଟାଲରେ ମଧ୍ୟ ନଥିଲେ । ସୁମିତ ନା ଘରେ ଅଛନ୍ତି ନା ହସ୍ପିଟାଲରେ ନା କୌଣସି ବନ୍ଧୁ ପରିଜନଙ୍କ ସହ ଅଛନ୍ତି ବର୍ତ୍ତମାନ ଏହି ସବୁ କଥାକୁ ନେଇ ଉଠିଛି ପ୍ରଶ୍ନ । ୭ ଦିନ ସ୍ଵାମୀ ସ୍ତ୍ରୀ ଏକା ସହ ରହିବା ପରେ ସ୍ଵାମୀ ସୁମିତ ସ୍ତ୍ରୀଙ୍କୁ ଛାଡି ଚମ୍ପଟ ମାରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *