ସ୍ଵର କୋକିଳା ସ୍ବର୍ଗତଃ Lata Mangeshkar ଙ୍କ ପାଇଁ ଗୀତ ଗାଇଲେ Babushan, ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ୯୨ ବର୍ଷ ବୟସରେ ପରଲୋକ ଘଟିଥିଲା । ମାସେ ଉପରକୁ ହେବ ଭେଣ୍ଟିଲେଟରରେ ଥିବା ଲତାଙ୍କର ୬ ତାରିଖ ସକାଳ ୮ଟାରେ ପରଲୋକ ଘଟିଛି । ସେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ପରଲୋକ ଘଟିଥିବା ସୂଚନା ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ । ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ବାତାବରଣ ଖେଳିଯାଇ ଥିଲା ।

ଲତା କୋଭିଡରେ ସଂକ୍ରମିତ ହେବା ପରେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ଜାନୁଆରୀ ୮ରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ହଠାତ ୫ତାରିଖରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଥିଲା । ତେବେ ଲତା ମଙ୍ଗେସକର ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଓଲିଉଡ ର ଅଭିନେତା ବାବୁଶାନ ନିଜ ଗୀତ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

ତେବେ ସେ ଲତା ମଙ୍ଗେସକର ଙ୍କର ଲୋକପ୍ରିୟ ଗୀତ ଲଗଯା ଗଲେ ଏହି ଗୀତ ଗାଇଥିଲେ ଏବଂ ସମସ୍ତେ ତାଙ୍କ ଏହି ଗାୟନ ଙ୍କୁ ପସନ୍ଦ କରିଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ । ତେବେ ବାବୁଶାନ ଓଲିଉଡ ଜଗତର ଜଣେ ଦକ୍ଷ ଅଭିନେତା ତେବେ ତାଙ୍କର ପ୍ରକୃତ ନାମ ହେଉଛି ତନ୍ମୟ ମହାନ୍ତି  । ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା, ଗୀତ ଲେଖକ, ପ୍ରଚ୍ଛଦପଟ ଗାୟକ ଭାବରେ କାମ କରୁଛନ୍ତି ।

ସେ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ଅଟନ୍ତି । ତେବେ ସେ ରୋମିଓ, ତୋ ଆଖିରେ ମୁଁ, ପ୍ରେମ ଅଢେ଼ଇ ଅକ୍ଷର, ଲୋଫର, ଚକୋଲେଟ, ଲୁଚକାଳି, ଆଖିରେ ଆଖିରେ, ସୁପର ମିଛୁଆ,ସିଷ୍ଟର ଶ୍ରୀଦେବୀ ଆଦି ଅନେକ ସିନେମା ରେ ସେ କାମ କରି ଲୋକପ୍ରିୟ ହୋଇ ପାରିଛନ୍ତି ।


ତେବେ ଲତା ମଙ୍ଗେସକର ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରର ଗୀତ ‘ସେଇ ଚୁନା ଚୁନା ତାରା ଫୁଲ ଆଜି’ ଓ ଅରୁନ୍ଧତୀ ଚଳଚ୍ଚିତ୍ରର ଗୀତ ‘ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ’ ଗାଇଥିଲେ । ତେବେ ସେ ସବୁବେଳେ ଅମର ହୋଇ ରହିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *