ଟଙ୍କା ଭର୍ତ୍ତି ବ୍ୟାଗକୁ ଦେଖି ଲୋଭ ନଥିଲା ସୁରଜଙ୍କ ମନରେ….ସବୁ ଟଙ୍କା ପୋଲିସ ପାଖରେ ଜ଼ିମା ଦେଲେ…

ବ୍ୟାଗ ଭର୍ତ୍ତି ଟଙ୍କା ଦେଖି ମଧ୍ୟ ବ୍ୟାଗକୁ ଫେରାଇ ଦେଲେ… ହଁ ଆଜ୍ଞା ଯେଉଁ ଟଙ୍କା ତାଙ୍କର ନୁହେଁ, ସେହି ଟଙ୍କାକୁ ସେ କିପରି ଭାବେ ରଖିପାରିବେ ବୋଲି ଏମିତି କିଛି କହିଛନ୍ତି ଟଙ୍କା ବ୍ୟାଗ ପାଇଥିବା ଯୁବକ । ତେବେ ଯୁବକ ଜଣଙ୍କର ନାମ ହେଉଛି ସୂରଜ କୁମାର । ତାଙ୍କର ଘର ହେଉଛି ଗଞ୍ଜାମ ଖଲ୍ଲିକୋଟ ମଥୁରା ଗ୍ରାମ । ସୂଚନା ମୁତାବିକ ସୂରଜଙ୍କର ଏକ ଫର୍ଣ୍ଣିଚର ଦୋକାନ ରହିଛି । ତେବେ ବୁଧବାର ଦିନ ଅପରାହ୍ନ ସମୟରେ ସେ ନିଜ ଦୋକାନରୁ ଘରକୁ ଯାଉଥିବା ସମୟରେ ପେଟ୍ରୋଲ ପମ୍ପ ନିକଟରେ ଏକ ବ୍ୟାଗ ପଡିଥିବାର ସେ ଦେଖିବାକୁ ପାଇଥିଲେ ।

ତାପରେ ସୂରଜ ସେ ବ୍ୟାଗକୁ ଖୋଲି ଦେଖିବା ବେଳକୁ ସେଥିରେ 1 ଲକ୍ଷ ଭଳି ଟଙ୍କା ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସତ । ହେଲେ ବ୍ୟାଗରେ ଥିବା ଏତେ ଟଙ୍କା ପ୍ରତି ସୂରଜଙ୍କ ମନରେ ଟିକେ ମଧ୍ୟ ଲୋଭ ନଥିଲା । କାରଣ ଯେଉଁ ଟଙ୍କା ତାଙ୍କର ନୁହେଁ । ସେ କଣ ପାଇଁ ଅବା ସେହି ଟଙ୍କା ପ୍ରତି ଲୋଭ କରିବେ । ତେବେ ସୂରଜଙ୍କ କହିବା ଅନୁସାରେ ସେ ଯେତେବେଳେ ସେ ବ୍ୟାଗକୁ ଚେକ କରିଥିଲେ ।

ସେଥିରୀ କିଛି ଜରୁରୀ କାଗଜପତ୍ର ସହ ଏତେ ଗୁଡିଏ ଟଙ୍କା ପଶି ରହିଥିବାର ସେ ଦେଖିବାକୁ ପାଇଥିଲେ । ତାପରେ ସଙ୍ଗେ ସଙ୍ଗେ ସୂରଜ ପୋଲିସ ପାଖକୁ ଫୋନ କରି ଏ ସବୁ ବିଷୟରେ ଜଣାଇଥିଲେ । ତାପରେ ପୋଲିସଙ୍କୁ ଏ ସବୁ ବିଷୟରେ ସବୁ ଜଣାଇ ସାରିଲା ପରେ ଟଙ୍କା ଭର୍ତ୍ତି ଥିବା ବ୍ୟାଗକୁ ସୂରଜ ପୋଲିସଙ୍କୁ ହସ୍ତାନ୍ତର କରିଦେଇଥିଲେ । ତେବେ ସୂରଜ କୁମାରଙ୍କର ଏଭଳି କାର୍ଯ୍ୟ ପାଇଁ ସେ ସମସ୍ତଙ୍କ ପ୍ରଶଂଷାର ପାତ୍ର ପାଲଟି ପାରିଛନ୍ତି । ତେବେ ସୂରଜଙ୍କ ବଦଳରେ ଅନ୍ୟ ଯଦି କୌଣସି ଲୋକଙ୍କ ହାତରେ ଏହି ଟଙ୍କା ଭର୍ତ୍ତି ବ୍ୟାଗ ପଡିଯାଇଥାନ୍ତା ।

ତେବେ ହୁଏତ ସେହି ଲୋକ ଟଙ୍କାକୁ ଦେଖି ମନରେ ଲୋଭ କରିପାରିଥାନ୍ତା । ହେଲେ ସୂରଜ ଅନ୍ୟର ଟଙ୍କାକୁ ଦେଖି ସେଥିପ୍ରତି ମନରେ ଲୋଭ ନରଖି ଯାହାର ଟଙ୍କା ତାଙ୍କୁ କିପରି ଶୀଘ୍ର ତାହା ମିଳିଯାଉ । ସେଥିପ୍ରତି ବିଚାର କରି ଟଙ୍କାକୁ ପୋଲିସର ଅଧୀନ କରିଦେଇଥିଲେ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *