ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ଅମିତାବ ବଚ୍ଚନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅମିତାବ ହେଉଛନ୍ତି ଏକ ଲୋକପ୍ରିୟ ଅଭିନେତା ଓ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ତାଙ୍କ ଅଭିନୟ ଓ ତାଙ୍କ ଷ୍ଟାଇଲକୁ ସମସ୍ତ ଲୋକ ପସନ୍ଦ କରନ୍ତି । ଅମିତାବଙ୍କ ପରିବାର ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଅମିତାବଙ୍କ ପରିବାର ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ଅଛି ।
ହେଲେ ବଚ୍ଚନ ପରିବାରରେ ଏପରି ମଧ୍ୟ ଜଣେ ମହିଳା ଅଛନ୍ତି ଯିଏ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରନ୍ତି ନାହିଁ । ସେ ହେଉଛନ୍ତି ଅମିତାବଙ୍କ ଝିଅ ଶ୍ଵେତା ବଚ୍ଚନ। ତେବେ ଶ୍ଵେତା ଗତ କିଛି ବର୍ଷ ହେବ ନିଜ ମା ବାପାଙ୍କ ସହ ରହୁଛନ୍ତି । ଏମିତିରେ ବହୁତ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସୁଛି ତାହା ହେଉଛି ଶ୍ଵେତା ନିଜ ଶାଶୁ ଘରେ ନରହି ନିଜ ବାପ ଘରେ କାହିଁକି ରହୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶ୍ଵେତାଙ୍କ ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଶ୍ଵେତାଙ୍କ ବିବାହ ବହୁତ କମ ବର୍ଷ ବୟସରେ ନିଖିଲ ନନ୍ଦାଙ୍କ ସହ ୧୯୯୭ ମସିହାରେ ହୋଇଥିଲା । ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି । ପୁଅ ନାମ ହେଉଛି ଅଗସ୍ତ୍ୟ ନନ୍ଦା ଓ ଝିଅ ନବ୍ୟା ନନ୍ଦା । ବିବାହ ପରେ ଶ୍ଵେତା ବହୁତ ବର୍ଷ ପର୍ଯ୍ୟନ୍ତ ନିଜ ଶାଶୁର ଘରେ ରହିଲେ ଓ ଏକ ଭଲ ବୋହୁ ପରି ସମସ୍ତ କର୍ତ୍ତବ୍ୟର ପାଳନ କରିଲେ।
ହେଲେ ଗତ କିଛି ଦିନ ତଳେ ଏକ ଖବର ଆସିଥିଲା ଯେ, ଶ୍ଵେତା ଅଧିକାଂଶ ସମୟ ନିଜ ବାପ ଘରେ ବିତାଉ ଛନ୍ତି । ଏହା ବିଷୟରେ ସମସ୍ତେ ଜାଣିଛନ୍ତି ଯେ, ଶ୍ଵେତାଙ୍କ ବିବାହ ବହୁତ କମ ବର୍ଷ ବୟସରେ ହୋଇଥିଲା । ହେଲେ ଏହି ବିବାହ ପଛରେ ଜୟା ବଚ୍ଚନଙ୍କ ହାତ ଥିଲା । କିଛି ବର୍ଷ ପର୍ଯ୍ୟନ୍ତ ଶ୍ଵେତା ନିଜ ଶଶୁର ଘରେ ବହୁତ ଖୁସିରେ ରହିଥିଲେ ହେଲେ ପରେ ସେ ନିଜ ବାପ ଘରକୁ ଆସି ଯାଇଥିଲେ।
ତେବେ କେତେକ ରିପୋର୍ଟସ ମୁତାବକ ଶ୍ଵେତା ଓ ତାଙ୍କ ସ୍ଵାମୀ ନିଖିଲ ନନ୍ଦାଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବାରୁ ଶ୍ଵେତା ନିଜ ବାପ ଘରେ ରୁହନ୍ତି । ହେଲେ ଏହି ଦୁଇଜଣ କେବେ ତଲାକ ନେବାର ନିସ୍ପତି ନେଇ ନାହାନ୍ତି କାରଣ ତଲାକ ନେବା ଦ୍ଵାରା ଅମିତାବଙ୍କ ସମ୍ମାନ ଉପରେ ଆଞ୍ଚ ଆସିବ। ତେବେ ସତ କଥା ଏହା ହେଉଛି ଯେ ଶ୍ଵେତା ଅବଶ୍ୟ ନିଜ ବାପ ଘରେ ରହୁଛନ୍ତି ହେଲେ ତାଙ୍କ ସ୍ଵାମୀଙ୍କ ସହ ତାଙ୍କର କୌଣସି ବିବାଦ ନାହିଁ ।
ଶ୍ଵେତା ଓ ନିଖିଲଙ୍କ ପ୍ରଫେସନ ଅଲଗା ଅଲଗା ଅଛି। ଦୁଇଜଣ ନିଜ କାମରେ ବ୍ୟସ୍ତ ରୁହନ୍ତି । ସେଥିପାଇଁ ସେହି ଦୁଇଜଣ ବହୁତ କମ ନଜର ଆସନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।