ବନ୍ଧୁଗଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର ଗତ କିଛି ସମୟ ପୂର୍ବେ ସରିଛି । ତେବେ ପିଣ୍ଟୁ ନନ୍ଦ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଏବଂ ତାଙ୍କ ଠାଣିକୁ ଦର୍ଶକ ଖୁବ ଅଧିକ ପସନ୍ଦ କରନ୍ତି । ତେବେ ପିଣ୍ଟୁଙ୍କ ଜୀବନରେ ସବୁ କିଛି ଠିକ ଥିଲା ହେଲେ ମଦ ତାଙ୍କ ଜୀବନ ପାଇଁ କାଳ ହେଇ ଗଲା ।
ଦର୍ଶକ ବନ୍ଧୁ ପିଣ୍ଟୁଙ୍କର ମଦ ପିଇବା ହେତୁ ତାଙ୍କର ଲିଭର ନଷ୍ଟ ହେଇଗଲା । ଯାହାଫଳରେ ତାଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ନିହାତି ଆବଶ୍ୟକ ଥିଲା ହେଲେ ଏଥିରେ ଅର୍ଥ ବାଧକ ସାଜି ଥିଲା । ତେବେ ସାରା ଓଡିଶାବାସୀ ଏବଂ ଓଡିଆ ଇଣ୍ଡଷ୍ଟ୍ରି ପିଣ୍ଟୁଙ୍କୁ ଆର୍ଥିକ ସହାୟତା କରିଥିଲେ । ପିଣ୍ଟୁଙ୍କୁ ପ୍ରଥମେ ଦିଲ୍ଲୀ ଆଉ ପରେ ହାଇଦ୍ରାବାଦ ନିଆ ଗଲା ହେଲେ ସେଠାରେ ତାଙ୍କୁ ଲିଭର ଡୋନର ମିଳିଲା ନାହିଁ ।
ଆଉ ଅନ୍ୟ ପକ୍ଷେ ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଗୁରୁତ୍ଵର ହେଇ ଚାଲିଲା । ବନ୍ଧୁଗଣ ଶେଷରେ ଗତ ପହଡଦିନ ହାଇଦ୍ରାବାଦର ଯଶୋଦା ମେଡିକାଲରେ ରାତି ପ୍ରାୟ 11 ଟା 25 ମିନିଟରେ ପିଣ୍ଟୁ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ପିଣ୍ଟୁ ଯିବା ପରେ ଏବେ ସାରା ଓଡିଶାରେ ଶୋକର ମାହୋଲ ରହିଛି ଆଉ ଅନ୍ୟ ପକ୍ଷେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।
ତେବେ ଗତ କାଲି ପିଣ୍ଟୁଙ୍କ ମୃତ ଶରୀରକୁ ହାଇଦ୍ରାବାଦରୁ ଓଡିଶା ଅଣା ଯାଇଥିଲା । ତାଙ୍କ ମୃତ ଶରୀରକୁ କିମ୍ସ ମେଡିକାଲରେ ରଖାଗଲା ଏବଂ ଆଜି ସକାଳେ ତାଙ୍କ ମୃତ ଶରୀର ନେଇ ପୁରୀ ସ୍ଵର୍ଗଦ୍ଵାରରେ ପହଞ୍ଚିଲେ ପରିବାର ଲୋକେ । ସେଠାରେ ତାଙ୍କ ଧର୍ମ ପତ୍ନୀ ପ୍ରତିଭା ମଧ୍ୟ ପହଞ୍ଚି ଥିଲେ । ପ୍ରତିଭା ଭୋ ଭୋ ହୋଇ କାନ୍ଦି ଥିଲେ ଏବଂ ଚିତ୍କାର କରି କହୁଥିଲେ ଫେରି ଆସ । ଏହି ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି ।
ତେବେ ପିଣ୍ଟୁ ନନ୍ଦଙ୍କ ବଡ ପୁଅ ତାଙ୍କୁ ମୁଖାଗ୍ନି ଦେଇ ସାରିଛନ୍ତି । ବଡ ପୁଅ ମଧ୍ୟ ମୁଖାଗ୍ନି ଦେଇ ସାରିବା ପରେ ଭୋ ଭୋ ହୋଇ କାନ୍ଦି ଛନ୍ତି । ତେବେ ପିଣ୍ଟୁ ନନ୍ଦଙ୍କୁ ହରାଇ ଏବେ ସମସ୍ତେ ମର୍ମାହତ । ଆଉ ଏବେ କେବଳ ତାଙ୍କୁ ନେଇ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।