କିଏ ଏହି ଟଙ୍କଧର ? ନବଙ୍କ ଝିଅ Dipali କୁ ଧୂଳି ଚଟେଇବାକୁ କରୁଛନ୍ତି କେଉଁ ଷଡଯନ୍ତ୍ର ?

ନବ ଦାସଙ୍କ ଗଡ ଝାରସୁଗୁଡାରେ ଏଣ୍ଟ୍ରି ମାରିଲେ ଟଙ୍କଧର । ଦୀପାଳି ଜଳକା ହୋଇ ଚାହିଁ ରହିଥିବେ ଟଙ୍କଧର ବାଜି ମାରି ନେବେ । କିଏ ଏହି ଟଙ୍କଧର କାହିଁକି ତାଙ୍କୁ ନେଇ ଏବେ ଏତେ ଚର୍ଚ୍ଚା । ବିଗିଡି ଯାଇପାରେ ଝାରସୁଗୁଡାର ବାଜି । ବଦଳି ଯାଇପାରେ ଗଣିତ । ଦର୍ଶକ ବନ୍ଧୁ ଚାହିଁ ରହିଥିବେ ନବ ଦାସଙ୍କ ଝିଅ ଦୀପାଳି ହେଲେ ବାଜି ମାରି ନେବେ ଟଙ୍କଧର । ଦୀପାଳି ଙ୍କ ସ୍ଵପ୍ନକୁ ଧୂଳି ସାତ କରିପାରେ ଟଙ୍କଧର ।

ଝାରସୁଗୁଡାରେ ଏମିତି କିଛି କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯାହା ଭୁବନେଶ୍ବରକୁ ମଧ୍ୟ ଶୁଭୁଚି । ଝାରସୁଗୁଡା ରାଜନୀତିରେ ଏବେ ଏଭଳି କିଛି ଶୁଣିବାକୁ ମିଳୁଛି । ସମ୍ଭାବ୍ୟ ଉପ ନିର୍ବାଚନକୁ ଆଖି ଆଗରେ ରଖି ଝାରସୁଗୁଡାରେ ବହିଲାଣି ରାଜନୈତିକ ତାତି । ଖରା ସହ ତାଳ ଦେଇ ସରଗରମ ହେଉଛି ପାଣିପାଗ । ଏହି ପାଣିପାଗ କୁଆଡେ ନବ ଦାସଙ୍କ ଝିଅ ଦୀପାଳିକୁ ସୁହାଇବ ବୋଲି ଲୋକେ କହୁଛନ୍ତି ।

କିନ୍ତୁ ଏହାରି ମଧ୍ୟରେ ଯେଉଁ ଖବର ଆସୁଛି ତାହା ସମସ୍ତଙ୍କୁ ହତାବାଘ କରିଦେବ ନିଶ୍ଚିତ । ଝାରସୁଗୁଡା ରାଜନୀତିରେ ଏବେ ଟଙ୍କଧରଙ୍କର ଆବିର୍ଭାବ ଘଟିଛି ଆଉ ଦୀପାଳିଙ୍କ ପାଇଁ ସେ ବିପଦ ସୃଷ୍ଟି କରିପାରନ୍ତି ବୋଲି ଆଲୋଚନା ଚାଲିଛି । ବିଜେଡି ଦୀପାଳିଙ୍କୁ ଟିକେଟ ଦେବ ଏକ ପ୍ରକାର ନିଶ୍ଚିତ ଥିବା ବେଳେ ଟଙ୍କଧରଙ୍କ ଏଣ୍ଟ୍ରି ତାଙ୍କ ପାଇଁ ମହଙ୍ଗା ପଡି ପାରେ । ଦୀପାଳିଙ୍କ ପରି ସେ ମଧ୍ୟ ରାଜନୀତିରେ ନୂଆ।

ଝାରସୁଗୁଡାରେ ସେ ବୁଲି ବୁଲି ନିଜ ସଂଘଠନକୁ ମଝବୁତ କରୁଥିବାର ଜଣା ପଡିଛି । ଲୋକ ସମ୍ପର୍କ ବଢେଇବା ପାଇଁ ସେ ମଧ୍ୟ ଚେଷ୍ଟା କରୁଛନ୍ତି । ନବ ଦାସଙ୍କ ପରିବାର ହାତରୁ କ୍ଷମତା ଛଡେଇ ଦେବା ପାଇଁ ପୁରା ଦମ୍ ରେ ଲାଗି ପଡିଛନ୍ତି ଟଙ୍କଧର । ରାଜନୀତିରେ ତାଙ୍କର ଅଭିଜ୍ଞତା ନଥିଲେ ମଧ୍ୟ ତାଙ୍କର ଗଭୀର ଆତ୍ମ ବିଶ୍ଵାସ ରହିଛି । କୌଣସି ଅନୁଭବ ନଥିଲେ ମଧ୍ୟ ସେ ପ୍ରଚୁର ପରିଶ୍ରମ କରୁଛନ୍ତି ।

ନବ ଦାସଙ୍କ ପରେ ଖାଲି ପଡିଛି ଝାରସୁଗୁଡାର ବିଧାନ ସଭା ଆସନ ଆଉ ବାପାଙ୍କର ଆସନରେ ବସିବା ପାଇଁ ସଜବାଜ ହେଉଛନ୍ତି ଝିଅ ଦୀପାଳି । ବିଜେଡି ମଧ୍ୟ ଦୀପାଳିଙ୍କୁ ସମର୍ଥନ ଦେଉଛି । ଆଉ ଏହାରି ମଧ୍ୟରେ ବିଜପିର ପ୍ରାର୍ଥୀ କିଏ ହେବ ତାହା ସ୍ପର୍ଷ୍ଟ ହୋଇନି । ହେଲେ ଏହାରି ମଧ୍ୟରେ ଖବର ଆସୁଛି ଯେ ଟଙ୍କଧର କୁଆଡେ ବିଜେପିରୁ ପ୍ରାର୍ଥୀ ହୋଇ ପାରନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *