‘ମୋ ସ୍ୱାମୀଙ୍କଠୁ ମୋ ଶାଶୁ ଶଶୁରଙ୍କ ପାଖରେ ଅଧିକ ପଇସା ଅଛି, ମୁଁ ଶାଶୁ ଶ୍ବଶୁରଙ୍କ…’ ଟଙ୍କା ପାଇଁ ବିବାହ ବିବାଦରେ କଣ କହିଲେ Priyanka

ଦର୍ଶକ ବନ୍ଧୁ ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ଦିନ ହେବ ସେ ନିଜ ବିବାହ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ପ୍ରିୟଙ୍କାଙ୍କ ଜବରଦସ୍ତ ଅଭିନୟ ଏବଂ ତାଙ୍କ ସୁନ୍ଦରତାକୁ ଦେଖିବା ପାଇଁ ଓଡିଶାବାସୀ ବେସ ଅଧିକ ପସନ୍ଦ କରିଥାନ୍ତି । ପ୍ରିୟଙ୍କା ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ପ୍ରିୟଙ୍କା ବିବାହ କରିବା ପରେ ଅନେକ ଲୋକ କହିଲେ ଯେ ପ୍ରିୟଙ୍କା ଟଙ୍କା ପାଇଁ ଏହି ବିବାହ କରିଛନ୍ତି ଆଉ ଏବେ ପ୍ରିୟଙ୍କା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ମତ ଦେଇଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ପ୍ରିୟଙ୍କା ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ପ୍ରଥମ କଥା କହିବି ବାହାଘର ହେଉଛି ଗୋଟେ ବହୁତ ବଡ ଜିନିଷ ଆଉ ଆମେ ଯେଉଁ ଲାଇନରେ ଅଛୁ ସେମାନଙ୍କ ପାଇଁ ବାହାଘର ବହୁତ ବଡ ଜିନିଷ । କାରଣ ଆମକୁ ବୁଝିବା ବହୁତ କଷ୍ଟକର । ଆମ ଭାରତରେ ବାହାଘର ହେଉଛି ପରିବାର ଆଉ ପରିବାର ଭିତରେ ମିଳନ କେବଳ ପୁଅ-ଝିଅଙ୍କ ଭିତରେ ନୁହେଁ । ମୁଁ ଯଦି ଗୋଟେ ହିରୋକୁ ବାହା ହେଇଥାନ୍ତି ଲୋକେ କହିଥାନ୍ତେ ତାଙ୍କର ପା ଆଗରୁ ଚାଲି ଥିଲା ।

ସେଥିପାଇଁ ସେ ବାହା ହେଇଗଲା । ଯଦି ଗୋଟେ ବହୁତ ଅଲଗା ଟାଇପର ପିଲାକୁ ବାହା ହେଇଥାନ୍ତି ସେମାନେ କହିଥାନ୍ତେ ମୁଁ ତାକୁ ଫସେଇକି ବାହା ହେଇଛି । ସବୁ ପଜେଟିଭ ଜିନିଷ ଅଛି ନେଗେଟିଭ ଜିନିଷ ଅଛି ହେଲେ ଆମେ ପ୍ରଥମେ ନେଗେଟିଭ ଜିନିଷ ଭାବନ୍ତି । ମୁଁ ଆଉ ମୋ ସ୍ଵାମୀ ପ୍ରଥମେ ଫଟୋ ଛାଡିଲୁ ତା ପରେ ଆରମ୍ଭ ହେଇଗଲା ହେଲେ ମୋ ଶାଶୁ-ଶଶୁର ଅଛନ୍ତି ବାପଘର ଲୋକ ଅଛନ୍ତି ସମସ୍ତେ ବସି କଥା ହେଇଛୁ ।

ପଇସା କଥା ଯଦି କହୁଛନ୍ତି ଆପଣ ମାନେ କେମିତି ଜାଣିଲେ ମୋ ସ୍ଵାମୀ କେତେ ଟଙ୍କା କମାଉଛନ୍ତି । ଆମେ ହେଉଛୁ ମଧ୍ୟମ ବର୍ଗ ଲୋକ ମୁଁ କେଉଁ ଅମ୍ବାନିକୁ ଦେଖି ବାହା ହେଇନି ମୋ ସ୍ଵାମୀଙ୍କ ଠାରୁ ମୋ ଶାଶୁ-ଶଶୁରଙ୍କ ପଇସା ଅଧିକ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *