“ତାଙ୍କର ଗୋଡ଼ ନଥାଉ ,ମୋର ତ ଗୋଡ ଅଛି… ମୁଁ ରୋଜଗାର କରି ତାଙ୍କୁ ପୋଷିବି… କେବଳ ପ୍ରେମ ଥିଲେ ଯଥେଷ୍ଟ “

ତାଙ୍କର ଗୋଡ ନଥିଲେ କଣ ଅଛି, ମୋର ତ ଗୋଡ ଅଛି ! ହଁ ଆଜ୍ଞା ପ୍ରେମ ଅମର, ଶାଶ୍ଵତ ଓ ଚିରନ୍ତନ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରେମର ହିଁ ସବୁବେଳେ ଜୟ ହୋଇଥାଏ । ହଁ ଆଜ୍ଞା ଏପରି ଏକ ପ୍ରେମର ଉଦାହରଣ ବିଷୟରେ ଆମେ ଏଠାରେ କହିବାକୁ ଯାଉଛୁ । ଯେଉଁ ପ୍ରେମ କାହାଣୀରେ ପ୍ରେମିକର ଗୋଡ ନଥାଇ ମଧ୍ୟ ପ୍ରେମର ହାତ ଛାଡିନଥିଲେ ପ୍ରେମିକା । ଆଉ ତାଙ୍କ ସୁଖ ଓ ଦୁଃଖର ସାଥି ହୋଇ ତାଙ୍କ ସହ ଜୀବନ ସାରା ଚାଲିବା ପାଇଁ ତାଙ୍କୁ ନିଜର ଜୀବନସାଥି ମଧ୍ୟ କରିନେଇଥିଲେ ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଶେରପୁର ଅଞ୍ଚଳରେ ଏପରି ଏକ ପ୍ରେମ କାହାଣୀ ଦେଖିବାକୁ ମିଳିଛି । ସେହି ଅଞ୍ଚଳର ବସନ୍ତ ପାଣିଗ୍ରାହୀ ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ । ତେବେ ଏହାରି ଭିତରେ ଯୁବକ ଜଣଙ୍କର ଦୁର୍ଘଟଣା ଘଟିଥିଲା । ଯାହା ଫଳରେ ସେ ନିଜର 2 ଟି ଗୋଡ ହରାଇ ବସିଥିଲେ । ତେବେ ଯୁବକ ଜଣଙ୍କ କହିବା ମୁତାବିକ ମୁଁ ତ ବିଦୂସ୍ମିତାଙ୍କୁ ଭଲ ପାଉଥିଲି । ହେଲେ ମୋର ଆର୍ଥିକ ସ୍ଥିତି ଖରାପ ଥିବା ଯୋଗୁ ଘର ଦ୍ଵାର ନଥିଲା ।

ଯାହା ଫଳରେ ଆମ ଦୁଇ ଜଣଙ୍କର ବାହାଘର ହୋଇ ପାରିନଥିଲା । ତେଣୁ ସେ ଝିଅକୁ ମୁଁ କିଛି ଦିନ ଅପେକ୍ଷା କରିବାକୁ କରିବାକୁ କହିଥିଲି । ତା’ ଭିତରେ 2021 ମସିହାରେ ମୋର ଦୁର୍ଘଟଣା ହେବା ଯୋଗୁ ଗୋଡ 2 ଟି ହରାଇ ବସିଲି । ତାପରେ ମୁଁ ତାଙ୍କୁ ଅନ୍ୟ କୁଆଡେ ବାହା ହେବାକୁ କହିଥିଲି । ହେଲେ ସେ ମୋର ଏମିତି ଅବସ୍ଥା ଦେଖି ମୋତେ ଛାଡି ଯାଇନଥିଲେ । ଅପର ପକ୍ଷରେ ଯୁବତୀ ଜଣଙ୍କ ମଧ୍ୟ କହିଥିଲେ । ଯେ ମୁଁ ତାଙ୍କୁ ବହୁତ ଭଲ ପାଉଥିଲି ।

ଯେତେବେଳେ ଜାଣିବାକୁ ପାଇଲି ଦୁର୍ଘଟଣା ପରେ ତାଙ୍କର ଗୋଡ ଆଉ ନାହିଁ । ସେତେବେଳେ ମୁଁ ତାଙ୍କୁ କେମିତି ଭୁଲି ଯାଇଥାନ୍ତି । ଆମ ଘରଙ୍କୁ ମୁଁ ବୁଝାଇଲା ପରେ ବି ମୋର ଅଲଗା ବାହାଘର କରିଦେବା ପାଇଁ ବାହାରିଥିଲେ । ସେଥିପାଇଁ ମୁଁ ଘର ଛାଡି ୟାଙ୍କ ପାଖକୁ ଚାଲି ଆସିଥିଲି । ତାଙ୍କର ଗୋଡ ନଥିଲେ କଣ ହେଲା ! ମୋର ତ ଗୋଡ ଅଛି, ମୁଁ ରୋଜଗାର କରି ତାଙ୍କୁ ପୋଷିବି । ହେଲେ ଆମ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ସବୁଦିନ ରହିବା ଦରକାର । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *