Thyroid ରୋଗର ଲକ୍ଷଣ ଓ ଏହାର ଚିକିତ୍ସା (Dr. Abhay Kumar Sahoo)

ଥାଇରଏଡ ସାଧାରଣତଃ ପ୍ରଜାପତି ଭଳି ଦେଖିବା ପାଇଁ । ଯାହାକି ଆମର ବେକରେ ଥାଏ । ଆମ ଶରୀର ସବୁ ମେଟାପୋଲିଜମ ଅର୍ଥାତ ମୁଣ୍ଡର ବାଲ ଠାରୁ ନେଇ ଗୋଡର ନଖ ପର୍ଯ୍ୟନ୍ତ ସବୁ ଥାଇରଏଡ ଗଣ୍ଠିର ହରମୋନ ଉପରେ ନିର୍ଭର ଅଟନ୍ତି । ଥାଇରଏଡ ହରମୋନ ସବୁବେଳେ ତାଙ୍କୁ କିଛି ନା କିଛି ସାହାର୍ଯ୍ୟ କରିଥାଏ । ଯଦି ଥାଇରଏଡ ରୋଗ ବିଷୟରେ କହିବା ତେବେ ଥାଇରଏଡ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ ।

ଗୋଟିଏ ହଇପୋଥାଇରଏଡଜିମ ଓ ଅନ୍ୟ ଟି ହାଇପରଥାଇରଏଡଜିମ । ହାଇପୋ ଅର୍ଥାତ ଥାଇରଏଡ ହରମୋନ କମ କ୍ଷରଣ ହୋଇଥାଏ । କିନ୍ତୁ ଯେତେବେଳେ ଅଧିକ ହରମୋନ କ୍ଷରଣ ହୁଏ ତେବେ ତାକୁ ହାଇପରଥାଇରଏଡଜିମ କୁହାଯାଏ । କିନ୍ତୁ ଏହି ଦୁଇଟି ପ୍ରକାରର ଥାଇରଏଡ ରୋଗ ଝିଅମାନଙ୍କ କ୍ଷେତ୍ରରେ ଅଧିକ ହୁଏ ଓ ପୁଅମାନଙ୍କ କ୍ଷେତ୍ରରେ କମ ହୁଏ ।କହିବାକୁ ଗଲେ ଆମ ଶରୀରରେ ଯେତେବେଳେ କିଛି ପରିବର୍ତ୍ତନ ଆସିଥାଏ ତେବେ ସେହି ସମୟରେ ଥାଇରଏଡ ରୋଗ ଦେଖାଯାଏ ।

ଝିଅମାନଙ୍କ ଶରୀରରେ ବହୁତ ହରୋମାନଲ ଚେଞ୍ଜେସ ଆସିଥାଏ ସେଥିପାଇଁ ଏହା ସେମାନଙ୍କୁ ଅଧିକ ହୋଇଥାଏ । ଯଦି ହଇପୋଥାଇରଏଡଜିମ ବିଷୟରେ କହିବା ତେବେ ଏହି ରୋଗ ସବୁ ସମୟରେ ହୋଇ ପାରିବ । ମହିଳା ଜଣକ ଗର୍ଭବତ୍ତୀ ଥିବା ସମୟରେ, ସନ୍ତାନ ଗର୍ଭରେ ଥିବା ସମୟ ଠାରୁ ଆରମ୍ଭ କରି ବୁଦ୍ଧ ବୟସର ଲୋକମାନଙ୍କୁ ଥାଇରଏଡ ରୋଗ ହୋଇ ପାରିବ ।

ଯଦି କୌଣସି ମହିଳା ଗର୍ଭବତ୍ତୀ ଅଛି ଓ ତାର ସନ୍ତାନକୁ ଥାଇରଏଡ ହେଲା ତେବେ ସେହି ପିଲାମାନେ ପୁରା ବୋକା ହୋଇ ଯାଆନ୍ତି । ତାଙ୍କର ମସ୍ତିଷ୍କ ବିକଶିତ ହୁଏ ନାହିଁ । କାରଣ ଥାଇରଏଡ ପିଲାମାନଙ୍କର ମସ୍ତିଷ୍କକୁ ବିକଶିତ କରିବାରେ ସାହାର୍ଯ୍ୟ କରେ । ସେମାନଙ୍କ ଚର୍ମ ପୂରାପୂରି ଶୁଖିଲା ହୋଇଯିବ । ସେମାନଙ୍କର ହାଇଟ ବଢେ ନାହିଁ ଓ ସେମାନେ ଗେଡା ହୋଇ ରହି ଯାଆନ୍ତି । ଭଲ ପାଠ ପଢି ପାରନ୍ତି ନାହିଁ । ଜନ୍ମ ହେବା ପରେ ସେମାନଙ୍କୁ ଜଣ୍ଡିସ ହୋଇଯାଏ । ଆହୁରି ବହୁତ ଲକ୍ଷଣ ଦେଖାଯାଏ ।

ଯଦି ୪ – ୫ ବର୍ଷର ଛୁଆକୁ ଥାଇରଏଡ ସମସ୍ୟା ଦେଖା ଯାଉଛି ତେବେ ସେମାନେ ବି ପୂରାପୂରି ବୋକା ହୋଇ ଯାଆନ୍ତି । ଉପୋରକ୍ତ ସମସ୍ୟା ବି ଦେଖାଯାଏ । ଯଦି ୧୫ – ୧୬ ବର୍ଷର ଝିଅର ଥାଇରଏଡ ରୋଗ ବାହାରୁଛି ତେବେ ସେହି ସମୟରେ ବି ଋତୁସ୍ରାବରେ ବାଧା ଆସେ । ସେଥିପାଇଁ ପିରିୟଡ ସଠିକ ସମୟରେ ହୁଏ ନାହିଁ । ଓଜନ ବି ବଢିଯାଏ ଓ ସବୁବେଳେ କ୍ଳାନ୍ତ ଅନୁଭବ କରିବେ । କୌଣସି ବି ବୟସର ବ୍ୟକ୍ତିକୁ ଥାଇରଏଡ ହୋଇ ପାରିବ ଓ ଏହି ସବୁ ଲକ୍ଷଣ ନଜର ଆସିବ ।

ଯଦି ଆପଣ ଥାଇରଏଡ ପାଇଁ ଔଷଧ ସେବନ କରିବେ ନାହିଁ ତେବେ କିଛି ଦିନ ପରେ ଆପଣଙ୍କ ସ୍ମରଣ ଶକ୍ତି କମ ହୋଇ ହୋଇ ଯିବ । ଏହିଭଳି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ସଠିକ ସମୟରେ ନିଜର ଚିକିତ୍ସା କରନ୍ତୁ ।

Leave a Reply

Your email address will not be published. Required fields are marked *