ଟନେଲ ଭିତରୁ ଆସିଲା ବଡ ଖୁସି ଖବର, ସବୁ ଶ୍ରମିକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି, ଟାଇମ ପାସ ପାଇଁ ଖେଳିଲେ ବ୍ୟାଟ ବଲ ।

ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଟନେଲ ଭିତରେ ଫସିଥିବା ଶ୍ରମିକ । ସୁଡଙ୍ଗ ଭିତରେ କ୍ରିକେଟ ଖେଳିଲେ ସବୁ ଶ୍ରମିକ । ହଁ ଦର୍ଶକ ବନ୍ଧୁ ଉତ୍ତରଖଣ୍ଡ ର ଉତ୍ତର କାଶୀ ରେ ସୁଡଙ୍ଗରେ ଫସିଥିବା ଶ୍ରମିକଙ୍କ ଉଧାର କାର୍ଯ୍ୟ ଚୁଡାନ୍ତରେ ପହଞ୍ଚିଛି । ଯେ କୌଣସି ମୁହୂର୍ତ୍ତରେ ଶ୍ରମିକ ମାନଙ୍କୁ ବାହାରକୁ ଅଣା ଯାଇପାରେ । ରିୟାକ ମାଇନର ମାନେ ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଛନ୍ତି । ଆଉ ପ୍ରାୟ 2 ମିଟର ପରେ ସେମାନେ ଶ୍ରମିକଙ୍କ ପାଖରେ ପହଞ୍ଚିବେ ବୋଲି କୁହା ଯାଉଛି ।

ଉଧାରକାରୀ ଟିମ ସଫଳତାର ଅତି ନିକଟରେ ପହଞ୍ଚିଛନ୍ତି । କିନ୍ତୁ ଏବେ ବି କିଛି ସମୟ ଲାଗିବ । ସବୁ ଶ୍ରମିକଙ୍କୁ ଉଧାର ପାଇଁ 3ରୁ 4 ଘଣ୍ଟା ସମୟ ଲାଗିବ ବୋଲି NDMA ସୂଚନା ଦେଇଛି । NDRF, SDRF ସହ ଡାକ୍ତରୀ ଟିମ ଟନେଲ ନିକଟରେ ଉପସ୍ଥିତ ଅଛନ୍ତି । ଦୀର୍ଘ 400 ଘଣ୍ଟାରୁ ଅଧିକ ସମୟ ହେବ ଦେଶୀ ବିଦେଶୀ ମେସିନ ସହ ବିଶେଷଜ୍ଞ ମାନେ ଅକ୍ଲାନ୍ତ ପରିଶ୍ରମ କରି ସବୁ ବାଧା କୁ ଅତିକ୍ରମ କରିଛନ୍ତି ।

ଓ ପାହାଡ ଭିତରେ ସଫଳତାର ସହ ଗ୍ରୀଲିଙ୍ଗ କାର୍ଯ୍ୟ କରିଛନ୍ତି । ମାଟି ତଡା ଭିତରେ 800 mm ପାଇପ ବିଛାଇ ଏକ ଟନେଲ ନିର୍ମାଣ କରାଯାଇଛି । ଏହା ଭିତର ଦେଇ ଶ୍ରମିକ ମାନଙ୍କୁ ଉଧାର କରାଯିବ । ତେବେ ଶ୍ରମିକ ମାନଙ୍କୁ ବାହାରକୁ ଆଣିବା ପାଇଁ ସବୁ ବ୍ୟବସ୍ଥା ହୋଇଥିବା ବେଳେ ଏକେ ବଡ ସୂଚନା ଏବେ ମିଳିଛି । ସୂଚନା ଟି ହେଉଛି ଟନେଲ ଭିତରେ ଫସିଥିବା 41 ଜଣ ଶ୍ରମିକ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂପୂର୍ଣ୍ଣ ସୁସ୍ଥ ରହିଛି ।

ରିପୋର୍ଟ ରେ କୁହା ଯାଇଛି ସୋମବାର ପାଇପ ଜରିଆରେ ଶ୍ରମିକଙ୍କ ପାଖକୁ କ୍ରିକେଟ ବଲ ଓ ବ୍ୟାଟ ପଠା ଯାଇଥିଲା । ଆଉ ଗତ କାଲି ବ୍ୟାଟ ବଲ ପାଇବା ପରେ ସୁଡଙ୍ଗ ମାନେ ଶ୍ରମିକ ମାନେ କ୍ରିକେଟ ଖେଳିଛନ୍ତି । ଶ୍ରମିକ ମାନଙ୍କର ମାନସିକ ଓ ଶାରୀରିକ ସ୍ଥିତି କିପରି ରହିଛି ତାହା ଯାଞ୍ଚ କରିବା ପାଇଁ ପାଇ ଜରିଆରେ ବ୍ୟାଟ ଓ ବଲ ପଠା ଯାଇଥିଲା । ଆଉ ବ୍ୟାଟ ବଲ ପାଇବା ପରେ ସମସ୍ତ କ୍ରିକେଟ ଖେଳିବାକୁ ସମସ୍ତେ ସୁସ୍ଥ ଥିବାର ସ୍ପଷ୍ଟ ହୋଇଛି । ଉତ୍ତରଖଣ୍ଡ ର ଉତ୍ତର କାଶୀ ଜିଲ୍ଲା ରେ ଜମୁନତ୍ରୀ ନ୍ୟାସନାଲ ହାଇଵେ ଚାରି ଧାମ ସଡକ ପରିଯୋଜନା ପାଇଁ ନିର୍ମାଣ ହୋଇଥିବା ସୁଡଙ୍ଗ ରେ ଗତ 12 ତାରିଖ ରବିବାର ଦିନ ଭୁସୁଡି ପଡିଥିଲା ।

ଜମୁନତ୍ରୀ ହାଇୱେ ରେ ଧରାସୁରୁ କାଶଵେ ମଧ୍ୟରେ ସିଲକରା ରୁ ପୋଲ ଗାଁ ଯାଏଁ ସାଢେ 4 କିମି ଟନେଲ ନିର୍ମାଣ ଯାଇ ରହିଛି । ଦୀପାବଳି ଦିନ ଭୋର 4ଟା ସମୟରେ ସିଫ୍ଟ ପରିବର୍ତ୍ତନ ସମୟରେ ସୁଡଙ୍ଗ ମୁହଁ ରୁ ପ୍ରାୟ 150 ମିଟର ଭିତରେ ଟନେଲ ର 60 ମିଟର ଭାଗ ଭୂସୁଡି ପଡିଥିଲା । ଫଳରେ ସୁଡଙ୍ଗ ଭିତରେ 41 ଜଣ ଶ୍ରମିକ ଫସି ଯାଇଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *