‘ମୋ ଶ୍ୱଶୁର ହିଁ ମୋ ସ୍ୱାମୀ ସୁମିତଙ୍କୁ କିଡନାପ କରିକି ନେଇଛନ୍ତି’, ଦେଖନ୍ତୁ Sumit ଗାଏବ ହେବା ପରେ ଶ୍ବଶୁରଙ୍କ ନାଁରେ କଣ କହିଲେ Tapaswini

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ତପସ୍ଵିନୀ ଓ ସୁମିତ କେସଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ଏହି ଦୁଇଜଣ ଗତ କିଛି ବର୍ଷ ପୂର୍ବରୁ ପରସ୍ପରକୁ ପ୍ରେମ କରି ଲିଭ-ଇନ ରିଲେସନରେ ରହୁଥିଲେ । ଏମିତିକି ଏହି ଦୁଇଜଣ ରେଜିଷ୍ଟର ମ୍ୟାରେଜ ମଧ୍ୟ କରିଥିଲେ । କିଛି ସମୟ ଏକା ସହ ରହିବା ପରେ ଉଭୟ ସୁମିତ ଓ ତପସ୍ଵିନୀ ନିଜ ପରିଜନଙ୍କୁ ସବୁ କଥା କହି ପୁନର୍ବାର ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ ।

ହେଲେ ବନ୍ଧୁଗଣ ବିବାହର କିଛି ଦିନ ପରେ ବିବାଦ ସୃଷ୍ଟି ହୋଇଥିଲା । ତପସ୍ଵିନୀଙ୍କୁ ତାଙ୍କ ଶଶୁର ଘର ଲୋକ ବୋହୁ ରୂପେ ସ୍ଵୀକାର କଲେ ନାହିଁ ଯାହାଫଳରେ ତପସ୍ଵିନୀ ନିଜ ଶାଶୁ ଘର ବାହାରେ ଅନେକ ଦିନ ଧରି ଧାରଣା ଦେଇ ବସିଲେ । ଗତ କିଛି ଦିନ ତଳେ କୋର୍ଟ ଏହି ମାମଲାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଥିଲା । ଉଭୟ ତପସ୍ଵିନୀ ଓ ସୁମିତ ଗୋଟିଏ ଘରେ ୭ ଦିନ ପର୍ଯ୍ୟନ୍ତ ରହିବେ ବୋଲି କୋର୍ଟ ନିଷ୍ପତ୍ତି ନେଇଥିଲା ।

୭ ଦିନ ଯାଏଁ ସୁମିତ ନିଜ ସ୍ତ୍ରୀ ତପସ୍ଵିନୀଙ୍କ ସହ ରହିବା ପରେ ଗତ କାଲି ଚମ୍ପଟ ମାରିଥିଲେ । ଡାକ୍ତର ଖାନାକୁ ଯିବାର ବାହାନା କରି ସୁମିତ ଚମ୍ପଟ ମାରିଥିଲେ । ବନ୍ଧୁଗଣ ସୁମିତ ଚମ୍ପଟ ମାରିବା ପରେ ପତ୍ନୀ ତପସ୍ଵିନୀ ଏକ କଲ୍ ରେ ଏହାର ପ୍ରତିକ୍ରିୟା ଦେଇଛନ୍ତି । ତପସ୍ଵିନୀ କଲ୍ ରେ କହୁଛନ୍ତି-‘ମୁ ସକାଳୁ ଜାଣି ଥିଲି ସେ ପଳେଇବେ ବୋଲି ଏହା ପରେ ମୁ ପୋଲିସକୁ ମଧ୍ୟ କହିଥିଲି’ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ଏହା ପରେ ଖରାବେଳ ସମୟରେ ମୋତେ ସମସ୍ତେ କହିଲେ ତମ ସ୍ଵାମୀ ଫେରାର ହୋଇଯାଇଛନ୍ତି । ମୁ ତାଙ୍କୁ ସାହାର୍ଯ୍ୟ ମାଗିଥିଲି ହେଲେ କେହି ମୋତେ ସହାୟତା କଲେ ନାହିଁ ।ସେ ଫେରାର ହେବା ଚକ୍କରରେ ଥିଲେ । ମୁ ତାଙ୍କୁ ଅଟକାଇବା ପାଇଁ ବହୁତ ଚେଷ୍ଟା କରିଥିଲି । ସେ ମୋତେ ରାତି ସାରା କେବଳ ଦେଖୁ ଥିଲେ ଓ କିଛି ଗୋଟେ ଭାବୁ ଥିଲେ’ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ମୁ ସେତେବେଳେ ଜାଣି ପାରିଲି ସେ ନିଶ୍ଚୟ କିଛି ଗୋଟେ କରିବାକୁ ଯାଉଛନ୍ତି । ସେ ରାତି ସାରା ତାଙ୍କ ମା, ବାପା ଓ ଓକିଲ ସହ କଥା ହେଉଥିଲେ । ମୋ ସ୍ଵାମୀ ଫେରାର ହେବା ପଛରେ ମୋ ଶଶୁରଙ୍କ ହାତ ଅଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *